ପୁଣି ଭାରତୀୟ ଦଳର ଜର୍ସି ପିନ୍ଧିଲେ ଧୋନୀ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୭।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ କ୍ରିକେଟର୍‌ ସମସ୍ତ ଫର୍ମାଟ୍‌ରେ ଅବସର ନେଇଛନ୍ତି। ଏବେ ସେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ନିକଟରେ ଧୋନୀ ଟିମ ଇଣ୍ଡିଆର ରେଟ୍ରୋ ଜର୍ସି ପିନ୍ଧିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ଭାବପ୍ରବଣ ହୋଇପଡିଛନ୍ତି। ସୋସିଆଲ ମିଡିଆରେ ଧୋନୀଙ୍କ ରେଟ୍ରୋ ଜର୍ସି ପିନ୍ଧା ଫଟୋ ନିଆଁ ଭଳି ଭାଇରାଲ ହୋଇଛି। ଧୋନୀ ଏକ ବିଜ୍ଞାପନ ଶୁଟ ପାଇଁ ଟିମ ଇଣ୍ଡିଆର ରେଟ୍ରୋ ଜର୍ସି ପିନ୍ଧିଥିଲେ। ସେ ଏବେ ମୁମ୍ବାଇରେ ଅଛନ୍ତି ଏବଂ ତାଙ୍କୁ ନିକଟରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ସହ ଏକ ଫୁଟବଲ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଥିଲା।
ଆଜିକାଲି ଧୋନୀ ଫରାହ ଖାନଙ୍କ ସହ ଏକ ବିଜ୍ଞାପନର ଶୁଟିଂ କରୁଛନ୍ତି। ଧୋନି, କ୍ରିକେଟ ଜଗତର ଅନ୍ୟତମ କୁଲ୍‌ ଖେଳାଳି ତଥା ଅଧିନାୟକ, ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ କୋରିଓଗ୍ରାଫର ଫରାହ ଖାନଙ୍କ ସହ ତାଙ୍କର ଶେଷ ବିଜ୍ଞାପନରେ ସେ ହସୁଥିବା ଦେଖିବାକୁ ମିଳିଛି। ଫରାହ ଖାନ ଇନଷ୍ଟାଗ୍ରାମରେ ଧୋନୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫରାହ ଖାନ ଲେଖିଛନ୍ତି, କି ଚମତ୍କାର ବ୍ୟକ୍ତି, ଏତେ ସମୟାନୁବର୍ତ୍ତୀ, ଏତେ ସରଳ, କ୍ଲାଏଣ୍ଟ ଠାରୁ ଆରମ୍ଭ କରି ସ୍ପଟବଏ ପର୍ଯ୍ୟନ୍ତ ସମସ୍ତଙ୍କ ସହ ହସଖୁସିରେ ଫଟୋ ଉଠାଇଲେ .. ମୁଁ ବର୍ତ୍ତମାନ ଜଣେ ପ୍ରଶଂସକ।
ଧୋନୀଙ୍କୁ ଖୁବ ଶୀଘ୍ର କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବ। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲା। ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ଦୁଇ ନମ୍ବରରେ ଅଛି। ଚେନ୍ନାଇ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି ଏବଂ ୧୦ ପଏଣ୍ଟ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri