Posted inଖେଳ

ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏହି ମାମଲାରେ ସବୁଠୁ ଆଗରେ ଧୋନୀଙ୍କ ଦଳ

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏଥର ପ୍ଲେ ଅଫ ଦୌଡରୁ ବାଦ୍‌ ପଡିଥିଲା। ପ୍ଲେ ଅଫରେ ପହଞ୍ଚିବାରେ ବିଫଳ ହୋଇଥିବା ସତ୍ତ୍ୱେ ଏହି ଦଳ ଗୋଟିଏ କ୍ଷେତ୍ରରେ ଅନ୍ୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଆଇପିଏଲର ୧୩ ତମ ସିଜନରେ, ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ନେଇ ସର୍ବାଧିକ ଟୁଇଟ କରିବା ଏବଂ ଟୁଇଟରରେ ସର୍ବାଧିକ ସଂଖ୍ୟକ ଟୁଇଟ୍‌ ଆସିବାରେ ସିଏସକେ ଅନ୍ୟ ସମସ୍ତ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲ। ଆଇପିଏଲ ଆରମ୍ଭ ହେବାର ପ୍ରାୟ ଏକ ମାସ ପୂର୍ବରୁ ସିଏସ୍‌କେର ଅଧିନାୟକ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ। ଏହି କାରଣର ଦୀର୍ଘ ଦିନ ପରେ ପଡ଼ିଆରେ ଅବତରଣ କରିଥିବା ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ସିଏସ୍‌କେ ପରେ ଟୁଇଟରରେ ସବୁଠାରୁ ଟୁଇଟ କରୁଥିବା ଦଳ ହେଉଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ; ୨ୟ ସ୍ଥାନରେ ନ୍ୟୁଜିଲାଣ୍ଡ

ଦୁବାଇ, ୩।୩ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି। ମୋଟ୍‌...

ଏହି କ୍ରିକେଟର୍‌ଙ୍କୁ ଡରୁଥିଲେ ଧୋନୀ

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍‌ ହେବାରେ ମୁଖ୍ୟ ଭୂମିକା ଗ୍ରହଣ...

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ...

ଆଇସିସି ଟେଷ୍ଟ : ର଼୍ୟାଙ୍କିଙ୍ଗ୍‌ ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୧୪ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ...

ପଦାର୍ପଣରେ ୩ ଉଇକେଟ ଓ ଅର୍ଦ୍ଧଶତକ

ବ୍ରିସ୍‌ବେନ,୧୮।୧: ପଦାର୍ପଣରେ ଭାରତୀୟ ସ୍ପିନ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରିବା ସହ ୩ ଉଇକେଟ ନେଇ ଏକ ବିରଳ ସଫଳତା ଅର୍ଜନ କରିଛନ୍ତି।...

ଏହି ଖେଳାଳିଙ୍କୁ ବାମହାତୀ ସେହ୍ବାଗ କହିଲେ ପୂର୍ବତନ ପାକିସ୍ତାନ ଖେଳାଳି

କରାଚୀ,୮।୩ : ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି...

ଭୁବନେଶ୍ୱରରେ ହେବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ଭୁବନେଶ୍ୱର, ୨୮।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ। ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତି...

ଫ୍ରେଞ୍ଚ ଓପନ: ଟଏଲେଟ୍‌ ଯିବା ଉପରେ କଟକଣା

ପ୍ୟାରିସ୍‌,୨୫ା୫(ଏଏଫ୍‌ପି)-ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାରେ ଏଥର ଖେଳାଳିଙ୍କ ଲାଗି ଟଏଲେଟ୍‌ ବ୍ରେକ୍‌ ସଂଖ୍ୟାକୁ ସୀମିତ କରିବା ଲାଗି ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି। ଏଥର ଏକ...

Advertisement
Archives

Model This Week