Posted inଭଦ୍ରକ

ଆଖଣ୍ଡଳମଣିଙ୍କୁ ଧନୁ ମୁଆଁ ସମର୍ପଣ

ଆରଡି, ୧୭ା୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଗୁରୁବାର ଧନୁ ସଂକ୍ରାନ୍ତି ଅବସରରେ ଭକ୍ତଙ୍କ ସମାଗମ ହୋଇଥିଲା। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇଥିଲା। ବିଧି ଅନୁସାରେ ସର୍ବପ୍ରଥମେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୁଆଁ ବାବା ଆଖଣ୍ଡଳମଣିଙ୍କୁ ସମର୍ପଣ କରାଯାଇଥିଲା। ନୂଆଧାନରୁ ପ୍ରସ୍ତୁତ ଖଇ, ଚିନି, ଛେନା, ନଡ଼ିଆ, କାଜୁ, ଚିନାବାଦାମରେ ଏହି ମୁଆଁ ପ୍ରସ୍ତୁତ ହୋଇଥିଲା। ଏହାପରେ ବାବାଙ୍କ ପାଖରେ ଦୈନିକ ଘର୍ଷଣ ଭୋଗ କରାଯାଇଥିଲା।
କୋଭିଡ୍‌ କଟକଣା ଅନୁସାରେ ସକାଳ ୬ ଟାରେ ସର୍ବସାଧାରଣ ଦର୍ଶନ ନିମସ୍ତେ ମନ୍ଦିରର ସମସ୍ତ ଦ୍ୱାର ଖୋଲାଯାଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ବାବାଙ୍କୁ ଦର୍ଶନ କରିଥିଲେ। ପୀଠରେ ଦିନସାରା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନରେ ପ୍ରଭୁଙ୍କୁ ଯୋଗୀବେଶ ଓ ସନ୍ଧ୍ୟାରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। କଥିତ ଅଛି, ଧନୁ ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଦୁରାରୋଗରୁ ଆରୋଗ୍ୟ ମିଳିଥାଏ। ଏହି ପୀଠ ବ୍ୟତୀତ ସ୍ଥାନୀୟ ବାରପଡ଼ା ଅଞ୍ଚଳରେ ମଧ୍ୟ ବିଭିନ୍ନ ଦେବଦେବୀଙ୍କୁ ଧନୁ ମୁଆଁ ସମର୍ପଣ କରାଯାଇଥିଲା। ପରମ୍ପରା ଅନୁସାରେ ମାର୍ଗଶିର ମାସରେ ଚାଷୀ ଧାନ ଅମଳ କରିସାରିବା ପରେ ନୂଆ ଧାନରେ ଖଇ ପ୍ରସ୍ତୁତ କରି ସେଥିରୁ ମୁଆଁ ତିଆରି କରି ଦେବଦେବୀଙ୍କୁ ଅର୍ପଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ଗଲେ, ଭଦ୍ରକରୁ ସଞ୍ଜୀବ ଆସିଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରି ନାରାୟଣ ମହାନ୍ତି),୨୮ା୩ବୁଧବାର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଜିଲାର ଭଦ୍ରକ ଓ ଭଣ୍ଡାରିପୋଖରୀରେ ବିଧାୟକଙ୍କ ଅଦଳ ବଦଳକୁ ନେଇ ଚର୍ଚ୍ଚା...

ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ

ଭଦ୍ରକ,୨୫।୩(ସନାତନ ରାଉତ):  ଭାଜପା ୫ମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାରେ ୨୧ ଲୋକ ସଭା ଆସନରୁ ୧୮ ଲୋକ ସଭାରେ ପ୍ରାର୍ଥୀଙ୍କ...

ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ

ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri