Categories: ଖେଳ

ପାକିସ୍ତାନ ଖେଳାଳୀଙ୍କୁ ଉପହାର ଦେଲେ ଧୋନି

ନୂଆଦିଲ୍ଲୀ,୮ ।୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କ ସରଳତାକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଜି ସେ କ୍ରିକେଟରୁ ସନ୍ୟାସ ନେଇ ସାରିଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି । ତାଙ୍କର ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ରହିଛନ୍ତି । ଧୋନିଙ୍କୁ ପସନ୍ଦ କରୁଥିବା ଅନେକ ଖେଳାଳୀଙ୍କ ମଧ୍ୟରୁ ପାକିସ୍ତାନର କ୍ରିକେଟ ଖେଳାଳୀ ହାରିସ ରଉଫ ଅନ୍ୟତମ । ନିକଟରେ ରଉଫଙ୍କୁ ଧୋନି ତାଙ୍କ ସିଏସ୍‌କେର ଜର୍ସି ଉପହାର ଦେଇଛନ୍ତି । ରଉଫ ଇଛା ପ୍ରକାଶ କରିଥିଲେ କି ତାଙ୍କୁ ଧୋନିଙ୍କ ଅଟୋଗ୍ରାଫି ଥିବା ସିଏସ୍‌କେର ଜର୍ସି ମିଳୁ । ଆଉ ଧୋନି ତାଙ୍କୁ ନିରାଶ କରି ନାହାନ୍ତି ।
ଉପହାର ମିଳିବା ପରେ ରଉଫ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି । ସେ ଲେଖିଛନ୍ତି କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ତାଙ୍କୁ ତାଙ୍କ ଜର୍ସି ଉପହାର ଦେଇଛନ୍ତି । ଏବେବି ନମ୍ବର ୭ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତୁଛି । ଏହାସହ ରଉଫ ସିଏସ୍‌କେର ମ୍ୟାନେଜର ରସେଲ ରାଧାକୃଷ୍ଣନଙ୍କୁ ବି ଧନ୍ୟବାଦ ଦେଇଛନ୍ତି । ତାଙ୍କ ଯୋଗୁ ଏହା ସମ୍ଭବ ହେଲା ବୋଲି ରଉଫ ଲେଖିଛନ୍ତି । ଏହା ପରେ ରାଧାକୃଷ୍ଣନ କହିଛନ୍ତି ଧୋନି ଯାହା କୁହନ୍ତି ତାହା କରନ୍ତି ।

Share