ଏମ୍‌ପିଙ୍କ ନାଁ ନ ଥିବାରୁ ବିଧାୟକ ନାଁରେ କଳା ବୋଳିଲେ

ଭୁବନେଶ୍ୱର, ୬ା୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭ ଅନ୍ତର୍ଗତ କସ୍ତୁରବା ସ୍କୁଲ ନିକଟ, ଓ୍ବାର୍ଡ ନଂ. ୬୭ର ସୁନ୍ଦରପଦା ହାଟ ଏବଂ ଓ୍ବାର୍ଡ ନଂ.୫୫ ଅନ୍ତର୍ଗତ ରଥ ରୋଡ୍‌ରେ ଶୌଚାଳୟ ଖୋଲିଥିବାବେଳେ ୨ଟି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କସ୍ତୁରବା ସ୍କୁଲ ନିକଟ ଶୌଚାଳୟ ଉଦ୍‌ଘାଟନ ପାଇଁ ଲାଗିଥିବା ଫଳକରେ ରହିଥିବା ନଁାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ନିର୍ଦ୍ଧାରିତ ସମୟରେ ଉଦ୍‌ଘାଟନ କରିବାକୁ ମେୟର, ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟରଙ୍କ ସହ ଅନ୍ୟମାନେ ପହଞ୍ଚତ୍ଥିଲେ। ତେବେ ଫଳକରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ନାମ ଲେଖା ହୋଇଥିବାବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନାଁ ନ ଥିଲା। ଏହାକୁ ନେଇ ଅସନ୍ତୋଷ ଦେଖାଦେବାବେଳେ କେତେଜଣ ସ୍ଥାନୀୟ ଲୋକ ଫଳକରେ ଥିବା ବିଧାୟକଙ୍କ ନାମରେ କଳା ବୋଳି ଦେଇଥିଲେ। ମେୟର ସୁଲୋଚନା ଦାସ ଏହାଦେଖି ରାଗିଯିବା ସହିତ ସମ୍ପୃକ୍ତ ଓ୍ବାର୍ଡରେ ଆଉ କୌଣସି ଉନ୍ନତିମୂଳକ କାମ ହେବନାହିଁ ବୋଲି କହି ଚାଲିଯାଇଥିଲେ। ଏନେଇ ବନ୍ଦିତା କହିଛନ୍ତି, ମୋ ଓ୍ବାର୍ଡରେ ସ୍ଥାନୀୟ କର୍ପୋରେଟରଙ୍କ ତତ୍ତ୍ୱାବଧାନରେ ସୁଲଭ ଶୌଚାଳୟ ନିର୍ମାଣ ହେଉଥିବାବେଳେ ଏହାର ଉଦ୍‌ଘାଟନ ତାରିଖଠାରୁ ଆରମ୍ଭ କରି ଅତିଥି ପର୍ଯ୍ୟନ୍ତ ସବୁକିଛି ବିଏମ୍‌ସି ନିର୍ଦ୍ଧାରିତ କରିଛି। ଅତିଥି ଭାବେ ମୋତେ ନିମନ୍ତ୍ରଣ କାର୍ଡ ପଠାଯାଇଛି। ସେହିପରି ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇ ଫଳକରେ କଳା ବୋଳିଥିଲେ। ତେଣୁ ଏହାକୁ ନେଇ ମେୟର ଏଭଳି ପ୍ରତିକ୍ରିୟା ଦେବା ଆଦୌ ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷେ ଓ୍ବାର୍ଡ ନଂ. ୬୭ରେ ଉଦ୍‌ଘାଟିତ ହୋଇଥିବା ସୁଲଭ ଶୌଚାଳୟରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ଲେଖାଥିବାବେଳେ ବିଧାୟକଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଏମ୍‌ସି ବିଧାୟକଙ୍କ ନଁା ଭୁଲିଗଲା ନା ଜାଣିଶୁଣି ଏଭଳି କରିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri