Posted inଖେଳ

ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର ଆଇସିସି ଟି୨୦ ଏବଂ ଏକଦିବସୀୟ ଦଳର ଅଧିନାୟକ ଚୟନ କରାଯାଇଛି। ଆଇସିସି ଟି -୨୦ ଟିମରେ ସମୁଦାୟ ଚାରିଜଣ ଭାରତୀୟ ଅଛନ୍ତି। ଧୋନୀଙ୍କ ସମେତ ଏକଦିବସୀୟ ଦଳରେ ମୋଟ ତିନିଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍‌ରା ଆଇସିସିର ଦଶକ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଆଇସିସିର ଏକଦିବସୀୟ ଦଳରେ ସ୍ଥାନ ପାଇଛନ୍ତି। ଆଇସିସି ରବିବାର ଆଇସିସି ପୁରସ୍କାର ଘୋଷଣା କରିଛି ଯେଉଁଥିରେ ବିରାଟ କୋହଲିଙ୍କୁ ଦଶନ୍ଧିର ଆଇସିସି ଟେଷ୍ଟ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।
ଆଇସିସି ୬ଟି ହିଟର୍‌ ରୋହିତ ଶର୍ମା, କ୍ରିସ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ ସେମାନଙ୍କ ଟି -୨୦ ଏକାଦଶ ଦଳରେ ସାମିଲ କରିଛନ୍ତି। ଅଧିନାୟକତ୍ୱ ବ୍ୟତୀତ ଏମଏସ ଧୋନୀଙ୍କୁ ଉଇେକେଟ ରକ୍ଷକ ଦାୟିତ୍ୱ ମଧ୍ୟ ଦିଆଯାଇଛି।
କିରନ ପୋଲାର୍ଡ, ରସିଦ ଖାନ, ଜସପ୍ରୀତ ବୁମ୍‌ରା ଏବଂ ଲାସିଥ୍‌ ମାଲିଙ୍ଗା ମଧ୍ୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଇସିସି ଏକଦିବସୀୟ ଦଳରେ ଭାରତର ତିନି ଜଣ ଖେଳାଳି, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦୁଇଜଣ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଜଣେ ଜଣେ ଖେଳାଳି ସାମିଲ ହୋଇଛନ୍ତି।

ଦଶନ୍ଧିର ଆଇସିସି ଏକଦିବସୀୟ ଦଳ: ରୋହିତ ଶର୍ମା, ଡେଭିଡ ୱାର୍ନର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ଏମଏସ ଧୋନୀ, ବେନ ଷ୍ଟକସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର ଏବଂ ଲାସିଥ୍‌ ମାଲିଙ୍ଗା

ଦଶନ୍ଧିର ଆଇସିସି ଟି-୨୦ ଟିମ: ରୋହିତ ଶର୍ମା, କ୍ରିସ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ, ଏମଏସ ଧୋନୀ, କିରନ ପୋଲାର୍ଡ, ରସିଦ ଖାନ, ଜସପ୍ରୀତ ବୁମ୍‌ରା, ଲାସିଥ୍‌ ମାଲିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri