ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ ସୀମା ଗଲ୍‌ଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହେବାରୁ ଶହୀଦ ହୋଇଥିଲେ ୨୦ ଭାରତୀୟ ଯବାନ। ଏହି ସମୟରେ ହିଁ ଚାଇନା ଭାରତର ପାଓ୍ବାର ସେକ୍ଟରକୁ ଦୋହଲାଇଦେବାକୁ ମାଲଓ୍ବେର ଛାଡ଼ିଥିଲା। ଆମେରିକୀୟ କମ୍ପାନୀ ‘ରେକର୍ଡେଡ୍‌ ଫ୍ୟୁଚର’ ରିପୋର୍ଟ ମୁତାବକ, ଭାରତରେ ବିଦ୍ୟୁତ୍‌ ଯୋଗାଣ ପରିଚାଳନା କରୁଥିବା ସିଷ୍ଟମରେ ଚାଇନିଜ୍‌ ମାଲୱେର୍‌ ପଠାଯାଇଥିଲା। ଗତବର୍ଷ ଅକ୍ଟୋବରରେ ମୁମ୍ବାଇରେ ବଡ଼ଧରଣର ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା। ଏହା ପଛରେ ମଧ୍ୟ ଚାଇନାର ହାତ ଥାଇପାରେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଏହାବାଦ୍‌ ଭାରତର ଆଇଟି କମ୍ପାନୀ, ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଚାଇନା ଅକ୍ଟୋବରରେ ୪୦ ହଜାର ୫ ଶହ ଥର ସାଇବର ଆଟାକ୍‌ କରିଥିବା ଉକ୍ତ ରିପୋର୍ଟ ଦର୍ଶାଇଛି।
ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇ ଦେଖିଥିଲା ବଡ଼ ଧରଣ ବିଦ୍ୟୁତ୍‌ ବିଭ୍ରାଟ। ଏହା ପଛରେ ଚାଇନା ସାଇବର ହ୍ୟାକର୍ସ ଗ୍ରୁପ୍‌ର ହାତ ଥାଇପାରେ ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରଥମେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡିଛି। ଏହା ସହିତ ଗତ ବର୍ଷ ଲଦାଖ ସୀମା ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ସଂଘର୍ଷ ହେବାବେଳେ ଭାରତକୁ ଆଉ ଏକ ଉପାୟରେ ଆକ୍ରମଣ କରିବାକୁ ଚାଇନା ଚକ୍ରାନ୍ତ କରିଥିଲା। ଭାରତରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରାଇଦେବାକୁ ହ୍ୟାକର୍ସ ଗ୍ରୁପ ସମ୍ପୃକ୍ତ ସିଷ୍ଟମକୁ ହ୍ୟାକ୍‌ କରିବାକୁ ମାଲଓ୍ବେର ବା କମ୍ପ୍ୟୁଟର ଭାଇରସ୍‌ ଛାଡ଼ିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ଅକ୍ଟୋବରରେ ଲଗାତର ୫ ଦିନ ଭାରତର ପାଓ୍ବାର ଗ୍ରୀଡ୍‌, ଆଇଟି କମ୍ପାନୀ ଏବଂ ବ୍ୟାଙ୍କିଙ୍ଗ ସେକ୍ଟରରେ ୪୦ ହଜାର ୫ଶହ ଥର ସାଇବର ଆଟାକ୍‌ ହୋଇଛି। ଚାଇନା ଲିଙ୍କ୍‌ ଥିବା ରେଡ୍‌ଇକୋ ଗ୍ରୁପ୍‌ ପାଓ୍ବାର ପ୍ଲାଣ୍ଟରେ ମାଲଓ୍ବେର ପ୍ରେରଣ କରିଥାଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଅତ୍ୟାଧୁନିକ ଭାଇରସ୍‌ର ଉପଯୋଗ କରି ଭାରତର ସମ୍ବେଦନଶୀଳ ଜାତୀୟ ଭିତ୍ତିଭୂମି ଉପରେ ସାଇବର ଆକ୍ରମଣ ପାଇଁ ଚାଇନା ହ୍ୟାକର୍ସ ସମ୍ପୃକ୍ତ କ୍ଷେତ୍ର ପରିଚାଳନା କରୁଥିବା ସିଷ୍ଟମକୁ ଟାର୍ଗେଟ କରୁଥିବା ଏଥିରେ କୁହାଯାଇଛି। ଚାଇନାରେ ନିର୍ମିତ ବୈଦ୍ୟୁତିକ ଉପକରଣ ବିଭିନ୍ନ ଦେଶକୁ ରପ୍ତାନୀ ହେଉଥିବାବେଳେ ସେହି ଡିଭାଇସ୍‌ଗୁଡ଼ିକ ମାଧ୍ୟମରେ ହ୍ୟାକର୍ସ ଗ୍ରୁପ୍‌ ଅନ୍‌ଲାଇନ ଆକ୍ରମଣ ପାଇଁ ମାଲଓ୍ବେର ପଠାଉଥିବା ଜଣାଯାଇଛି। ତେବେ ଚାଇନାର ମାଲଓ୍ବେର ଆକ୍ରମଣରେ ଭାରତୀୟ ଶକ୍ତି କ୍ଷେତ୍ର ପ୍ରଭାବିତ ହୋଇ ନ ଥିଲା ବୋଲି ନୂଆଦିଲ୍ଲୀ ପକ୍ଷରୁ ସୋମବାର ଖଣ୍ଡନ କରାଯାଇଛି।

ଗୁରୁତ୍ୱ ଦେଇ ନ ଥିଲେ ସରକାର

ରିପୋର୍ଟ ପ୍ରସ୍ତୁତ କରିଥିବା ‘ରେକର୍ଡେଡ ଫ୍ୟୁଚର’ ସାଇବର ଆକ୍ରମଣ ସମ୍ପର୍କରେ ଭାରତ ସରକାରଙ୍କୁ ସୂଚନା ଦେଇଥିଲା। ଏହାର ଅନୁସନ୍ଧାନ ଓ ପ୍ରତିକାର ଦିଗରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ଏ ଦିଗରେ ଭାରତ ସରକାର କୌଣସି ତତ୍‌କ୍ଷଣାତ ପଦକ୍ଷେପ ନେଇ ନ ଥିଲେ ବୋଲି ରେକର୍ଡେଡ ଉକ୍ତ ରିପୋର୍ଟରେ କୁହାଯାଇଛି। ୨୦୨୦ ଆରମ୍ଭରୁ ଏହି କମ୍ପାନୀର ଇନ୍‌ସିକ୍ଟ ଗ୍ରୁପ୍‌ ନିର୍ଦ୍ଦିଷ୍ଟ ଭାରତୀୟ ସଙ୍ଗଠନଗୁଡିକ ଉପରେ ଚାଇନା ପ୍ରାୟୋଜିତ ସନ୍ଦିଗ୍ଧ କାର୍ଯ୍ୟକଳାପ ବୃଦ୍ଧି ଉପରେ ନଜର ରଖିଥିଲା। ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାରେ ସନ୍ତୁଳନ ରକ୍ଷା କରୁଥିବା ୪ ରିଜିଓନାଲ ଲୋଡ୍‌ ଡେସ୍‌ପାଚ୍‌ ସମେତ ଭାରତର ୧୦ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଏଥିସହ ଭାରତର ଦୁଇ ବନ୍ଦର ମଧ୍ୟ ହ୍ୟାକର୍ସଙ୍କ ଟାର୍ଗେଟରେ ଥିଲା। ଭାରତ ଲଦାଖ ସୀମା ପ୍ରତି ଦୃଢ଼ ଆଭିମୁଖ୍ୟ ଦେଖାଇଲେ ପରିଣାମ ଭୟଙ୍କର ହେବ ବୋଲି ମୁମ୍ବାଇ ବ୍ଲାକ୍‌ଆଉଟ ଜରିଆରେ ଚାଇନା ସନ୍ଦେଶ ଦେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶିତ ହୋଇଛି।

୧୨ ଅକ୍ଟୋବରରେ କ’ଣ ହୋଇଥିଲା

୨୦୨୦ ଅକ୍ଟୋବର ୧୨ ତାରିଖ ସକାଳେ ମୁମ୍ବାଇରେ ହଠାତ୍‌ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା। ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ଧରି ବ୍ଲାକ୍‌ଆଉଟ ଯୋଗୁ ଚଳଚଞ୍ଚଳ ମୁମ୍ବାଇ ସହର ଅଟକି ଯାଇଥିଲା। ହାରାହାରି ୨କୋଟି ଜନସାଧାରଣଙ୍କ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଟ୍ରେନ ଅଟକିବା ସହ ହସ୍ପିଟାଲ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜରେ ଘଣ୍ଟା ଘଣ୍ଟା ଧରି କାରବାର ବନ୍ଦ ହେବାରୁ ବିପୁଳ କ୍ଷତି ସାଧନ ହୋଇଥିଲା। କରୋନା ମହାମାରୀରେ ଲକ୍‌ଡାଉନରେ ଘରେ ବନ୍ଦୀ ଥିବା ମୁମ୍ବାଇବାସୀ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଜରୁରୀ କାମ ବନ୍ଦ ହୋଇଯିବା ସହ ଘରୁ ଅଫିସ୍‌ କାର୍ଯ୍ୟ କରୁଥିବା ଲୋକେ ହୀନସ୍ତା ହୋଇଥିଲେ। ହସ୍ପିଟାଲରେ ଭେଣ୍ଟିଲେଟର୍ସ ଅଚଳ ହୋଇପଡିଥିଲା। ଦୀର୍ଘ ୨ ଘଣ୍ଟା ପରେ ପୁଣି ମୁମ୍ବାଇ ଚଳଚଞ୍ଚଳ ହୋଇଥିଲା।

ଆକ୍ରମଣର ମାଧ୍ୟମ ଚାଇନା ଉପକରଣ

ଚାଇନାର ଏଭଳି ଷଡ଼ଯନ୍ତ୍ର ଉପରୁ ପରଦା ଉଠିବା ପରେ ଭାରତର ଶକ୍ତିକ୍ଷେତ୍ରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏପରି କରି ଭାରତକୁ ଚାଇନା ସମ୍ପୂର୍ଣ୍ଣ ଅନ୍ଧକାରମୟ କରିପାରିବାର କ୍ଷମତା ରଖିଥିବା ନେଇ ପ୍ରଶ୍ନ ଉଠିଛି। ଚିନ୍ତାର ବଡ଼ କାରଣ ପାଲଟିଛି ଭାରତରେ ବ୍ୟାପକ ମାତ୍ରାରେ ଚାଇନା ପ୍ରସ୍ତୁତ ବୈଦ୍ୟୁତିକ ଉପକରଣର ବ୍ୟବହାର। ପୂର୍ବତନ ବହିର୍ବ୍ୟାପାର ସଚିବ ନିରୁପମା ରାଓଙ୍କ କହିବା ମୁତାବକ, ଭାରତ ମୁଖ୍ୟତଃ ଚାଇନାରୁ ଶକ୍ତି ଉତ୍ପାଦନ ଉପକରଣ ଏବଂ ଟ୍ରାନ୍ସଫର୍ମର କ୍ରୟ କରିଥାଏ। ଗତ ଦୁଇ ଦଶନ୍ଧି ମଧ୍ୟରେ ଚାଇନା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି। ୨୦୨୦ରେ ଭାରତ ୭୧ ହଜାର କୋଟି ଟଙ୍କାର ଶକ୍ତି ଉତ୍ପାଦନ ଉପକରଣ କ୍ରୟ କରିଛି, ସେଥିମଧ୍ୟରୁ ୨୧ ହଜାର କୋଟି ଟଙ୍କା କେବଳ ଚାଇନାରୁ ଆସିଛି। ଚାଇନିଜ୍‌ ହାର୍ଡୱେର୍‌ ସଫ୍ଟୱେର୍‌ ମଧ୍ୟ ଭାରତରେ ବ୍ୟବହାର କରାଯାଉଛି, ଯାହା କି ଚାଇନାର ଯୋଜନାକୁ ସଫଳ କରିବାରେ ବେଶ୍‌ ସକ୍ଷମ।

ଟାର୍ଗେଟରେ ସିରମ୍‌, ଭାରତ ବାୟୋଟେକ୍‌

ଚାଇନା ସମର୍ଥତ୍ତ ହ୍ୟାକର୍ସ ଗ୍ରୁପ୍‌ ଗତ କିଛି ସପ୍ତାହରେ ଭାରତରେ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ର ସୂଚନା ପ୍ରଯୁକ୍ତି (ଆଇଟି) ସିଷ୍ଟମକୁ ଟାର୍ଗେଟ କରିଥିବା ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସାଇଫାର୍ମା ପକ୍ଷରୁ କୁହାଯାଇଛି। ଉଭୟ ଚାଇନା ଓ ଭାରତ ବିଭିନ୍ନ ଦେଶକୁ କରୋନା ଟିକା ପଠାଇଛନ୍ତି। ବିଶ୍ୱର ବିଭିନ୍ନ ଦେଶକୁ ଯୋଗାଣ ହେଉଥିବା ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଥିବାବେଳେ ଚାଇନିଜ୍‌ ହ୍ୟାକିଂ ଗ୍ରୁପ୍‌ ଏପିଟି୧୦ ଉଭୟ ସିରମ୍‌ ଓ ଭାରତ ବାୟୋଟେକ୍‌ର ଆଇଟି ଭିତ୍ତିଭୂମି ଏବଂ ଯୋଗାଣ ଶୃଙ୍ଖଳା ସଫ୍ଟଓ୍ବେରରେ ଥିବା ଦୁର୍ବଳତାକୁ ଚିହ୍ନଟ କରିଛି। ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀକୁ ପଛକୁ ପକାଇବାକୁ ଆବଶ୍ୟକ ଟେକ୍ନୋଲୋଜି ଓ ଜ୍ଞାନକୌଶଳ ଚୋରି କରିବାକୁ ଏହି ଗ୍ରୁପ୍‌ର ଲକ୍ଷ୍ୟ ରହିଛି ବୋଲି ସାଇଫାର୍ମା ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ରିତେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri