ପାରାଦୀପରେ ନକଲି ମଶାଧୂପ କାରଖାନା : ବିପୁଳ ପରିମାଣର ମଶାଧୂପ ଜବତ

ପାରାଦୀପ,୧୨ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ନକଲି ମଶାଧୂପ କାରଖାନା ଉପରେ ପୋଲିସ ଓ ମହାରାଷ୍ଟ୍ରର ଏକ ତଦନ୍ତକାରୀ ଟିମ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଏଥିରେ ସ୍ଲିପ୍‌ଓ୍ବେଲ ନାମକ ମଶାଧୂପ ତିଆରି କରିବାରେ ସମସ୍ତ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଜଡ଼ିତ ବାପ ପୁଅଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ଅଭିଯୁକ୍ତ ହେଲେ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ବିକାଶ। ଏମାନେ କର୍ନାଟକରେ ଥିବା ଅଂଶିକା କମ୍ପାନୀର ସ୍ଲିପ୍‌ଓ୍ବେଲ ମଶାଧୂପର ଅବିକଳ ନକଲ କରି ମାର୍କେଟରେ ବିକ୍ରି କରୁଥିଲେ। ଓଡ଼ିଶାର ଏହି ମଶାଧୂପ ଓ ଅଂଶିକା କମ୍ପାନୀର ଧୂପ ମଧ୍ୟରେ ପ୍ରଭେଦ ସମ୍ପର୍କରେ କେତେକ ଖାଉଟି ଅଭିଯୋଗ କରିଥିଲେ। ଏହାପରେ ଏହି ଧୂପକୁ କମ୍ପାନୀର ଏକ ଟିମ୍‌ ଯାଞ୍ଚ କରି ନକଲି ବୋଲି ଜାଣିପାରିଥିଲେ। ପରେ ମୁମ୍ବାଇରେ ଅର୍ଥନୈତିକ ଆପରାଧିକ ଶାଖାରେ ଅଭିଯୋଗ କରିଥିଲେ। ଉକ୍ତ ଟିମ୍‌ ପାରାଦୀପ ଆସି ସ୍ଥାନୀୟ ଆଦର୍ଶ ଥାନା ପୋଲିସ ସହିତ ମିଶି ଶୁକ୍ରବାର ରାତିରେ ଚଢ଼ାଉ କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ବିପୁଳ ପରିମାଣର ମଶାଧୂପ, ଏଥିରେ ବ୍ୟବହୃତ ସାମଗ୍ରୀ, ମେଶିନ, ଗୋଟିଏ ୪୦୭ ଗାଡ଼ି (ଓଡି୦୫ଏଲ୬୨୨୪) ଆଦି ଜବତ କରାଯାଇଛି। ଏ ସମ୍ପର୍କରେ ପାରାଦୀପ ଆଦର୍ଶ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ କୁହନ୍ତି, ତଦନ୍ତ ଚାଲିଛି। ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ଏବଂ ବ୍ୟାଙ୍କ କାରବାର ଆଦି ଉପରେ ଯାଞ୍ଚ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri