ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ହେବା ପାଇଁ ବ୍ୟବସାୟୀମାନଙ୍କୁ ବାରମ୍ବାର ସଚେତନ କରାଯାଉଛି। ଏହା ସତ୍ତ୍ୱେ କେତେକ ବ୍ୟବସାୟୀ କମ୍ପ୍ଲେକ୍ସ ବାହାରେ ଏବଂ ରାସ୍ତାକଡ଼ରେ ପରିବା ବିକ୍ରୟ କରୁଛନ୍ତି। ଫଳରେ ଭିଡ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।
ଏହାକୁ ନେଇ ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ବିଭିନ୍ନ ୱାର୍ଡର କାଉନସିଲରଙ୍କ ସମେତ ପୌରପରିଷଦ କର୍ମଚାରୀମାନେ ଶୁକ୍ରବାର ସକାଳେ ପରିବା ବଜାରରେ ଏକ ସଚେତନତା ଅଭିଯାନ କରିଥିଲେ। ଏହି ଅବସରରେ ସମସ୍ତ ବ୍ୟବସାୟୀଙ୍କୁ ନବନିର୍ମିତ କମ୍ପ୍ଲେକ୍ସରେ ବସି ବ୍ୟବସାୟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।