Posted inଜାତୀୟ

ମଲ୍ଟି ଏଜେନ୍ସି ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୧୦: ପାଣ୍ଡୋରା ପେପର୍ସ ଲିକ୍‌ରୁ ଅନେକ ଭାରତୀୟ ଟିକସ ଫାଙ୍କି ବିପୁଳ ସମ୍ପତ୍ତିର ଅଧିକାର ହୋଇଥିବା ଖବର ପ୍ରକାଶ ପାଇବା ପରେ ଏହାର ମଲ୍ଟି ଏଜେନ୍ସି ତଦନ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ନେତୃତ୍ୱରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ଗୋଇନ୍ଦା ୟୁନିଟ୍‌ ଦ୍ୱାରା ରିପୋର୍ଟର ଯାଞ୍ଚ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତଦନ୍ତରେ ଦୋଷୀ ସାବ୍ୟସ୍ତହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି।
ଫାଙ୍କି ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ପକ୍ଷରୁ ବର୍ଷେରୁ ଅଧିକ ସମୟ ଧରି ପାଣ୍ଡୋରା ପେପର୍ସର ୧୧.୯ ନିୟୁତରୁ ଊର୍ଦ୍ଧ୍ୱ ରେକର୍ଡ ସଙ୍କଳନ, ଗବେଷଣା ଓ ବିଶ୍ଳେଷଣ କରିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ତେନ୍ଦୁଲକରଙ୍କ ସମେତ ତାଙ୍କ ସ୍ତ୍ରୀଙ୍କ ନାଁ ମଧ୍ୟ ପାଣ୍ଡୋରା ପେପର୍ସ ଲିଷ୍ଟରେ ରହିଛି। ସେମାନେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ରେ ଏକ ଅଫ୍‌ସୋର ସଂସ୍ଥାର ମାଲିକ ଥିଲେ, ଯାହାକୁ ୨୦୧୬ରେ ବନ୍ଦ କରିଦିଆଯାଇଥିଲା। ସେହିପରି ଜଣାଶୁଣା ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ତାଙ୍କ ଶାଶୁ କ୍ଲାଉଡିଆ ଦତ୍ତଙ୍କ ନଁାରେ ୨୦୦୫ରେ ନ୍ୟୁଜିଲାଣ୍ଡରେ ଏକ ଟ୍ରଷ୍ଟ କରି ଲାଭବାନ ହୋଇଥିଲେ। ଏହି ଟ୍ରଷ୍ଟର ସେ ପ୍ରମୁଖ ଲାଭବାନ ବ୍ୟକ୍ତି ଥିଲେ। ଏହାର ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟ୍‌ ଥିଲା। ୨୦୧୩ରେ ସେହି ମିଡିଆ ଟ୍ରଷ୍ଟ ବନ୍ଦ ହୋଇଯାଇଥିଲା। ସେହିପରି ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ରେ ମଧ୍ୟ ତାଙ୍କର ଏକ ଅଫ୍‌ଶେର କମ୍ପାନୀ ଥିଲା ବୋଲି ପାଣ୍ଡୋରା ପେପର୍ସର ଅନସନ୍ଧାନମୂଳକ ରିପୋର୍ଟରେ ପ୍ରଘଟ ହୋଇଛି।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅନିଲ ଅମ୍ବାନୀ, ବିନୋଦ ଆଦାନି, କିରଣ ମଜୁମଦାର-ଶ, ନିରିଜା ରାଦିଆ, ସତୀଶ ଶର୍ମାଙ୍କ ନାଁ ମଧ୍ୟ ରହିଛି। ବିଲିଓନେୟାର, ବିଶ୍ୱନେତା ଓ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଟିକସ ଫାଙ୍କିବା ଯୋଗୁ ବିଶ୍ୱରେ ପ୍ରତିବର୍ଷ ୪୨୭ ବିଲିୟନ ଡଲାରର କ୍ଷତି ହୋଇଥିବା ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହାର କହିଛନ୍ତି। ଏଥିଯୋଗୁ ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏହା ଦୁର୍ନୀତି ଓ ଅପରାଧ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri