୫ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଏମଏସଏମଇ ପାର୍କ: କାର୍ଯ୍ୟକ୍ଷମ କରିବାକୁ ଦାବି

କେସିଙ୍ଗା,୨୦।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର ନୁଆପଡା କୁର୍ଲୁପଡା ଗ୍ରାମ ନିକଟରେ ଥିବା ଅର୍ଦ୍ଧନିର୍ମିତ ଏମଏସଏମଇ ପାର୍କ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି। କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ବିଜେଡି ଶାସନ ସମୟରେ ୧୨କୋଟି ବ୍ୟୟ ଅଟକଳରେ ଏହା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଆଜକୁ ୫ବର୍ଷ ବିତିଗଲାଣି ସମ୍ପୁର୍ଣ୍ଣ ହୋଇପାରୁନାହିଁ। ତାହାକୁ କାର୍ଯ୍ୟ କ୍ଷମ କରିବାକୁ କୁର୍ଲୁପଡା ଗ୍ରାମବାସୀ କେସିଙ୍ଗା ବ୍ଲକ ପରିସରରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗତକାଲି ଅଭିଯୋଗ କରିଛନ୍ତି।

ବର୍ତ୍ତମାନର ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି। ଗତ ୧୯୮୩ ମସିହାରେ କୁର୍ଲୁପଡା ଓ ନୂଆପଡା କୁର୍ଲୁପଡା ଗ୍ରାମର ୧୫୦ଜଣ ଚାଷୀଙ୍କ ଠାରୁ ୧୮୦ ଏକର ଜମି ଜୟପୁରସ୍ଥିତ ସେବା ପେପର ମିଲ ଜମି ଅଧିଗ୍ରହଣ କରିଥିଲା। ଗତ ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳେ ଶିଳାନ୍ୟାସ ହୋଇଥିଲା। ଜମି ବିକିଥିବା ଚାଷୀଙ୍କୁ ସେବା ପେପର ମିଲ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଆଜି ହେବ କାଲି ହେବ ବୋଲି ଆଜକୁ ୪୧ ବର୍ଷ ବିତିଯାଇଥିଲେ ମଧ୍ୟ ପେପର ମିଲ ହୋଇ ପାରିଲା ନାହିଁ କି ଉଦ୍ୟୋଗ ମଧ୍ୟ ହୋଇ ପାରୁ ନାହିଁ।

ସେବା ପେପର ମିଲର ମିଲ ମାଲିକ ଗତ ୧୯୯୪-୯୫ ମସିହାରେ ଗୁପ୍ତ ଭାବେ ଇଡ୍‌କୋ ସଂସ୍ଥାକୁ ବିକ୍ରି କରିଦେଲା। ଚାଷୀମାନେ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନ ହେବାରୁ ନିଜ ନିଜର ଜମି ଫେରି ପାଇବା ପାଇଁ ଚାଷୀମାନେ ଇଡ୍‌କୋ ନାମରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ।ଉଚ୍ଚ ନ୍ୟାୟାଳୟ ର ଆଦେଶ ଅନୁସାରେ ଚାଷୀଙ୍କୁ ଏକର ପ୍ରତି ୧୫ ହଜାର ହିସାବରେ ଅର୍ଥ ଦିଆଯାଇଥିଲା। କିନ୍ତୁ ଗତ ୨୦୨୦-୨୧, ୨୨ -୨୩ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଉକ୍ତ ଜମି ଉପରେ ଏକ କ୍ଷୁଦ୍ର ,ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ପ୍ରଥମେ ଜମିର ଚତୁଃପାର୍ଶ୍ୱରେ ବାଡ଼ା ବାବଦକୁ ୨ କୋଟିରୁ ଉଦ୍ଧର୍‌ବ ଖର୍ଚ୍ଚ କରି ବାଡ଼ା ନିର୍ମାଣ କରାଯାଇଥିଲା। ଉକ୍ତ ଜମି ପରିସରରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପାର୍କ ନିର୍ମାଣ କରିବା ପାଇଁ ପିଚୁରାସ୍ତା, ଡ୍ରେନ ନିର୍ମାଣ କରାଯାଇଛି।

ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ କଳାହାଣ୍ଡି ଜିଲାର ଦିବ୍ୟଶଙ୍କର ମିଶ୍ର ଖୋଦ ମନ୍ତ୍ରୀ ଥାଇ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ବିଜେଡିର ଶାସନ ଚାଲି ଯିବାରୁ ଆଜିକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଉଦ୍ୟୋଗ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। କୁର୍ଲୁପଡା ଗ୍ରାମର ୧୫୦ ଜଣ ଚାଷୀ ଜମି ହରାଇ ଆଜିକୁ ୪୧ବର୍ଷ ବିତିଯାଇଥିଲେ ମଧ୍ୟ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି। ଏହି ୧୮୦ଏକର ଜମିରୁ ଗତ ୨୦୦୭-୦୮ମସିହାରେ ଏନଏସି ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ କରିବାକୁ
୧୨ଏକର ଜମି ମଧ୍ୟ ଦିଆଯାଇଛି। ବର୍ତ୍ତମାନ ନୂତନ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଉଦ୍ୟୋଗକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ପଲ୍ଲୀ ସଭା ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?