ଥୁଆମୂଳ ରାମପୁର,୨୦।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ୍ରେ ନୂତନ ଭାବେ ମା’ ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ (ଏମ୍ପିଏମ୍ଜେଏ) ଗଠନ କରାଯାଇଛି। ରବିବାର ସ୍ଥାନୀୟ ବରଙ୍ଗା ତୋଟାଠାରେ ଅନୁଷ୍ଠିତ ବୈଠକରେ ବ୍ଲକ୍ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ ଏହି ନୂତନ ସଂଘ ଗଠନ କରିଛନ୍ତି। ବୈଠକରେ ସମସ୍ତ ସଦସ୍ୟଙ୍କ ସହମତି ଆଧାରରେ ସଂଘ ସୁପରିଚାଳନା ପାଇଁ ନୂତନ ପଦାଧିକାରୀ ଚୟନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏଥିରେ ବରିଷ୍ଠ ଖବରଦାତା ବଳଭଦ୍ର ବାଗଙ୍କୁ ସଭାପତି, ରବିନାରାୟଣ ସିଂ ଉପସଭାପତି, ପ୍ରଦୀପ କୁମାର ପଣ୍ଡାଙ୍କୁ ସମ୍ପାଦକ, କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)ଙ୍କୁ ସହସମ୍ପାଦକ, ଭାନୁପ୍ରତାପ ମୁଣ୍ଡଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ନବନିର୍ବାଚିତ କର୍ମକର୍ତ୍ତା ମା’ ମାଣିକେଶ୍ୱରୀଙ୍କ ନାମରେ ସଂକଳ୍ପକରି ଶପଥ ପାଠ କରିଥିଲେ। ଗଣମାଧ୍ୟମର ଗୋପନୀୟତା ରକ୍ଷାକରିବା, ପ୍ରଦତ୍ତ ଦାୟିତ୍ୱ ଠିକ୍ ଭାବେ ତୁଲାଇବା, ସର୍ବସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ବଦ୍ଧପରିକର ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଖବରଦାତା କୈଳାସ ଚନ୍ଦ୍ର ଛତ୍ରିଆ, ଅଙ୍ଗଦ ନାଏକ, ଯୁବ ଖବରଦାତା ତଥା ଆଇନଜୀବୀ ମନୋରଞ୍ଜନ ନାଏକ, ରଥ ଦୁରିଆ, ପ୍ରଶାନ୍ତ ନାଏକ, ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।