ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬ ଟାରେ ଅବକାରୀ କର୍ମଚାରୀ ବୃନ୍ଦ ଜଣେ ଯୁବକଙ୍କ ନିକଟରୁ ୧୦ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ପନାଗୁଡ଼ା ଗ୍ରାମର ଲୁସିୟାନ ବୀର (୩୦)। ଗଜପତି ଜିଲା ମୋହନା ରୁ ଅଭିଯୁକ୍ତ ଜଣକ ଏଚଏଫ୍ ଡିଲକ୍ସ୍ ବାଇକ (ନଂ. ଓଡ଼ି୦୭es-୮୨୫୭) ଯୋଗେ ଗଞ୍ଜେଇ ନେଇ ଦ୍ରୁତଗତି ରେ ବ୍ରହ୍ମପୁର ଯାଉଥିବା ବେଳେ ପ୍ରାପ୍ତସୂଚନା କୁ ଭିତ୍ତିକରି ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ, ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ଆଲଫଲତା ସାହୁ, ବଳରାମ ପାତ୍ର , ରାଜେଶ ଜେନା, ସେକ୍. ରାଜେଶ୍ ଉଦ୍ଦିନ ପ୍ରମୁଖ ବାଇକ କୁ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଅଭିଯୁକ୍ତ ଙ୍କୁ ଘଟଣାସ୍ଥଳରେ ଓଆଇସି ଗିରଫ କରିଥିଲେ। ବାଇକ ଓ ଗଞ୍ଜେଇ ବସ୍ତା ସହ ତାଙ୍କୁ ଦିଗପହଣ୍ଡି ଅବକାରୀ ଥାନାକୁ ଅଣାଯାଇଥିଲା। ପଚରାଉଚୁରା କରିବାରୁ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ। ପରେ ମାମଲା ନଂ.୧୩୦/୨୬-୨୭ ଅନୁଯାୟୀ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଙ୍କ ନିକଟରୁ ବାଇକ,ଗଞ୍ଜେଇ ଓ ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ଓଆଇସି ଜଣାଇଛନ୍ତି।