ଆଜି ମା’ଙ୍କ ମହାସପ୍ତମୀ ପୂଜା: ରାତି ପାହିଲେ ମହାଷ୍ଟମୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଶୁକ୍ରବାର ହେଉଛି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ମା’ ଜଗତ୍‌ଜନନୀଙ୍କ ପୂଜା କରୋନା କଟକଣା ମଧ୍ୟରେ ବେଶ ଫିକା ପଡ଼ିଛି। ଏବର୍ଷ ଚଳଚଞ୍ଚଳ ହେଉନି ମା’ଙ୍କ ପୀଠ। ମାତ୍ର କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଉଛନ୍ତି ମା’ ମହିଷାମର୍ଦ୍ଦିନୀ। ବିଲ୍ବବରଣ ପରେ ମା’ଙ୍କ ସପ୍ତମୀ ପୂଜା ପରେ ଶନିବାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁ କେବଳ ପୂଜକ ଓ କମିଟି ସଦସ୍ୟଙ୍କୁ ନେଇ ପାଳନ ହେଉଛି ମା’ଙ୍କ ପୂଜା।