Posted inଖେଳ

୭ ମ୍ୟାଚ୍‌ରେ ୭ ଶତକ ମାରିଥିବା ମୁମ୍ବାଇ କ୍ରିକେଟର୍‌ଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ, ୧୭।୯: ମୁମ୍ବାଇର ପୂର୍ବତନ କ୍ରିକେଟର୍‌ ସଚିନ ଦେଶମୁଖଙ୍କ କରୋନା ଭାଇରସ୍‌ରେ ବିୟୋଗ ଘଟିଛି। ମଙ୍ଗଳବାର ରାତିରେ ଥାନେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାନରେ ସଚିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସଚିନଙ୍କ ବନ୍ଧୁଙ୍କ କହିବାନୁଯାୟୀ, ‘ସେ ବହୁତ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ ମଧ୍ୟ ହସ୍ପିଟାଲ ଯିବାକୁ ମନା କରୁଥିଲେ। କିନ୍ତୁ ଶେଷରେ ସଚିନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।’
ସମୟରେ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ଥିବା ସଚିନ ଦେଶମୁଖ ଉଭୟ ମୁମ୍ବାଇ ଓ ମହାରାଷ୍ଟ୍ର ରଣ୍‌ଜୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇ ନ ଥିଲେ। ସେ ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ୫ଟି ଇନିଂସରେ ୩ଟି (୧୮୩, ୧୩୦ ଓ ୧୧୦) ଶତକ ହାସଲ କରିଥିଲେ। ସେହିଭଳି ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଟୁର୍ନାମେଣ୍ଟର ଲଗାତର ୭ ମ୍ୟାଚ୍‌ରେ ସେ ୭ ଶତକ ହାସଲ କରିଥିଲେ। ସଚିନ ଏହି ଟୁର୍ନାମେଣ୍ଟରେ ପୁନେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଜଣେ ଖେଳାଳି ଭାବେ ଖ୍ୟାତି ଅର୍ଜନ କରିଥିବା ସଚିନ ମୁମ୍ବାଇ ଏକ୍ସାଇଜ ଆଣ୍ଡ୍‌ କଷ୍ଟମ ବିଭାଗର ସୁପରିଟେଣ୍ଡେଣ୍ଟ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଲାଭେନିଲଙ୍କୁ ସ୍ବର୍ଣ୍ଣ, ଶାହୁ ମାନେଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୧୯ା୧୦ (ପି.ଟି.)-ଶେଖ୍‌ ରସେଲ ଇଣ୍ଟରନ୍ୟାଶନାଲ ଏୟାର ରାଇଫଲ ଚାମ୍ପିୟନଶିପ୍‌ ରବିବାର ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱର ନମ୍ବର ଓ୍ବାନ୍‌ ଭାରତୀୟ ଇଲାଭେନିଲ ଭାଲାରିଭାନ୍‌...

ଧୋନୀ ‘ଶୂନ’ରେ ଆଉଟ ହେବା ପରେ ଟ୍ରୋଲ ହେଲେ ରୋହିତ ଶର୍ମା: ଜାଣନ୍ତୁ ଭିତିରି କଥା

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ...

ହାର୍ଦ୍ଦିକ କହିଲେ କିଏ ପ୍ରିୟ

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଜାତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ନିଜର ଯୁବ ସମୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ...

ନୀରଜଙ୍କ ଆଗରେ ସମସ୍ୟା ଛୋଟ ନ ଥିଲା

ନୂଆଦିଲ୍ଲୀ, ୮।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ତେବେ ଏହି ସଫଳତା ପାଇଁ ତାଙ୍କୁ...

ହୋଲିରେ ରଙ୍ଗେଇ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୮।୩: ଭାରତୀୟ ଦଳ ହୋଲି ଅବସରରେ ଅହମ୍ମଦାବାଦ ଟେଷ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇନ୍ଦୋରରେ ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ଅହମ୍ମଦାବାଦ ଟେଷ୍ଟ...

ସାଧାରଣତନ୍ତ୍ର ଦିବସରେ ଏମିତି ଟୁଇଟ୍‌ କରି ହୃଦୟ ଜିତିଲେ ସେହ୍ବାଗ

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଖେଳ, ବଲିଉଡ୍‌ ସେଲିବ୍ରିଟିମାନେ ଦେଶବାବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ...

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟସ୍‌...

ଟେଲରଙ୍କ ଅପରାଜିତ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୦୩/୫

ଗାଲେ, ୧୪।୮(ପି.ଟି.): ସ୍ଥାନୀୟ ଗାଲେ ନ୍ୟାଶନାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ...

Advertisement
Archives

Model This Week