ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡ଼ି

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା): ଟ୍ରାଫିକ ନିୟମ ଉଲ୍ଲଂଘନ ନ କରି କିମ୍ବା ଘରେ ଗାଡି ରହିଥିବାବେଳେ ବି ଅନେକ ସମୟରେ ମୋବାଇଲ୍‌କୁ ଚାଲାଣ କଟିବାର ମେସେଜ୍‌ ଆସୁଛି। ଗାଡି ନମ୍ବରକୁ ଅପବ୍ୟବହାର କରି ନିୟମ ଉଲ୍ଲଂଘନକାରୀମାନେ ରାସ୍ତାରେ ଯାତାୟତ କରୁଥିବାବେଳେ ଚାଲାଣ ବୋଝ ବୋହୁଛନ୍ତି ପ୍ରକୃତ ମାଲିକ। ଅର୍ଥାତ୍‌ ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡ଼ି। ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଯାନବାହନ ଯାଞ୍ଚ ସହିତ ଅନ୍‌ଲାଇନରେ ଚାଲାଣ କଟାଯାଉଥିବାରୁ ଅମାନିଆ ଆପଣାଉଛନ୍ତି ଏପରି ନୂଆ ପନ୍ଥା। କିଏ ଫାଇନରୁ ବର୍ତ୍ତିବା ପାଇଁ ତ ପୁଣି କିଏ ଅପରାଧ କରି ଖସି ଯିବା ପାଇଁ ଅନ୍ୟ ଗାଡି ନମ୍ବରକୁ ବ୍ୟବହାର କରୁଛନ୍ତି। ସେହିପରି ଆଉ କେହି ଫାଇନାନ୍ସ କର୍ମଚାରୀଙ୍କଠାରୁ ବର୍ତ୍ତିବାକୁ ଏଭଳି ପନ୍ଥା ଆପଣାଉଥିବା ଜଣାପଡିଛି। ଗତ କିଛିଦିନ ତଳେ ନମ୍ବର ପ୍ଲେଟର କିଛି ନମ୍ବର ଲିଭାଇବା, ଚୁଇଙ୍ଗମ ଲଗାଇବା ଓ ରୁମାଲ ଭିଡି ଦ୍ରୁତ ଗତିରେ ଖସି ଯାଉଥିବାବେଳେ ପୋଲିସ ହାବୁଡ଼ରେ ପଡିଥିଲେ। ଏପରିକି ଗୋଟିଏ ନମ୍ବରରେ ଦୁଇଟି ଗାଡି ଚାଲୁଥିବା ମଧ୍ୟ ଧରାପଡିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ମାଳ ମାଳ ଗାଡି ଚାଲୁଥିବା ଜଣାପଡିଛି । ଗତ ୮ ମାସ ମଧ୍ୟରେ ଏଭଳି ୨୦ଜଣ ଅମାନିଆଙ୍କୁ ଟ୍ରାଫିକ ପୋଲିସ ଧରିବାରେ ସଫଳ ହୋଇଛି। କିଏ ଅଟୋ ନମ୍ବରକୁ ବାଇକରେ ତ ପୁଣି କିଏ ବାଇକ ନମ୍ବରକୁ ସ୍କୁଟିରେ ବ୍ୟବହାର କରୁଥିବା ସୂଚନା ମିଳିଛି। ଏଭଳି ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗାଡି ଜବତ କରାଯିବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି। ଏହାସହ ଯେଉଁ ବ୍ୟକ୍ତି ଘରୁ ବାହାରକୁ ଗାଡି ନ ନେଇ ଚାଲାଣ କଟିବାର ମେସେଜ୍‌ ପାଉଛନ୍ତି, ସେମାନେ ତୁରନ୍ତ ଟ୍ରାଫିକ୍‌ ପୋଲିସ ଅଫିସ ଆସି ଜଣାଇବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି। ଫଳରେ ଅପରାଧୀ ବା ନିୟମ ଉଲ୍ଲଂଘନକାରୀଙ୍କୁ ସହଜରେ ଧରି ହେବ ବୋଲି ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଆଗକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚକୁ କଡାକଡି କରାଯିବ। ଏପରିସ୍ଥଳେ ନିୟମ ଉଲ୍ଲଂଘନକାରୀମାନେ ଅଧିକ ସଂଖ୍ୟାରେ ଧରାପଡିବେ ଓ ଏପରି ନକଲି ନମ୍ବରରେ ଗାଡି ଚଳାଚଳ କମିଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri