ମୂଷିକ ବାହନ

ଆଗକୁ ଆସୁଛି ଗଣେଶ ପୂଜା। ସବୁଠାରେ ବିଘ୍ନନାଶନ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଣ୍ଡପରେ ଗଣେଶଙ୍କ ପାଦତଳେ ମୂଷିକ ବାହନ ବସିଥିବା ଦେଖିବାକୁ ମିଳେ। ବାସ୍ତବରେ ମୂଷାମାନେ ଘୃଣାର ଭାବନା ସୃଷ୍ଟି କରନ୍ତି। ସେମାନଙ୍କ ସହ ବି କିଛି ଗୁପ୍ତ, ଅପରିଷ୍କାର ଏବଂ ଅଶୁଭ ବିଷୟ ଜଡ଼ିତ ରହିଛି। ମୂଷା କଥା ପଡ଼ିିଲା କ୍ଷଣି ଅଳିଆଗଦା, ନାଳୀ, ପ୍ଲେଗ୍‌ ଏବଂ ଅନ୍ୟାନ୍ୟ ରୋଗ ବିଷୟ ମନରେ ଉଙ୍କିମାରେ। ର଼୍ୟାଟ୍‌ (ଲମ୍ବା ଲାଞ୍ଜଯୁକ୍ତ ମଧ୍ୟମ ଆକାର ମୂଷା) କହିଲେ ସମ୍ପତ୍ତି ନଷ୍ଟ କରିବାକୁ ହିଁ ବୁଝାଏ। କୌଣସି ପ୍ୟାକେଟ୍‌ କିମ୍ବା ବ୍ୟାଗରେ ଜିନିଷ ରହିଥିଲେ ତାହାକୁ ଚୋରି କରିନେବା କିମ୍ବା ଏଣେତେଣେ ପକାଇ ଅପରିଷ୍କାର କରିବା ଏହାର କାମ। ମୂଷା ବିଷୟରେ ଗୋଟିଏ ହେଲେ ବି ଆକର୍ଷକ କିମ୍ବା ଆକାଂକ୍ଷିତ ବିଷୟ ନ ଥିବା ମନେହୁଏ। ତେବେ କାହିଁକି ଗଣେଶ ସଦାସର୍ବଦା ଏକ ମୂଷା ସହିତ ଦେଖାଯାଇଥା’ନ୍ତି। ଏହି ମୂଷାକୁ ମଧ୍ୟ ସ୍ନେହରେ ଆମେ କାହିଁକି ମୂଷିକା ବୋଲି ଡାକିଥାଉ?
ଗଣେଶଙ୍କ ନିକଟରେ ର଼୍ୟାଟ୍‌ ନୁହେଁ; ଏହା ଏକ ଛୋଟ ମୂଷା (ମାଉସ୍‌) ରହିଛି। ର଼୍ୟାଟ୍‌ଗୁଡ଼ିକ ବହୁତ ଖରାପ। ମାଉସ୍‌ ବହୁତ ସରଳ। ଏଣୁ ସୁନ୍ଦର ଗଣେଶ ଏକ ସୁନ୍ଦର ଛୋଟ ମୂଷା ଉପରେ ବସି ବୁଲନ୍ତି ବୋଲି ମୋ ଭଣଜା ଦାବି କରେ। କିନ୍ତୁ ପ୍ରକୃତ କଥା ହେଉଛି ଯାହାକୁ ଆମେ ମୂଷିକ କହୁଛୁ, ସେ କେମିତିକା ସେହି ବିଷୟରେ କେହି ନିଶ୍ଚିତ ନୁହନ୍ତି। ପଣ୍ଡିତ ତଥା ସାଧାରଣ ଜନତା ଏହି ବିଷୟରେ ସଂସ୍କୃତ ଗ୍ରନ୍ଥଗୁଡ଼ିକରେ ଯାହା ଅସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ତାହାର ଉଦାହରଣ ଦେଇ ର଼୍ୟାଟ୍‌ ଓ ମାଉସ୍‌କୁ ନେଇ ଅଛିଣ୍ଡା ଯୁକ୍ତି କରିପାରନ୍ତି। ର଼୍ୟାଟ୍‌, ମାଉସ୍‌ ବୋଧହୁଏ ଏକ ବ୍ୟାଣ୍ଡିକୋଟ (ଗୋଜିଆ ମୁହଁ ଓ ଲମ୍ବା ଲାଞ୍ଜଥିତ୍ବା ମୂଷା)। ତେବେ ସେ ଯାହା ହେଉ, ମୂଳତଃ ଭଣ୍ଡାର ଘରେ ସମସ୍ୟାର କାରଣ ପାଲଟୁଥିବା ର଼୍ୟାଟ୍‌ ସମସ୍ୟା ସୃଷ୍ଟିକାରୀ ଜୀବ ଏବଂ କୃଷକର ଶତ୍ରୁ। ସ୍ବେରେଜରେ ବି ରହନ୍ତି ଓ କ୍ଷତି କରିଥା’ନ୍ତି। ର଼୍ୟାଟ୍‌ ବା ବଡ଼ମୂଷାମାନେ ଅଶୁଭର ସୂଚକ। ଏହା ଜାଣିବା ପରେ ତୁମେ ନିଶ୍ଚିତ ଭାବେ ଏମିତିକା ମୂଷାକୁ ଘରେ ରହନ୍ତୁ ବୋଲି କେବେ ବି ଚାହିଁବ ନାହିଁ।
ଗଣେଶ ହେଉଛନ୍ତି ମଙ୍ଗଳ ମୂର୍ତ୍ତି, ଶୁଭର ପ୍ରତୀକ। ତା’ହେଲେ ଏମିତି ଅଶୁଭ ଭାବେ ପରିଗଣିତ ବଡ଼ମୂଷା ଉପରେ ସେ ବସି ବୁଲିବେ କାହିଁକି? ସେଥିରେ ସେ କି ବାର୍ତ୍ତା ଦେବେ। ମୂଷିକ କ୍ଷତିର ସୂଚକ ଓ ଏହା ଆମ ଜୀବନରେ ବିପତ୍ତି ଆଣେ। ମୂଷିକ ଦ୍ୱାରା ସୃଷ୍ଟ ଛୋଟ ସମସ୍ୟାଟିକୁ ଜାଣି ନ ହେଲେ ବି ତାହା ମନରେ କ୍ରୋଧ ସୃଷ୍ଟି କରିବା ସହ ବିରକ୍ତିଭାବ ପ୍ରକାଶ କରାଏ। ମୂଷିକ ହେଉଛି ସେହି ପ୍ରକାର ବିଲ୍‌, ଯାହାକୁ ବସ୍‌ କେବେ ବି ପାସ୍‌ କରିପାରିବେ ନାହିଁ, ଅର୍ଥାତ୍‌ ଏହା ସେହି ପ୍ରକାର ସମସ୍ୟା, ଯାହାକୁ ମାଲିକ କେବେ ବି ଦୂର କରିପାରିବେ ନାହିଁ। ଏହା ସେହି ପ୍ରକାର ବ୍ରଣ, ଯାହା ଶରୀରରୁ ସମ୍ପୂର୍ଣ୍ଣ ଯିବାକୁ ମନା କରେ। ଏହା ହେଉଛି ସେହି ପ୍ରକାର ପଡ଼ୋଶୀ, ଯିଏ ସର୍ବଦା ତାଙ୍କ ଆବର୍ଜନାକୁ ଆପଣଙ୍କ ଦ୍ୱାରା ସାମ୍ନାରେ ଠୁଳକରେ। ଏହା ହେଉଛି ସେହିପ୍ରକାର ଟପ୍‌ଟପ୍‌ ପାଣି ପଡ଼ୁଥିବା ପାଣିଟ୍ୟାପ୍‌, ଯାହାକୁ କୌଣସି ପ୍ଲମ୍ବର ଠିକ୍‌ କରିପାରନ୍ତି ନାହିଁ। ଏହା ହେଉଛି ସେହି ଚାବିଗୁଚ୍ଛ, ଯାହାକୁ ତୁମେ ଘରୁ ବାହାରକୁ ଯିବାକୁ ଥିବାବେଳେ ଖୋଜି ପାଇବ ନାହିଁ । ଏହା ହେଉଛି କୋର୍ଟର ସେହି ମାମଲା, ଯାହାର ବର୍ଷ ବର୍ଷ ପରେ ବି ସମାଧାନ ହୁଏ ନାହିଁ। ଏସବୁ ହିଁ ଆମ ଜୀବନର ବଡ଼ ଚୋରରୂପୀ ମୂଷା, ଯାହା ଆମ ସୁସ୍ଥତାର ଭାବନାକୁ ଢାଙ୍କି ଦେଉଛନ୍ତି।
ଆପଣଙ୍କ ଜୀବନର ସେହି ସମସ୍ତ ବିରକ୍ତିକର ତଥା ମୂଷା ଭଳି ସମସ୍ୟାରୁ କେହି ଜଣେ ଆପଣଙ୍କୁ ମୁକ୍ତି ଦେଇପାରିବା ବିଷୟ ଚିନ୍ତା କରନ୍ତୁ। ହିନ୍ଦୁମାନଙ୍କ ପାଇଁ ସେହି ଜଣକ ହେଉଛନ୍ତି ଗଣେଶ। ଗଣେଶଙ୍କ ବିଶାଳ ପେଟ ଚାରିପାଖରେ ଏକ ସର୍ପ ରହିଛି । ଏହି ସାପ କୃଷକର ବନ୍ଧୁ, ଯିଏ ମୂଷା ଖାଏ, ଫସଲ ଚୋରିକୁ ନିୟନ୍ତ୍ରଣ କରେ ଏବଂ ଏହିପରି ଭାବେ ଉତ୍ପାଦିତ ଶସ୍ୟର ସୁରକ୍ଷା କରେ। ଗଣେଶଙ୍କ ଅନୁଗ୍ରହରେ ସମସ୍ୟା ଦୂର ହୋଇଯାଏ ଏବଂ ସମୃଦ୍ଧି ଓ ଶକ୍ତି ପ୍ରକାଶ ପାଏ। ଗଣେଶ ମୂଷାର ଲାଞ୍ଜକୁ ଟାଣିନେଇ ତା’ ଉପରେ ବସି କେମିତି ସମସ୍ୟାକୁ ଆୟତ୍ତ କରିଛନ୍ତି, ସେ ବିଷୟରେ ଆପଣ କଳ୍ପନା କରିପାରିବେ। ଏଣୁ ଏହା ଆପଣଙ୍କୁ ଆଉ ସମସ୍ୟାରେ ପକାଇବ ନାହିଁ। ଏହା ନିଃସନ୍ଦେହ ଯେ, ଗଣେଶ ଲୋକପ୍ରିୟ ଭଗବାନ୍‌। ଆମର ଅସ୍ତିତ୍ୱକୁ ଆଘାତ କରୁଥିବା ମୂଷାମାନଙ୍କୁ ସେ ତଡ଼ୁଛନ୍ତି, ନିୟନ୍ତ୍ରଣ କରୁଛନ୍ତି। ଜୀବନର ବାଧାବିଘ୍ନ ଦୂର କରୁଛନ୍ତି। ସେଥିପାଇଁ ସେ ବିଘ୍ନହର୍ତ୍ତା।
ମୂଷାମାନେ ମଧ୍ୟ ପ୍ରଜନନ ବା ଉତ୍ପାଦନର ପ୍ରତୀକ, କାରଣ ସେମାନେ ଦ୍ରୁତ ପ୍ରଜନକ (ଉତ୍ପାଦକ)। ଗଣେଶ ସର୍ବଦା ଅସାଧାରଣ ଭାବନା, ଜ୍ଞାନ ବିକାଶ ଓ ସମୃଦ୍ଧିର ପ୍ରତୀକ ସହିତ ଜଡ଼ିତ। ଦୂବଘାସର ମୂଳ ଓପାଡ଼ି ଦେଲେ ମଧ୍ୟ ତାହା ପୁଣି ବଢ଼ିବାରେ ଲାଗେ। ଦୂବ ଯେମିତି ଉଦ୍ଭିଦ ବଂଶବୃଦ୍ଧିର ପ୍ରତୀକ, ସେମିତି ମୂଷା ପ୍ରାଣୀ ବଂଶବୃଦ୍ଧିର ପ୍ରତୀକ। ଚାଇନା ଏବଂ ଜାପାନରେ ଉର୍ବରତା, ବଂଶବୃଦ୍ଧି, ଶିଶୁ, ସମୃଦ୍ଧି ସହିତ ମୂଷା ଜଡ଼ିତ। ମୂଷାମାନେ ଫସଲ ନିକଟରେ ପହଞ୍ଚତ୍ବାକୁ ଯେତେ ପ୍ରକାର ପ୍ରତିବନ୍ଧକ ରହିଥିଲେ ବି ତାହାକୁ ନିରନ୍ତର ପ୍ରୟାସରେ ଭାଙ୍ଗି ଦେଇ ସେଠାରେ ପହଞ୍ଚତ୍ୟାଇଥା’ନ୍ତି। ନିରନ୍ତର ପ୍ରୟାସରେ କେମିତି ସଫଳତା ପାଇବାକୁ ହୁଏ, ତାହା ସୂଚେଇ ଦେଇଥା’ନ୍ତି। ସେମାନେ ମଧ୍ୟ ଲୋଭ ଓ ଅତ୍ୟଧିକ ଇଚ୍ଛାର ପ୍ରତୀକ। ସେମାନେ ସବୁବେଳେ ଜମାକରି ରଖନ୍ତି। ଏହିପରି ଭାବେ ମୂଷାମାନଙ୍କର ଏକ ସକାରାତ୍ମକ ଦିଗ ଅଛି (ଉତ୍ପାଦନ କ୍ଷମତା ଓ ଅରୋଧନୀୟ) ଏବଂ ଏକ ନକାରାତ୍ମକ ଦିଗ ରହିଛି (ଚୋରି କରିବା/ସମସ୍ୟା ସୃଷ୍ଟି କରିବା)। ଗଣେଶ ମୂଷିକ ଉପରେ ବସିବା ଯୋଗୁ ନକାରାତ୍ମକ ଦିଗଗୁଡ଼ିକ ଦୂରେଇ ରହିଥିବାବେଳେ କେବଳ ସକାରାତ୍ମକ ବିଷୟଗୁଡ଼ିକ ଭକ୍ତଙ୍କ ନିକଟରେ ପହଞ୍ଚତ୍ଥାଏ।
ଗଣେଶଙ୍କ ମୂର୍ତ୍ତି ସମୃଦ୍ଧି, ଶକ୍ତି ଏବଂ ଶୁଭକାମନା ସୃଷ୍ଟି କରିପାରିବ, ଯେଉଁଥିପାଇଁ ଉତ୍ପାଦକତା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ତାଙ୍କର ବାହାନ ମୂଷିକ ଆମକୁ ଆମ ଦକ୍ଷତାକୁ ନେଇ ଆତ୍ମସନ୍ତୁଷ୍ଟି ନ ହେବା ପାଇଁ ସ୍ମରଣ କରାଇଦିଏ, ପ୍ରୟାସ କରିବାକୁ ସଙ୍କେତଦିଏ। ମୂଷା ଉତ୍ପାଦନ ଏବଂ ଅରୋଧନୀୟର ପ୍ରତୀକ ହୋଇପାରେ ଓ ଆମ ଧନ ପାଇଁ ତା’ର ଯୋଗଦାନ ଥାଇପାରେ, କିନ୍ତୁ ଆମର ଦୃଶ୍ୟମାନ ପୂର୍ଣ୍ଣ ଜୀବନର ମୂଳଦୁଆ କୁହାଯାଉଥିବା ଆମ ନୀତି, ନୈତିକତା ଓ ମୂଲ୍ୟବୋଧକୁ ନିରବରେ ଏବଂ ଗୁପ୍ତ ଭାବରେ ଦାନ୍ତରେ କାଟି ନଷ୍ଟ କରିଦେବାର କ୍ଷମତା ବି ତାହାର ଅଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri