ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ ସ୍ତରରେ କାର୍ଯ୍ୟକ୍ରମ କରୁଛି । କିଛି ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ । ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ୟତମ । ଏହି ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ମୁଖ୍ୟମନ୍ତ୍ରୀ ବସ ଗଡୁ ନଥିବା ଅଭିଯୋଗ ହୋଇଛି ।
ଯାହାଫଳରେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଶେଷକରି ଏସଏଚଜି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ହଇରାଣ ହରକତ ହେଉଥିବା ଜଣେ ମହିଳା ଗଣମାଧ୍ୟମକୁ କହିଛନ୍ତି । ଏସମ୍ପର୍କରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଣ ପାଇଁ ମୁଖ୍ୟମନ୍ତ୍ରୀ ବସ ଯାଉନି କଣ ରହିଛି ସମସ୍ୟା ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।