Posted inଖେଳ

ଯୁବରାଜଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ

ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଟିମ୍‌। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ। ତାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ମଧ୍ୟ ଚୟନ କରାଯାଇଥିଲା। ଏହା ପରେ ଯୁବରାଜଙ୍କୁ କର୍କଟ ହୋଇଥିବା ଜଣାପଡ଼ିଥିଲା। ହେଲେ ଯୁବରାଜଙ୍କ ପୂର୍ବରୁ ଅନ୍ୟ ଜଣେ ଖେଳାଳି ଏ ବିଷୟରେ ଜାଣିଥିଲେ। ସେ ଥିଲେ ଧୋନୀ। ଯୁବରାଜଙ୍କ ଆତ୍ମଜୀବନୀ ‘ଦ ଟେଷ୍ଟ ଅଫ୍‌ ମାଇଁ ଲାଇଫ’ର ଉନ୍ମୋଚନ ଅବସରରେ ଧୋନୀ ଏହା କହି ସେଠାରେ ଉପସ୍ଥିତ ଅନେକଙ୍କୁ ଚମକାଇ ଦେଇଥିଲେ।

ଯୁବରାଜଙ୍କ ପୂର୍ବରୁ ଧୋନୀ ତାଙ୍କର କ୍ୟାନ୍‌ସର ରିପୋର୍ଟ ପଢ଼ିଥିଲେ। ଏହା ଧୋନୀଙ୍କ ପାଇଁ ମସ୍ତବଡ଼ ଧକ୍କା ଥିଲା। ଯୁବରାଜଙ୍କୁ ଏଭଳି ରୋଗ ହେବା ସତ ନା ମିଛ ସେ ବାରମ୍ବାର ପଚାରୁଥିଲେ। ହେଲେ ରିପୋର୍ଟ ବିଷୟରେ କହିଥିବା ବ୍ୟକ୍ତି ହଁ ଭରିଥିଲେ। ସେତେବେଳେ ସେ ଭାବିଥିଲେ ଯୁବରାଜଙ୍କୁ ଏ ବିଷୟ ଜଣାଅଛି। ସେ ଜଣେ ମଜଭୂତ ମଣିଷ ବୋଲି ଭାବୁଥିଲେ ହେଁ ଧୋନୀ ସହଜରେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଅନେକ ସମୟ ପର୍ଯ୍ୟନ୍ତ ମନର ଦୁଃଖକୁ ନିଜ ଭିତରେ ଲୁଚାଇବାର ପ୍ରୟାସ କରିଆସୁଥିବା ଧୋନୀ ନିଜେ ସ୍ବୀକାର କରିଛନ୍ତି।

ଏହାଛଡ଼ା ଧୋନୀ ଯୁବରାଜଙ୍କ କଥା ଶୁଣି ଡରି ଯାଉଥିଲେ। ଯୁବରାଜ ରାଗି କରି କଥା କହୁଥିବା ସେ ଭାବୁଥିଲେ। ଏକଦା ୟୁଭି ରାଗିଥିବା ବେଳେ ଧୋନୀ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। ଯେତେବେଳେ ସେ ରାଗନ୍ତି, କ’ଣ ସତରେ ରାଗନ୍ତି ବୋଲି ସେ ପଚାରିଥିଲେ। ଏହାର ଜବାବରେ ଯୁବରାଜ ମଜାଳିଆ ଉତ୍ତର ଦେଇଥିଲେ। ଏ ବିହାରୀ, ଏମିତି ମୁଁ ମଜା କରେ। ଏହାକୁ ଗମ୍ଭୀରତା ସହ ନେବ ନାହିଁ ବୋଲି କହିଥିଲେ। ଏଭଳି ଉତ୍ତର ପାଇବା ପରେ ଜୀବନରେ ଆଉ କେବେ ସତ ସତିକା ରାଗିଲେ ମଧ୍ୟ ସେ ଗମ୍ଭୀରତା ସହ ନେବେ ନାହିଁ ବୋଲି ଧୋନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri