Categories: ଖେଳ

‘ଶ୍ରେଷ୍ଠ ଫିନିଶର ଭାବେ ମନେ ରଖାଯିବ’

ଆବୁଧାବି,୧୧।୧୦: ”ମୋ ମତରେ ମହେନ୍ଦ୍ର ସିଂ ଧୋନୀ ଜଣେ କିମ୍ବଦନ୍ତୀ ଖେଳାଳି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଡେଥ୍‌ ଓଭରରେ ଚେନ୍ନାଇ ରବୀନ୍ଦ୍ର ଜାଡେଜା ନା ମହେନ୍ଦ୍ର ସିଂ ଧୋନୀଙ୍କୁ ପଠାଇବ ବୋଲି ଆମେ ଡଗଆଉଟ୍‌ରେ ଆଲୋଚନା କରୁଥିଲୁ। ଧୋନୀ ବ୍ୟାଟିଂ ଆସିବା ପରେ ମୁଁ ଜାଣି ଯାଇଥିଲି ସେ ମ୍ୟାଚ୍‌ ଶେଷ କରିବାକୁ ଉଦ୍ୟମ କରିବେ। ଅନ୍ତିମ ଓଭରରେ ତାଙ୍କ ବିପକ୍ଷରେ ଆମ ବୋଲରମାନେ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରି ନ ଥିଲେ। ସେ ଦୀର୍ଘ ସମୟ ଧରି ମ୍ୟାଚ୍‌ ଫିନିଶ୍‌ କରିଆସୁଛନ୍ତି। ସେ ଯେତେବେଳେ କ୍ରିକେଟରୁ ଅବସର ନେବେ, ତାଙ୍କୁ ଶ୍ରେଷ୍ଠ ମ୍ୟାଚ୍‌ ଫିନିଶର ଭାବେ ମନେ ରଖାଯିବ“। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଠାରୁ ପ୍ରଥମ କ୍ୱାଲିଫାୟରରେ ଅଳ୍ପକେ ପରାସ୍ତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ ରିକି ପଣ୍ଟିଂ ଏଭଳି ଧୋନୀଙ୍କୁ ପ୍ରଶଂସା କରିଛନ୍ତି।

Share