ମୃତକଙ୍କୁ ଏମ୍‌ପିଙ୍କ ଶ୍ରଦ୍ଧାଞ୍ଜଳି

ତିହିଡ଼ି,୬ା୬ (ଡି.ଏନ.ଏ.)-ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୁବେରା ଗ୍ରାମର ହରିହର ସାହୁଙ୍କ ମୃତ୍ୟୁ ଘଟିଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ ମଙ୍ଗଳବାର କୁବେରା ଗ୍ରାମକୁ ଯାଇ ମୃତ ହରିହରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏମ୍‌ପିଙ୍କ ସହ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ସମିତିସଭ୍ୟ ଚିନ୍ତାମଣି ଦାସ ପ୍ରମୁଖ ମୃତକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।