Posted inଖେଳ

୨୦୨୩ ଭାରତରେ ଆୟୋଜନ ହେବ ମୋଟୋଜିପି ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୧ା୧୦: ଭାରତରେ ୨୦୨୩ରୁ ମୋଟରସାଇକେଲ ରେସିଂ ଗ୍ରାଁ ପ୍ରି (ମୋଟୋଜିପି) ଆୟୋଜିତ ହେବ। ୯ ବର୍ଷ ପୂର୍ବେ ଫର୍ମୁଲା ଓ୍ବାନର ବିଦାୟ ପରେ ଦେଶକୁ ମୋଟରସ୍ପୋଟର୍‌ସ ଇଭେଣ୍ଟ ଫେରିବ।

ବିଶ୍ୱର ପ୍ରିମିୟର ମୋଟରସାଇକେଲ ରେସିଂ ଚାମ୍ପିୟନଶିପ୍‌ ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ହେବ, ଯେଉଁଠାରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ ଆୟୋଜନ ହୋଇଥିଲା। ‘ଗ୍ରାଁ ପ୍ରି ଅଫ୍‌ ଭାରତ’ କେବେ ହେବ ତାହା ଯଦିଓ ମୋଟୋଜିପି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ତେବେ ଏହା ଆସନ୍ତାବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହୋଇପାରେ। ମୋଟୋଜିପିର କମର୍ସିଆଲ ସ୍ବତ୍ୱାଧିକାର ହାସଲ କରିଥିବା ଡୋର୍ନାର ଉଚ୍ଚ ପଦାଧିକାରୀମାନେ ଚଳିତ ମାସ ପ୍ରଥମ ଭାଗରେ ଭାରତ ଗସ୍ତରେ ଆସିଥିଲେ। ସେମାନେ ଇଣ୍ଡିଆନ୍‌ ରେସ୍‌ ପ୍ରମୋଟର୍ସ ଫେୟାରଷ୍ଟ୍ରିଟ୍‌ ସ୍ପୋଟର୍‌ସ (ଏଫ୍‌ଏସ୍‌ଏସ୍‌) ସହିତ ଏକ ୭ ବର୍ଷିଆ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି। ସେମାନେ ଆହୁରି ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ...

୨୩ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଦିନିକିଆ ଘରୋଇ କ୍ରିକେଟ ସିରିଜ: ପ୍ରିୟମ ଗର୍ଗ ଅଧିନାୟକ

ନୂଆଦିଲ୍ଲୀ, ୨୦ା୮ (ପି.ଟି.)-ରାୟପୁରରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ବାଂଲାଦେଶ ବିପକ୍ଷ ୨୩ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଘରୋଇ ସିରିଜ ପାଇଁ ପ୍ରିୟମ ଗର୍ଗ...

ମୁମ୍ବାଇର ଚତୁର୍ଥ ବିଜୟ

ମୁମ୍ବାଇ,୩୦।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ୪୨ତମ ହାଇସ୍କୋରିଂ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୬ ଉଇକେଟରେ ବିଜୟୀ ହୋଇଛି।...

ନାଡାଲଙ୍କୁ ୧୩ତମ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ: ୨୦ଟି ଗ୍ରାଣ୍ଡସ୍ଲାମ ସହ ଫେଡରରଙ୍କ ସମକକ୍ଷ

ପ୍ୟାରିସ୍‌,୧୨।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି।...

ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା...

ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୫ା୧୨ (ପି.ଟି.)-ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ଅଭିଜ୍ଞ ସମ୍ପନ୍ନ ରାଧାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍‌ ଟାଇମ୍‌ ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ଦେଇଛି। ଜୁଲାଇରେ ବାହଦୁର...

ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍‌ଏଭର୍‌’; ଲୋକେ ଦେଉଛନ୍ତି…

ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍‌କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ, ହଠାତ ଦଳରେ ସାମିଲ ହେଲେ…

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୭ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌ ସହ...

Advertisement
Archives

Model This Week