ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ ପରେ ପୋଲିସ ମାମଲା (ନଂ.୧୭୯/୨୬) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଜଗତସିଂହପୁର ଜିଲା ବିରିଡ଼ି ଥାନା ମଙ୍ଗୁଳି ଗ୍ରାମର ଜଗନ୍ନାଥ ବାରିକ। ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ, ନାବାଳିକାଙ୍କ ମା’ ଜଣେ ସ୍ବାମୀ ପରିତ୍ୟକ୍ତା। ସେ ୪ ବର୍ଷ ହେବ ରାଜଧାନୀରେ ଭଡ଼ାରେ ରହି ଆସୁଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଜଣେ ଡ୍ରାଇଭର ଏବଂ ସେ ବିବାହିତ। ନାବାଳିକାଙ୍କ ମା’ ଜଗନ୍ନାଥଙ୍କ ଗାଡ଼ିରେ ଭଡ଼ାରେ ଯାଇଥିବାବେଳେ ଉଭୟଙ୍କ ପରିଚୟ ହୋଇଥିଲା। ପରେ ତାହା ବନ୍ଧୁତାରେ ପରିଣତ ହୋଇଥିଲା। ୨ ବର୍ଷ ହେବ ସେମାନେ ଧଉଳି ଥାନା ଶିଶୁପାଳଗଡ଼ ଇନ୍ଦିରା ହାଉସିଂ କଲୋନୀରେ ଘର ଭଡ଼ା ନେଇ ରହିଥିଲେ। ଅଭିଯୁକ୍ତ ଜଗନ୍ନାଥ ନାବାଳିକାଙ୍କ ମା’ଙ୍କ ସହିତ ସମ୍ପର୍କ ରଖିବା ପରେ ତାଙ୍କର ୧୪ ବର୍ଷର ଝିଅ ଉପରେ ନଜର ପଡ଼ିଥିଲା। ଘରେ କେହି ନ ଥିବା ଅବସ୍ଥାରେ ଜଗନ୍ନାଥ ନାବାଳିକାଙ୍କୁ ବାରମ୍ବାର ବଳାକତ୍ାର କରିଥିଲେ। ମଝିରେ ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ଜବରଦସ୍ତି ମେଡ଼ିସିନ ଦେଇ ଗର୍ଭନଷ୍ଟ କରିଥିଲେ। ଗତ ୬ ତାରିଖରେ ପୁଣି ବଳାକତ୍ାର କରିବାରୁ ନାବାଳିକା ଆଉ ସହ୍ୟ କରି ନ ପାରି ଥାନାରେ ଅଭିଯୋଗ କରିଥିଲେ।