Posted inଖେଳ

ମୁମ୍ବାଇ, ପୁଣେରେ ମହିଳା ଏସିଆନ କପ: ଆୟୋଜନରୁ ବାଦ୍‌ ପଡିଲେ ଭୁବନେଶ୍ୱର, ଅହମଦାବାଦ୍‌

ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଭେନ୍ୟୁରେ ପରବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ଅହମଦାବାଦକୁ ଆୟୋଜନରୁ ବାଦ୍‌ ଦିଆଯାଇଛି। ବଦଳରେ ଏହି ମେଗା ଇଭେଣ୍ଟ ମୁମ୍ବାଇ ଓ ପୁଣେରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକର ଭ୍ରମଣଜନିତ ସମୟକୁ କମ୍‌ କରିବା ଓ ବାୟୋସିକ୍ୟୁର ବବଲ ପାଇଁ ଏକ ଉନ୍ନତ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଛି। ତେଣୁ ମହମାରୀର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ କୁହାଯାଇଛି।
ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସସ୍ଥିତ ମୁମ୍ବାଇ ଫୁଟବଲ ଏରିନା ଓ ପୁଣେର ବାଲଓ୍ବୋଡିସ୍ଥିତ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଏହି ମେଗା ଇଭେଣ୍ଟର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ବିଭିନ୍ନ ଦଳ ଓ ଅଫିସିଆଲଙ୍କ ଯାତ୍ରଜନିତ ସମସ୍ୟା ଓ ସମୟକୁ କମ୍‌ କରିବା ଦ୍ୱାରା କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିହେବ। ଏହା ଦ୍ୱାରା ଏକ ଉନ୍ନତ ବାୟୋ ବବଲ ସୃଷ୍ଟି କରିହେବ ଓ ଏଥିରୁ ଟୁର୍ନାମେଣ୍ଟ ସହିତ ଜଡିତ ସବୁ ବ୍ୟକ୍ତି ସୁବିଧା ପାଇପାରିବେ ବୋଲି କୁହାଯାଇଛି।
ନଭି ମୁମ୍ବାଇସ୍ଥିତ ୩୭,୯୦୦ କ୍ଷମତା ବିଶିଷ୍ଟ ଡି. ପାଟିଲ ଷ୍ଟାଡିୟମରେ ମଧ୍ୟ ଏହି ଟୁର୍ନାମେଣ୍ଟର ମ୍ୟାଚ୍‌ ଆୟୋଜନ ହେବ। ଏହି ଷ୍ଟାଡିୟମ ସମେତ ୩ଟି ଭେନ୍ୟୁରେ ଟୁର୍ନାମେଣ୍ଟ ଆୟୋଜନ ହେବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ବାୟୋ ବବଲ ସୃଷ୍ଟି କରିବା ପାଇଁ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ଲୋକାଲ ଅର୍ଗାନାଇଜିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଷ୍ଟାଡିୟମଗୁଡିକ ମଧ୍ୟରେ ଥିବା ଭୌଗୋଳିକ ନିକଟତାକୁ ଦୃଷ୍ଟିରେ ରଖି ଆମେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁଣେକୁ ଭେନ୍ୟୁ ରୂପେ ଚୟନ କରିଛୁ । ପୂର୍ବରୁ ମଧ୍ୟ ଏହି ଭେନ୍ୟୁଗୁଡିକରେ ଏକାଧିକ ବଡ଼ ଫୁଟବଲ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଛି। ଟୁର୍ନାମେଣ୍ଟ ଆୟୋଜନ ପାଇଁ ପୂର୍ବରୁ ଅନୁମତି ଦେଇଥିବାରୁ ସେ ଓଡ଼ିଶା ଓ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆୟୋଜକ ଭାରତ ସମେତ ଜାପାନ, ଅଷ୍ଟ୍ରେଲିଆ, ଚାଇନା ଟୁର୍ନାମେଣ୍ଟ ଫାଇନାଲ୍ସରେ ସ୍ଥାନ ହାସଲ କରିସାରିଛନ୍ତି। ଖୁବ୍‌ଶୀଘ୍ର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ବାକି ୮ଟି ଦଳ ସ୍ପଷ୍ଟ ହେବ। ୨୮ଟି ଦଳକୁ ୮ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି ଓ ଏଗୁଡିକୁ ନେଇ ଆଗାମୀ ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରୁ ଶ୍ରେଷ୍ଠ ୮ଟି ଦଳକୁ ମୁଖ୍ୟ ଟୁର୍ନାମେଣ୍ଟରେ ସାମିଲ କରାଯିବ।
୩ଥର ଟାଇଟଲ ହାସଲ କରିଥିବା ଚାଇନିଜ ତାଇପେ, ବାହାରିନ, ତୁର୍କମେନିସ୍ଥାନ ଓ ଲାଓସ୍‌ ଗ୍ରୁପ୍‌ ଏ’ରେ ସାମିଲ ହୋଇଛନ୍ତି। ସେହିପରି ଗ୍ରୁପ୍‌ ବି’ରେ ଭିଏତ୍‌ନାମ, ତାଜିକସ୍ତାନ, ମାଳଦୀପ ଓ ଆଫଗାନିସ୍ତାନ ସାମିଲ ରହିଛନ୍ତି। ସେହିପରି ଏସିଆନ ପାଓ୍ବାର ହାଉସ୍‌ ରୂପେ ଜଣାଶୁଣା ଥିବା କୋରିଆ ସମେତ ସିଙ୍ଗାପୁର, ଇରାକ, ଇଣ୍ଡୋନେସିଆ ଗ୍ରୁପ୍‌ ସି’ରେ ସାମିଲ ହୋଇଥିବା ବେଳେ ମ୍ୟାନ୍‌ମାର, ୟୁନାଇଟେଡ ଆରବ ଏମିରେଟ୍ସ, ଗୁଆମ ଓ ଲେବାନନ ଗ୍ରୁପ୍‌ ଡି’ରେ ସାମିଲ ହୋଇ ଫାଇନାଲ୍ସ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ୨୦୧୮ ମହିଳା ଏସିଆନ କପ୍‌ରେ ଜାପାନ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri