Posted inଜାତୀୟ

ସାରା ଦେଶକୁ ବ୍ୟାପିଲା ଆନ୍ଦୋଳନ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚତ୍ଥିବାବେଳେ ଏହା ସାରା ଦେଶକୁ ବ୍ୟାପିଛି। କୃଷକ ସଂଘର ନେତାମାନେ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଶନରେ ବସିଥିଲେ। କୃଷକ ସଂଗଠନ ପକ୍ଷରୁ ଜିଲା ସଦର ମହକୁମାଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ସୋମବାର ଉପବାସ କରିବା ସହ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବା ଲାଗି ପରାମର୍ଶ ଦେଇଥିଲେ। ଚାଷୀ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବା ଲାଗି କେଜ୍‌ରିଓ୍ବାଲ ଆମ୍‌ ଆଦ୍‌ମୀ ପାର୍ଟିର ସ୍ବେଚ୍ଛାସେବୀ, ସମର୍ଥକ ଓ ଦେଶର ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡ଼ିଆ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଅନଶନରେ ବସିଥିଲେ।
ଦିଲ୍ଲୀର ସିଙ୍ଘୁ ସୀମାରେ କୃଷକ ସଂଗଠନର ପ୍ରତିନିଧିମାନେ ଅନଶନରେ ବସିଥିଲେ। ସରକାରଙ୍କ ସହ ଆଲୋଚନା ଅମୀମାଂସିତ ରହିବା ଫଳରେ ଚାଷୀ ସଂଗଠନ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଥିବା ଚାଷୀନେତା ବଳଦେବ ସିଂ କହିଛନ୍ତି। ଦିଲ୍ଲୀ ସୀମାରେ ଅଧିକରୁ ଅଧିକ କୃଷକ ଆନ୍ଦୋଳନରେ ସାମିଲ ହେଉଛନ୍ତି।
ଆନ୍ଦୋଳନ ବଢ଼ୁଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ରାସ୍ତାରେ ବହୁସ୍ତରୀୟ ସିମେଣ୍ଟ ଅବରୋଧକ ରଖାଯିବା ସହ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାପିଡ୍‌ ଆକ୍ସନ ଫୋର୍ସ ସହ ଅର୍ଦ୍ଧସାମରିକ ଯବାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବିଭିନ୍ନ ରାସ୍ତାକୁ ବନ୍ଦ କରିଦିଆଯାଇଛି ଓ ଲୋକମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଶନିବାର ପଞ୍ଜାବ ସହ ଥିବା ୩ଟି ସୀମା ପଏଣ୍ଟକୁ ସିଲ୍‌ କରାଯିବା ପରେ ରବିବାର ସକାଳେ ହରିୟାଣା ପୋଲିସ ପିପ୍‌ଲା ବ୍ରିଜ୍‌ରେ ବ୍ୟାରିକେଡ୍‌ ନିର୍ମାଣ କରିଥିଲା। ରାତାରାତି ପାଇପ୍‌ ଓ କଂକ୍ରିଟ ଦେଇ ମଜଭୁତ ଅବରୋଧକ କରାଯାଇଥିଲା। ପଞ୍ଜାବ ହରିୟାଣାର କୃଷକମାନେ ଟ୍ରାକ୍ଟର ସହାୟତାରେ ଜାତୀୟ ରାଜପଥ ୯ରୁ ବ୍ୟାରିକେଡ୍‌ଗୁଡ଼ିକୁ ହଟାଇ ଦେଇଛନ୍ତି।
ପଞ୍ଜାବ, ହରିୟାଣାରେ ମଧ୍ୟ ସୋମବାର ଆନ୍ଦୋଳନ ଜୋର୍‌ଦାର ହୋଇଛି। ଚାଷୀମାନେ ଶୋଭାଯାତ୍ରା ବାହାର କରିବା ସହ ଜିଲା କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସ୍ଲୋଗାନ ଦେଇଥିଲେ। ସିଙ୍ଘୁ ସୀମାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିବାରୁ ହରିୟାଣା ପୋଲିସ ଅମ୍ବାଲା-ପଟିଆଲା ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲା। ପଞ୍ଜାବରେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଜାତୀୟ ସହମତିକ୍ରମେ କୃଷି କ୍ଷେତ୍ରରେ ସଂସ୍କାର ଅଣାଯିବା ଆବଶ୍ୟକ। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଚାଷୀ ଆନ୍ଦୋଳନର ସମାଧାନ କରିବାକୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସରକାର କୃଷି ଆଇନରୁ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ସ୍ପଷ୍ଟ କରିଦେଇଛନ୍ତି। ପରବର୍ତ୍ତୀ ଆଲୋଚନା ତାରିଖ ଧାର୍ଯ୍ୟ କରିବା ଲାଗି ସରକାର କୃଷକ ନେତାମାନଙ୍କ ସହ କଥାବାର୍ତ୍ତା କରୁଥିବା କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି ଆଇନର ପ୍ରତ୍ୟେକ ଧାରା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri