Posted inଭଦ୍ରକ

ଆଖଣ୍ଡଳମଣିଙ୍କୁ ଧନୁ ମୁଆଁ ସମର୍ପଣ

ଆରଡି, ୧୭ା୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଗୁରୁବାର ଧନୁ ସଂକ୍ରାନ୍ତି ଅବସରରେ ଭକ୍ତଙ୍କ ସମାଗମ ହୋଇଥିଲା। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇଥିଲା। ବିଧି ଅନୁସାରେ ସର୍ବପ୍ରଥମେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୁଆଁ ବାବା ଆଖଣ୍ଡଳମଣିଙ୍କୁ ସମର୍ପଣ କରାଯାଇଥିଲା। ନୂଆଧାନରୁ ପ୍ରସ୍ତୁତ ଖଇ, ଚିନି, ଛେନା, ନଡ଼ିଆ, କାଜୁ, ଚିନାବାଦାମରେ ଏହି ମୁଆଁ ପ୍ରସ୍ତୁତ ହୋଇଥିଲା। ଏହାପରେ ବାବାଙ୍କ ପାଖରେ ଦୈନିକ ଘର୍ଷଣ ଭୋଗ କରାଯାଇଥିଲା।
କୋଭିଡ୍‌ କଟକଣା ଅନୁସାରେ ସକାଳ ୬ ଟାରେ ସର୍ବସାଧାରଣ ଦର୍ଶନ ନିମସ୍ତେ ମନ୍ଦିରର ସମସ୍ତ ଦ୍ୱାର ଖୋଲାଯାଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ବାବାଙ୍କୁ ଦର୍ଶନ କରିଥିଲେ। ପୀଠରେ ଦିନସାରା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନରେ ପ୍ରଭୁଙ୍କୁ ଯୋଗୀବେଶ ଓ ସନ୍ଧ୍ୟାରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। କଥିତ ଅଛି, ଧନୁ ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଦୁରାରୋଗରୁ ଆରୋଗ୍ୟ ମିଳିଥାଏ। ଏହି ପୀଠ ବ୍ୟତୀତ ସ୍ଥାନୀୟ ବାରପଡ଼ା ଅଞ୍ଚଳରେ ମଧ୍ୟ ବିଭିନ୍ନ ଦେବଦେବୀଙ୍କୁ ଧନୁ ମୁଆଁ ସମର୍ପଣ କରାଯାଇଥିଲା। ପରମ୍ପରା ଅନୁସାରେ ମାର୍ଗଶିର ମାସରେ ଚାଷୀ ଧାନ ଅମଳ କରିସାରିବା ପରେ ନୂଆ ଧାନରେ ଖଇ ପ୍ରସ୍ତୁତ କରି ସେଥିରୁ ମୁଆଁ ତିଆରି କରି ଦେବଦେବୀଙ୍କୁ ଅର୍ପଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri