ବ୍ରାହ୍ମଣୀ, ବୈତରଣୀରେ ଅଟକିଛି ଏକାଧିକ ପ୍ରକଳ୍ପ

ଯାଜପୁର ଅଫିସ,୮।୯:  ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା ପାଇଁ ୧୯୫୬ରୁ ଦାବି ହୋଇ ଆସୁଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ନିର୍ମାଣ ଆଦି ଯୋଜନା ମଧ୍ୟ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ ଜିଲାର ବରୀ, ସୁଜନପୁର, ବିଞ୍ଝାରପୁର, ଜେନାପୁର ଅଞ୍ଚଳର ଲୋକମାନେ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତରଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।
ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ, ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପର ପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡିକର ଏ ଯାବତ ସୁଦୃଢୀକରଣ କରାଯାଇ ପାରିଲା ନାହିଁ। ବ୍ୟାପକ ଦୁର୍ନୀତି ଯୋଗୁ ବନ୍ୟାରେ ନିମ୍ନମାନର ବନ୍ଧଗୁଡିକରେ ଘାଇ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଚଳିତ ବର୍ଷ ବନ୍ୟାରେ ଏହି ଜିଲାରେ ୩୦ଟି ଛୋଟବଡ ଘାଇ ହୋଇଛି। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନ୍ୟୁନ୍ୟ ୨୪ ଫୁକାର କରାଯାଇ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇ ପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମରେ ୨୨ଟି ନାଳ ଦ୍ୱାରା ସଂଯୋଗୀ କରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବହିଯାଉଥିବାରୁ ଖରସ୍ରୋତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଏ ଚେକଡ୍ୟାମ କରାଯିବାକୁ ବହୁ ଦିନରୁ ଦାବି ହୋଇଆସୁଛି। ଏ ଦିଗରେ ୨୦୦୨ ମସିହାରୁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବାରେ ରାଜନୈତିକ ଇଚ୍ଛାଶକ୍ତି ନ ଥିବା ଦୁଃଖର ବିଷୟ। ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ କାର୍ଯ୍ୟକାରୀ ହେଉଥିବା ରେଙ୍ଗାଲି ଡ୍ୟାମ ଦ୍ୱାରା ଜିଲାଟି ସମ୍ପୂର୍ଣ୍ଣ ରୁପେ ଉପକୃତ ହୋଇ ପାରି ନାହିଁ। ବନ୍ୟାର ପ୍ରକୋପରୁ ଜିଲାକୁ ରକ୍ଷା କରିବା ପାଇଁ ପୋତି ହୋଇ ପଡିଥିବା ବ୍ରାହ୍ମଣୀ ନଦୀର ଶଯ୍ୟାକୁ ଖୋଳା ଯାଇ ସୁନାବ୍ୟା କରାଯାଇ ପାରିଲା ନାହିଁ। ସରକାରୀ ଅନୁଦାନର ଉପଯୁକ୍ତ ବିନିଯୋଗ ହୋଇ ନ ପାରିବାରୁ ତାହା ସମ୍ଭବ ହୋଇ ପାରିଲା ନାହିଁ। ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ନଦୀ ଉପରେ ଜେନାପୁରଠାରେ ନିର୍ମିତ ଆନିକଟ ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ତେବେ ବ୍ରାହ୍ମଣୀ ନଦୀର ବିକାଶ ପାଇଁ ଜଳ ସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସୋ୍ରତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ଆଦି ଅସମାହିତ ରହିଛି। ଖରସ୍ରୋତା ସୁରକ୍ଷା କମିଟିର ଆବାହକ ହରେକୃଷ୍ଣ ପଣ୍ଡା କୁହନ୍ତି, ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ ଜରିଆରେ ଯାଜପୁର, ରସୁଲପୁର, ଧର୍ମଶାଳା, ବରୀ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି, ରାଜକନିକା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରାଜନେତା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇ ବ୍ରାହ୍ମଣୀକୁ ଚିରସ୍ରୋତା କରିବା ନେଇ ଆନ୍ଦୋଳନ କରି ଆସୁଛନ୍ତି। ମାତ୍ର ଏଥିପ୍ରତି ଯେପରି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି। ଏମ୍‌ପିମାନେ ଏହି ଦାବିକୁ ନେଇ କେନ୍ଦ୍ରରେ ଉପସ୍ଥାପନ କରି ନ ପାରିବା ଦୁଃଖର ବିଷୟ। ଏ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀର ଜେନାପୁର ଓ ଜୋକଡିଆ ଏବଂ ବୈତରଣୀ ନଦୀର ବୁଢା ଓ ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ସର୍ଭେ କରିବାକୁ ପ୍ରସ୍ତୁତି ଚାଲିଛି। ଏହିସବୁ ବ୍ୟାରେଜ ନିର୍ମାଣ ହେଲେ ଆଗାମୀ ଦିନରେ ବନ୍ୟା ପରିସ୍ଥିତିକୁ କିଛିମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri