ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା ଏଏପି

ସୁନାବେଡା,୧୯ା୪(ସ୍ବ.ପ୍ର.): ଇତିମଧ୍ୟରେ ସୁନାବେଡା ପୌର ପରିଷଦ ନିର୍ବାଚନ ଶେଷ ହୋଇଛି। କାଉନସିଲରମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମାସେ ନ ପୂରୁଣୁ ଜଣେ କାଉନସିଲର ନିର୍ବାଚନ ବେଳେ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଏଏପି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗତ ୧୩ ତାରିଖରେ ଜୟପୁର ଜିଲା କୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚିତ କାଉନସିଲରଙ୍କ ପଦବୀ ରଦ୍ଦ ଲାଗି ଏକ ପିଟିଶନ ଦାଏର କରିଛନ୍ତି ଏଏପିର ଆଲୋକବାଳା ନାୟକ।
ଖବରରୁ ଜଣାପଡିଛି, ପୌର ପରିଷଦ ନିର୍ବାଚନ ବେଳେ ସେତେବେଳେ ସୁନାବେଡା ୧୪ ନଂ ୱାର୍ଡ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରିଥିଲେ । ଏଥିରେ କଂଗ୍ରେସରୁ ଅଜୟ ଦୁରିଆ, ଆମ୍‌ ଆଦମୀ ପାର୍ଟିରୁ ଆଲୋବାଳା ନାୟକ, ଭାଜପାରୁ ସତୀଶ ପ୍ରସାଦ, ବିଜେଡିରୁ ସୁରେନ୍ଦ୍ର କୁମାର ସେଠୀ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ରବି କଣ୍ଟା ଥିଲେ। ଏଥିରେ ୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁରେନ୍ଦ୍ର କୁମାର ସେଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଏଏପିର ଆଲୋକବାଳା ନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଏବେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ରଙ୍କ ପକ୍ଷରୁ ନାମାଙ୍କନ ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଆଲୋକବାଳା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୁରେନ୍ଦ୍ର ସତ୍ୟ ପାଠରେ ତାଙ୍କର ୨ଟି ସନ୍ତାନ ଥିବା ଦର୍ଶାଇଥିବା ବେଳେ ପ୍ରକୃତରେ ତାଙ୍କର ୩ଟି ସନ୍ତାନ ଅଛନ୍ତି। ଏହା ପୌରପରିଷଦ ପକ୍ଷରୁ ଘୋଷିତ ଚୂଡାନ୍ତ ଭୋଟର୍‌ ତାଲିକାରୁ ଜଣାପଡିଛି। ତାଲିକାର କ୍ରମିକ ନଂ. ୧୪,୧୦୬ ଓ ୧୫୪ ୩ଟି ସନ୍ତାନଙ୍କ ନାମ ଦର୍ଶାଉଛି। ସେହିପରି ପୂର୍ବରୁ ସୁରେନ୍ଦ୍ରଙ୍କ ଚାକିରି କ୍ଷେତ୍ରରେ ରହିଥିବା ମେଡିକାଲ କାର୍ଡରେ ମଧ୍ୟ ତାଙ୍କର ୩ଟି ସନ୍ତାନ ରହିଥିବା ଉଲ୍ଲେଖ ରହିଛି। ଏନେଇ ଆଲୋକବାଳା ଜୟପୁର ଜିଲା କୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚିତ କାଉନସିଲରଙ୍କ ପଦବୀ ରଦ୍ଦ ଲାଗି ଏକ ପିଟିଶନ ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri