ମୁଖିଗୁଡ଼ା, କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କରୋନା: ପରେ ହେଲା ବିଶୋଧନ

ଭବାନୀପାଟଣା,୫।୯ (ଡି.ଏନ୍‌.ଏ.): ଗତ ୭୨ ଘଣ୍ଟା ଧରି କଳାହାଣ୍ଡି ଜିଲା ମୁଖିଗୁଡ଼ା ଓ କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଶଟ୍‌ଡାଉନ୍‌ ଥିଲା।  ଶୁକ୍ରବାର ଅଗ୍ନିଶବ ବିଭାଗ ସହାୟତାରେ କାର୍ଯ୍ୟାଳୟକୁ ବିଶୋଧିତ କରାଯାଇଛି।  ୩ ଦିନ ତଳେ ଜଳସମ୍ପଦ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣେ କର୍ମଚାରୀ ଓ କୁସୁମଖୁଣ୍ଟି ବାମ କେନାଲ୍‌ର ଜଣେ ଯନ୍ତ୍ରୀ ପଜିିଟିଭ୍‌ ଚିହ୍ନଟ ହୋଇଥିଲେ । ତେଣୁ ମୁଖିଗୁଡା ଦକ୍ଷିଣ କେନାଲ ସିସିଇଙ୍କ କାର୍ଯ୍ୟାଳୟ ଓ କୁସୁମଖୁଣ୍ଟି ବାମ କେନାଲ କାର୍ଯ୍ୟାଳୟକୁ ବିଶୋଧିତ କରାଯାଇଛି।