ବ୍ରାହ୍ମଣୀ, ବୈତରଣୀରେ ଅଟକିଛି ଏକାଧିକ ପ୍ରକଳ୍ପ

ଯାଜପୁର ଅଫିସ,୮।୯:  ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା ପାଇଁ ୧୯୫୬ରୁ ଦାବି ହୋଇ ଆସୁଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ନିର୍ମାଣ ଆଦି ଯୋଜନା ମଧ୍ୟ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ ଜିଲାର ବରୀ, ସୁଜନପୁର, ବିଞ୍ଝାରପୁର, ଜେନାପୁର ଅଞ୍ଚଳର ଲୋକମାନେ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତରଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।
ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ, ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପର ପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡିକର ଏ ଯାବତ ସୁଦୃଢୀକରଣ କରାଯାଇ ପାରିଲା ନାହିଁ। ବ୍ୟାପକ ଦୁର୍ନୀତି ଯୋଗୁ ବନ୍ୟାରେ ନିମ୍ନମାନର ବନ୍ଧଗୁଡିକରେ ଘାଇ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଚଳିତ ବର୍ଷ ବନ୍ୟାରେ ଏହି ଜିଲାରେ ୩୦ଟି ଛୋଟବଡ ଘାଇ ହୋଇଛି। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନ୍ୟୁନ୍ୟ ୨୪ ଫୁକାର କରାଯାଇ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇ ପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମରେ ୨୨ଟି ନାଳ ଦ୍ୱାରା ସଂଯୋଗୀ କରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବହିଯାଉଥିବାରୁ ଖରସ୍ରୋତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଏ ଚେକଡ୍ୟାମ କରାଯିବାକୁ ବହୁ ଦିନରୁ ଦାବି ହୋଇଆସୁଛି। ଏ ଦିଗରେ ୨୦୦୨ ମସିହାରୁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବାରେ ରାଜନୈତିକ ଇଚ୍ଛାଶକ୍ତି ନ ଥିବା ଦୁଃଖର ବିଷୟ। ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ କାର୍ଯ୍ୟକାରୀ ହେଉଥିବା ରେଙ୍ଗାଲି ଡ୍ୟାମ ଦ୍ୱାରା ଜିଲାଟି ସମ୍ପୂର୍ଣ୍ଣ ରୁପେ ଉପକୃତ ହୋଇ ପାରି ନାହିଁ। ବନ୍ୟାର ପ୍ରକୋପରୁ ଜିଲାକୁ ରକ୍ଷା କରିବା ପାଇଁ ପୋତି ହୋଇ ପଡିଥିବା ବ୍ରାହ୍ମଣୀ ନଦୀର ଶଯ୍ୟାକୁ ଖୋଳା ଯାଇ ସୁନାବ୍ୟା କରାଯାଇ ପାରିଲା ନାହିଁ। ସରକାରୀ ଅନୁଦାନର ଉପଯୁକ୍ତ ବିନିଯୋଗ ହୋଇ ନ ପାରିବାରୁ ତାହା ସମ୍ଭବ ହୋଇ ପାରିଲା ନାହିଁ। ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ନଦୀ ଉପରେ ଜେନାପୁରଠାରେ ନିର୍ମିତ ଆନିକଟ ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ତେବେ ବ୍ରାହ୍ମଣୀ ନଦୀର ବିକାଶ ପାଇଁ ଜଳ ସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସୋ୍ରତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ଆଦି ଅସମାହିତ ରହିଛି। ଖରସ୍ରୋତା ସୁରକ୍ଷା କମିଟିର ଆବାହକ ହରେକୃଷ୍ଣ ପଣ୍ଡା କୁହନ୍ତି, ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ ଜରିଆରେ ଯାଜପୁର, ରସୁଲପୁର, ଧର୍ମଶାଳା, ବରୀ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି, ରାଜକନିକା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରାଜନେତା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇ ବ୍ରାହ୍ମଣୀକୁ ଚିରସ୍ରୋତା କରିବା ନେଇ ଆନ୍ଦୋଳନ କରି ଆସୁଛନ୍ତି। ମାତ୍ର ଏଥିପ୍ରତି ଯେପରି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି। ଏମ୍‌ପିମାନେ ଏହି ଦାବିକୁ ନେଇ କେନ୍ଦ୍ରରେ ଉପସ୍ଥାପନ କରି ନ ପାରିବା ଦୁଃଖର ବିଷୟ। ଏ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀର ଜେନାପୁର ଓ ଜୋକଡିଆ ଏବଂ ବୈତରଣୀ ନଦୀର ବୁଢା ଓ ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ସର୍ଭେ କରିବାକୁ ପ୍ରସ୍ତୁତି ଚାଲିଛି। ଏହିସବୁ ବ୍ୟାରେଜ ନିର୍ମାଣ ହେଲେ ଆଗାମୀ ଦିନରେ ବନ୍ୟା ପରିସ୍ଥିତିକୁ କିଛିମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri