ବଢ଼ିପାରେ ଚିନି ଏମ୍‌ଏସ୍‌ପି

ଭୁବନେଶ୍ୱର, ୨୮।୭(ଅନୁରାଧା ମହାରଣା): ଆସନ୍ତା କିଛିଦିନ ମଧ୍ୟରେ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି। ଅଲ ଇଣ୍ଡିଆ ସୁଗାର ଟ୍ରେଡ୍‌ ଆସୋସିଏଶନ (ଏଆଇଏସ୍‌ଟିଏ)ର ଏକ ସମ୍ମିଳନୀରେ ସେ କହିଛନ୍ତି,ଏମ୍‌ଏସ୍‌ପି ପ୍ରସ୍ତାବ ଉପରେ ଆଲୋଚନା କରାଯାଉଥିବାବେଳେ ଆଗାମୀ ଦିନରେ ଏ ଦିଗରେ ନିଷ୍ପତ୍ତି ନିଆଯାଇପାରେ । ଆଖୁଚାଷୀଙ୍କୁ ଦିଆଯାଉଥିବା ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫ୍‌ଆର୍‌ପି)ର ବାର୍ଷିକ ବୃଦ୍ଧି ସତ୍ତ୍ୱେ ୨୦୧୯ ପରଠାରୁ ଚିନିର ଏମ୍‌ଏସ୍‌ପି କିଲୋଗ୍ରାମ ପ୍ରତି ୩୧ ଟଙ୍କା ରହିଆସିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା (ଏନ୍‌ଏଫ୍‌ସିଏଓଏଫ୍‌) ସମେତ ଶିଳ୍ପସଂସ୍ଥାଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାବେଳେ ମିଲ୍‌ଗୁଡ଼ିକର କାର୍ଯ୍ୟ ପରିଚାଳନା କରିବାରେ ସହାୟତା କରିବାକୁ ଏମ୍‌ଏସ୍‌ପି କିଲୋଗ୍ରାମ ପ୍ରତି ଅତି କମ୍‌ରେ ୪୨ ଟଙ୍କା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଚୋପ୍ରା କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର-ସେପ୍ଟେମ୍ବର ପାଇଁ ଚିନି ଉତ୍ପାଦନ ଆଶାଜନକ ହୋଇପାରେ। ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷ ହେକ୍ଟର ଜମିରେ ଆଖୁ ଲଗାଯାଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୫୭ ଲକ୍ଷ ହେକ୍ଟର ରହିଥିଲା। ୨୦୨୩-୨୪ରେ ଚିନି ଉତ୍ପାଦନ ୩୨ ମିଲିୟନ ଟନ ହୋଇଥିବା ଆକଳନ କରାଯାଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୨.୮ ନିୟୁତ ଟନ ତୁଳନାରେ କମିଛି। ମାତ୍ର ଘରୋଇ ଚାହିଦା ପୂରଣ ପାଇଁ ୨୭ ନିୟୁତ ଟନ ଯଥେଷ୍ଟ। ଏହା ପୂର୍ବରୁ ଖାଦ୍ୟ ସଚିବ କହିଛନ୍ତି , ବିଭିନ୍ନ ଉତ୍ପାଦରୁ ଇଥାନଲ ତିଆରି ପାଇଁ ଜଳ ଆବଶ୍ୟକତାକୁ ଆକଳନ କରିବା ପାଇଁ କୃଷି ମନ୍ତ୍ରଣାଳୟ ଅନୁସନ୍ଧାନ କରୁଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମକା ଏବଂ ଚାଉଳ ତୁଳନାରେ ଆଖୁରୁ ଇଥାନଲ ଉତ୍ପାଦନ ପାଇଁ କମ୍‌ ଜଳ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri