ବଣ୍ଡା ଜନଜାତିର ଚଳଣି

ମାଲକାନଗିରି: ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଓଡ଼ିଶାରେ ୬୦ ପ୍ରକାର ଆଦିବାସୀ ଜନଜାତି ଦେଖିବାକୁ ମିଳିଥାଏ ା ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିରେ ୫ଟି ପଞ୍ଚାୟତରେ ରାଜସ୍ବ ଏବଂ ପଡ଼ାଗ୍ରାମକୁ ନେଇ ୩୪ଟି ବଣ୍ଡା ବସ୍ତି ରହିଛି। ମୁଦୁଲିପଡ଼ା, ଅଣ୍ଡ୍ରାହାଲ, ବଡ଼ଡୁରାଲ, କଦମଗୁଡା ଓ ରାସବେଡା ପଞ୍ଚାୟତରେ ଥିବା ବଣ୍ଡା ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହା ଉପର ବଣ୍ଡା ଓ ତଳ ବଣ୍ଡା ରୂପେ ପରିଚିତ। ଜିଲାରେ ୧୯୯୨ରେ ବଣ୍ଡାଘାଟିରେ ୫୫୦୦ ବଣ୍ଡା ଜନଜାତି ବାସ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ହୋଇଛି। ବଣ୍ଡାମାନଙ୍କ ଭାଷାରେ ଏହି ଘାଟିକୁ ବାର୍‌ ଜଙ୍ଗଲ ବୋଲି କୁହାଯାଏ। ଘାଟି ଉପରେ ରହୁଥିବା ଗ୍ରାମଗୁଡ଼ିକ ହେଲା ମୁଦୁଲିପଡ଼ା, ଉଙ୍ଗେଲପଦର, ବେଲଗୁଡ଼ା, ବିର୍ସାପାଡ଼ା, ନୂଆଗୁଡ଼ା, ତୁସେଇପାଡ଼ା, ଗଇଲକେନ୍ଦା, ପାତ୍ରପୁଟ, ବାଲିଆପଦର, କାଦଗୁଡ଼ା, କିରାମ, ବଣ୍ଡାପାଡ଼ା, ଗୋପୁରପାଡ଼ା, କିନ୍ଦ୍ରାଗୁଡ଼ା, କାତଙ୍ଗଗୁଡ଼ା, ପଡ଼େଇଗୁଡ଼ା, କନ୍ଧଗୁଡ଼ା, ସେଲେଇଗୁଡା, ବାଉଁଲିଗୁଡା, ଦୁଲାଗୁରୁମ, ଉଡାଙ୍ଗଗୁଡା, ଗୋଇଗୁଡା, କାନ୍ତିପାଡା, ଦାଗାବାଡ଼ା, କିଚପାଡ଼ା, ଚାଲାନପାଡ଼ା, ବଡ଼ବେଲ, ଡୁଙ୍ଗୁରୁପାଡ଼ା, ଅଣ୍ଡ୍ରାହାଲ, ଗୋରଗୁଡ଼ା, ବଡ଼ପାଡ଼ା, ବାଉଁଶପଡ଼ା ଇତ୍ୟାଦି। କିମ୍ବଦନ୍ତୀ ଏବଂ ପୁରାତନ କାହାଣୀ ଅନୁଯାୟୀ ଅଗନାଅଗନି ବନସ୍ତ ମଧ୍ୟରେ ଏକ ମଣିଷ ତା’ର ୫ପୁଅ ଓ ଗୋଟିଏ ଝିଅ ସହିତ ପତ୍ରକୁଡିଆ କରି ଜଙ୍ଗଲରୁ ଜନ୍ତୁ ଶିକାର କରି ସେହି ମାଂସ ଖାଇ ଜୀବନ ବିତାଉଥିଲେ। ବଣର ଶିକାର ଓ ଫଳମୂଳ ଏମାନଙ୍କ ମୁଖ୍ୟ ଖାଦ୍ୟ ଥିଲା। ଗଛର ଛାଲି ଓ ପତ୍ରକୁ ପୋଷାକ ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହି ସମ୍ପ୍ରଦାୟର ବଂଶବୃଦ୍ଧି ହୋଇଥିଲା। ବଣ୍ଡା ଜନଜାତି ପ୍ରାୟତଃ ବର୍ଷାଦିନେ ଶିଆଳିପତ୍ରରେ ଟୋପି ବ୍ୟବହାର କରି ବର୍ଷାରୁ ରକ୍ଷା ପାଇଥାନ୍ତି। ଅଗ୍ନିର ବ୍ୟବହାର ଅକସ୍ମାତ ଶିଖି ବିଭିନ୍ନ ସ୍ଥାନରେ ନିଆଁ ଲଗାଇ କଞ୍ଚାମାଂସକୁ ନିଆଁରେ ସେକି ଖାଦ୍ୟ ରୂପେ ଖାଉଥିଲେ। ଏବେ ବି ବୟସ୍କ ବଣ୍ଡାମାନେ ଏକଥାକୁ ସ୍ବୀକାର କରନ୍ତି। ବଣ୍ଡାଘାଟିର ପୂର୍ବ ଦିଗରେ ବାଲି ପର୍ବତ ଥିବାବେଳେ ପଶ୍ଚିମ କୋଣରେ ରହିଛି ବାଲି ଡଙ୍ଗର। ବଣ୍ଡା ରମଣୀମାନଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ। ସେମାନେ ସର୍ବଦା ମୁଣ୍ଡକୁ ଲଣ୍ଡା ରଖିବା ସହ ମୁଣ୍ଡରେ ଗୋଲେଇ ତାଳପତ୍ର ବାନ୍ଧି ସେଥିରେ ନାନା ପ୍ରକାର ପକ୍ଷୀଙ୍କ ପର, ଧାରୁଆ ଛୁରି ଲଗାଇଥାନ୍ତି। ବେକରେ ମାଳି, ଲୁହାର ବଳା ପିନ୍ଧିଥାନ୍ତି। ପ୍ରତ୍ୟେକ ବଣ୍ଡା ଗ୍ରାମରେ ସଲପ, ମହୁଲ ଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥାଏ ା ପୋଡୁଚାଷ ଏମାନଙ୍କର ମୁଖ୍ୟ ଜୀବିକା ା ଜଙ୍ଗଲ ସଫାକରି ମାଣ୍ଡିଆ, ଶୁଆଁ, ବାଜରା, କାଙ୍ଗୁ, ଚାଷ କରି ଚଳିଥାନ୍ତି। ଅଳ୍ପ ସମତଳ ଅଞ୍ଚଳରେ ଧାନଚାଷ କରି ସେହି ଧାନରୁ ଚାଉଳକୁ ତରଳ ଜାଉ (ପେଯ) କରି କିମ୍ବା ମାଣ୍ଡିଆ ଜାଉରେ ମିଶାଇ ଖାଇଥାନ୍ତି। ଠାକୁର ପାଟଖଣ୍ଡା ହେଉଛି ସେମାନଙ୍କ ବଡ଼ପର୍ବ। ପାଟଖଣ୍ଡା ହେଉଛନ୍ତି ସେମାନଙ୍କ ମୁଖ୍ୟ ଦେବତା। ପାହାଡ଼ ଶିଖରରେ ଏକ ବଡ଼ ବଟ
ବୃକ୍ଷରେ ରହି ପୂଜା ପାଉଛନ୍ତି ପାଟଖଣ୍ଡା ଠାକୁର । ପ୍ରତି ନୂଆ ଖାଦ୍ୟଶସ୍ୟ ଅମଳ ପରେ ସେମାନେ ସେହି ଶସ୍ୟକୁ ପୂଜାକରି ନୂଆଖାଇ ପାଳନ କରନ୍ତି। ଶ୍ରାବଣ ମାସରେ ଟାଙ୍କୁଗରବ, ଆଶ୍ୱିନ ମାସରେ ମୁଣ୍ଡଧ୍ୱନି ପରବ, ପୌଷ ମାସରେ ପୁଷ୍‌ ପରବ୍‌, ମାଘ ମାସରେ ପାଟଖଣ୍ଡା ଯାତ୍ରା, ଚୈତ୍ର ମାସରେ ଉଲ୍ଲି ପର୍ବ ବଣ୍ଡାମାନଙ୍କ ବିଶେଷ ପର୍ବ ଭାବେ ପରିଚିତ।
-ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri