ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି, ଅନ୍ୟପଟେ ସାଧାରଣ ଲୋକମାନେ ତାଙ୍କ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ୨୦୨୧ରେ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା, ଯାହାର ନାମ ‘ମେଁ ମୁଲାୟମ ସିଂ ଯାଦବ’। ଏହି ଫିଲ୍ମରେ ମୁଲାୟମଙ୍କ ପରିବାର ବିଷୟରେ ଖୋଲାଖୋଲି ଭାବେ କୁହାଯାଇଛି ଏବଂ ରାଜନୀତିର ଜଣେ ଭେଟେରାନ ଖେଳାଳି ହେବା ତାଙ୍କ ଯାତ୍ରା ମଧ୍ୟ ଦର୍ଶାଯାଇଛି।
ଫିଲ୍ମ ‘ମେଁ ମୁଲାୟମ ସିଂ ଯାଦବ’ର ନିର୍ଦ୍ଦେଶନା ଦେଇଛନ୍ତି ଶୁଭେନ୍ଦୁ ଘୋଷ। ଏହି ଫିଲ୍ମରେ ମୁଲାୟମ ସିଂ ଯାଦବଙ୍କ ଭୂମିକାରେ ଅମିତ ସେଠୀ ଅଭିନୟ କରିଥିବାବେଳେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋ ମୁଲାୟମ ସିଂଙ୍କ ଭାଇ ଶିବପାଲ ସିଂ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ପ୍ରେରଣା ସିଂ ମୁଲାୟମଙ୍କ ସ୍ତ୍ରୀ ଭୂମିକାରେ ଥିବାବେଳେ ପ୍ରକାଶ ବାଲବେଟନ ରାମ ମନୋହର ଲୋହିଆ ଭୂମିକାରେ ଅଛନ୍ତି। ଅନ୍ୟପକ୍ଷରେ ଗୋବିନ୍ଦ ନାମଦେବ ଚୌଧୁରୀ ଚରଣ ସିଂ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଜରିନା ୱାହାବ ଏବଂ ଅନୁପମ ଶ୍ୟାମଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେମାନେ ମୁଲାୟମ ସିଂଙ୍କ ମା’ ଏବଂ ପିତା ଭୂମିକାରେ ଅଛନ୍ତି।
ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଦର୍ଶାଯାଇଛି ଯେ, ମୁଲାୟମ ସିଂ ଏକ ଅତି ସରଳ ପରିବାରର ଥିଲେ। ତାଙ୍କ ପିତାଙ୍କ ଇଚ୍ଛା ଥିଲା ଯେ ମୁଲାୟମ ସିଂ କୁସ୍ତି ଖେଳନ୍ତୁ କିନ୍ତୁ ସେ ରାଜନୀତିରେ ପ୍ରବେଶ କରିଥିଲେ। କୁସ୍ତି ପ୍ରତିଯୋଗିତା ସମୟରେ ସେ ସ୍ଥାନୀୟ ନେତା ନାଥୁରାମଙ୍କୁ ଭେଟିଥିଲେ। ଏହାପରେ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କ ବାଟ ଫିଟିଥିଲା।
ନାଥୁରାମ, ରାମ ମନୋହର ଲୋହିଆ ଏବଂ ଚୌଧୁରୀ ଚରଣ ସିଂଙ୍କ ସମର୍ଥନ ପାଇବା ପରେ ମୁଲାୟମ ସିଂଙ୍କ ରାଜନୈତିକ ଜ୍ଞାନ ବଢ଼ିଥିଲା। ମୁଖ୍ୟମନ୍ତ୍ରୀ ଚେୟାରରେ ପହଞ୍ଚିବା ପାଇଁ ମୁଲାୟମ ସିଂଙ୍କ ଯାତ୍ରା ମଧ୍ୟ ଏହି ସମୟରେ ତାଙ୍କ ସ୍ତ୍ରୀ ମାଳତୀଙ୍କ ଭୂମିକା ଅଧିକ ଥିଲା। ତେବେ ଏହି ଫିଲ୍ମରେ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ସିଂଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri