ଖରାପ ପ୍ରଦର୍ଶନ କରିଛନ୍ତି ଏକାଧିକ ଟାଣୁଆ ନେତା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଙ୍କକଷା ସାଙ୍ଗକୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କାଉନ୍‌ସିଲର, ପୌରାଧ୍ୟକ୍ଷ, କର୍ପୋରେଟର ଏବଂ ମେୟର ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି। ତେବେ ବିଜେଡି କାଉନ୍‌ସିଲର ଏବଂ ପୌରାଧ୍ୟକ୍ଷ ଭୋଟରେ ଅଧିକ ସଫଳତା ହାସଲ କରିଥିଲେ ମଧ୍ୟ କେତେକ ସ୍ଥାନରେ ଲୋକଙ୍କ ମତ ଏପଟ ସେପଟ ହୋଇଛି। କେଉଁଠି ବିଜେଡି ଅଧିକ କାଉନ୍‌ସିଲର ଆସନରେ ବିଜୟୀ ହୋଇଥିବା ବେଳେ ପୌରାଧ୍ୟକ୍ଷ ଆସନ ବିରୋଧୀ କିମ୍ବା ସ୍ବାଧୀନ ହାତକୁ ଯାଇଛି। ସେହିପରି ଅନ୍ୟ କେଉଁଠି ପୌରାଧ୍ୟକ୍ଷ ଆସନ ବିଜେଡି ରଖିଥିଲେ ମଧ୍ୟ ଅଧିକ କାଉନ୍‌ସିଲର ଆସନ ବିରୋଧୀଙ୍କ ଦଖଲରେ ରହିଛି। ଅନ୍ୟପଟେ ଆଗକୁ ଡେପୁଟି ମେୟର ନିର୍ବାଚନ ଥିବାରୁ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କୁ ବୁଝାଶୁଝା କରିବା ଲାଗି ଶାସକ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ରାଜ୍ୟର ବହୁ ହେଭିଓ୍ବେଟ ନେତାଙ୍କ ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ ନ ରହିବା ରାଜନୈତିକ ମହଲରେ ଆଲୋଚନା ଲାଗି ଖୋରାକ ଯୋଗାଇଛି।
ବିଜେଡିର ବହୁ ହେଭିଓ୍ବେଟ୍‌ଙ୍କ ପୌର ନିର୍ବାଚନରେ ଖରାପ ପ୍ରଦର୍ଶନ ହେବା ଶାସକ ଦଳ ଶିବିରରେ ଚର୍ଚ୍ଚା ହେଉଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ଶାସକ ଦଳ ଉପ ମୁଖ୍ୟସଚେତକ ରୋହିତ ପୂଜାରୀ ଏବଂ ମନ୍ତ୍ରୀ ନବ ଦାସଙ୍କ ପୌର ନିର୍ବାଚନରେ ପ୍ରଦର୍ଶନ ସେତେ ଭଲ ହୋଇନାହିଁ। ଏମାନେ ସବୁ ନିଜ ଗଡ଼କୁ ଠିକ୍‌ ଭାବେ ସମ୍ଭାଳି ପାରିନାହାନ୍ତି। ସେହିପରି ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ସୁଧୀର ସାମଲ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ନେତା ଏହି ନିର୍ବାଚନରେ ସେତେଟା ଭଲ କରିପାରିନାହାନ୍ତି। ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ନିର୍ବାଚନମଣ୍ଡଳୀ ଅନୁଗୋଳରେ ବିଜେଡି ପୌରାଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ପୌର ପରିଷଦରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗଞ୍ଜାମ ଜିଲାର କୋଦଳା, ରମ୍ଭା ଏବଂ ଛତ୍ରପୁରରେ ପୌରାଧ୍ୟକ୍ଷ ପଦବୀ ଭାଜପା ଖାତାକୁ ଚାଲିଯାଇଛି।
ସେହିପରି ଭାଜପାର ବହୁ ଟାଣୁଆ ନେତା ପୌର ଭୋଟରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, କନକବର୍ଦ୍ଧନ ସିଂଦେଓ, ବସନ୍ତ ପଣ୍ଡା, ପୃଥ୍ବୀରାଜ ହରିଚନ୍ଦନ ଏବଂ ମନମୋହନ ସାମଲଙ୍କ ଭଳି ନେତାଙ୍କୁ ପୌର ନିର୍ବାଚନରେ ଭଲ ସଫଳତା ମିଳିନାହିଁ। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ସୁରେଶ ରାଉତରପାୟ ଏବଂ ମହମ୍ମଦ ମୋକିମଙ୍କ ଭଳି ନେତାଙ୍କ ଗଡ଼ରେ କଂଗ୍ରେସ ପ୍ରାର୍ଥୀ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। ତେବେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଶାସକ ଦଳ ନେତାଙ୍କ ମନ୍ତ୍ରୀ ପାହ୍ୟା ପାଇବା ନ ପାଇବା କଥା ସ୍ଥିର କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ତେବେ ଏହି ଫଳାଫଳ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସରକାରୀ ଲୋକମାନେ ଟଙ୍କା ବାଣ୍ଟୁଥିଲେ। ପ୍ରତ୍ୟେକ ଲୋକଙ୍କୁ ହଜାରେ ଟଙ୍କା ଲେଖାଏ ଦେଇ ଶଙ୍ଖରେ ଭୋଟ ଦେବାକୁ କହୁଥିଲେ। ଗୁଣ୍ଡାଙ୍କୁ ଭଡ଼ାରେ ଆଣି ଲୋକମାନଙ୍କୁ ଭୟଭୀତ କରି ଶାସକ ଦଳ ସପକ୍ଷରେ ଦେବାକୁ ଡରାଇଛନ୍ତି ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସମସ୍ତେ ଜାଣନ୍ତି ବ୍ୟାପକ ଅର୍ଥ ବଳ ଏବଂ ଶାସନ କଳ ନିୟୋଜିତ କରି କାମ କରାଗଲା। ଅନ୍ୟପଟେ ବ୍ୟାପକ ଜାଗାରେ ପଶ୍ଚିମବଙ୍ଗ ଭଳି ହିଂସାକାଣ୍ଡ ଘଟାଗଲା। ଫଳାଫଳକୁ ସାଙ୍ଗରେ ଦୀର୍ଘ ସମୟ ରଖିବାର ଯେଉଁ ଅଭ୍ୟାସ ସେକଥା ବିଜେଡି କେବେହେଲେ କରିପାରିବ ନାହିଁ ବୋଲି ସେ କହିଛନ୍ତି। ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଦୁଇ ପ୍ରକାର ଭୋଟ ବ୍ୟବସ୍ଥାରେ ପୌର ଭୋଟ ହେଲା। ଏହି ଧାରା ଭିତରେ କେତେକ ସ୍ଥାନରେ ସ୍ପ୍ଲିଟ୍‌ ଭୋଟିଂ ହୋଇଛି। କେତେକ ସ୍ଥାନରେ ଏହି ପରିଚାଳନାରେ ତ୍ରୁଟି ଦେଖିବାକୁ ମିଳିଛି। ହେଲେ ଲୋକଙ୍କ ଭୋଟିଂ ବ୍ୟବସ୍ଥା ଦେଖିଲେ ଗୋଟିଏ କଥା ସ୍ପଷ୍ଟ ସେମାନେ ବିଜେଡିକୁ ସମର୍ଥନ ବିପୁଳ ମାତ୍ରାରେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri