ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ବନ୍ଧୁକ ଦେଖାଇ ବସ କର୍ମଚାରୀଙ୍କୁ ଧମକ ଦେଇଥିଲେ । ପ୍ରଥମେ ବଚସା ପରେ ଦୁର୍ବୃତ୍ତ ଏଭଳି ଧମକ ଦେଇଥିବା ଜଣାପଡିଛି । ଏହି ଘଟଣା ପରେ ବସ୍ ଛାଡ଼ି କର୍ମଚାରୀ ଫେରାର ହୋଇଯାଇଥିବା ଜଣାପଡିଛି। ବନ୍ଧୁକ ଦେଖାଇଥିବା ଅଭିଯୁକ୍ତ ନବୀନ ସାହୁ ମଧ୍ୟ ଫେରାର ଅଛନ୍ତି । ଘଟଣା ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ଖବର ଲେଖାଯିବା ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ ।