Posted inଜାତୀୟ

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର ସ୍କ୍ରିନରେ ପ୍ରକାଶ ପାଇଲା, ସେ ପଚାରିଲେ, ଆରେ ଦାଦାଙ୍କର କ’ଣ ଦୁର୍ଘଟଣା ଘଟିଛି?

ଜିଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଅଜିତ ପାୱାର ବୁଧବାର ସକାଳେ ବାରାମତିରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବାରାମତି ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ସମଗ୍ର ମହାରାଷ୍ଟ୍ରରେ ଶୋକର ଲହରୀ ଖେଳିଯାଇଥିଲା।

ଏହି ଦୁର୍ଘଟଣା ସହିତ ଜଡିତ ଏକ ଅତ୍ୟନ୍ତ ଭାବପ୍ରବଣ ଘଟଣା ଅଜିତ ପାୱାରଙ୍କ ବାରାମତି ଫାର୍ମହାଉସରୁ ସାମ୍ନାକୁ ଆସିଛି। ଦୁର୍ଘଟଣାର କିଛି ସମୟ ପୂର୍ବରୁ, ଅଜିତ ପାୱାରଙ୍କ ମା’ ଆଶାତାଇ ପାୱାର ଫାର୍ମହାଉସରେ ଟିଭି ଦେଖୁଥିଲେ, ଯେତେବେଳେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର ହଠାତ୍‌ ଟିଭିରେ ପ୍ରସାରିତ ହେବା ଆରମ୍ଭ ହେଲା।

ଫାର୍ମହାଉସ ପରିଚାଳିକା ସମ୍ପତ ଧୈଗୁଡେ ଏହି ଘଟଣାର ବିବରଣୀ ଶେୟାର କରିଥିଲେ। ସେ କହିଛନ୍ତି, ପ୍ରାୟ ସକାଳ ୭ଟା ସମୟରେ ଆଶାତାଇ ପାୱାର ଟେଲିଭିଜନ ଦେଖୁଥିଲେ। ତାଙ୍କ ପାଇଁ ଜଳଖିଆ ପ୍ରସ୍ତୁତ ହେଉଥିଲା। ପ୍ରାୟ ସକାଳ ପ୍ରାୟ ୮.୩୦ଟାରେ, ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର ଟିଭିରେ ପ୍ରସାରିତ ହେବା ଆରମ୍ଭ ହେଲା। ଏହା ଦେଖି ଆଶାତାଇ ତୁରନ୍ତ ପଚାରିଲେ, ଦାଦାଙ୍କର ଦୁର୍ଘଟଣା ହୋଇଛି କି? ତଥାପି ସେ ଭାବିଲେ ଯେ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ କିଛି ଗୁରୁତର ନାହିଁ।

ସମ୍ପତ ଧୈଗୁଡେଙ୍କ ଅନୁସାରେ, କିଛି ସମୟ ପରେ ଟିଭିରେ ଖବର ଆସିଲା ଯେ ଅଜିତ ପାୱାରଙ୍କୁ ବାରାମତିର ଏକ ହସ୍ପିଟାଲକୁ ଅଣାଯାଇଛି। ଆଶାତାଇଙ୍କୁ ଆଉ କୌଣସି ଗୁରୁତର ସୂଚନା ପାଇବାରୁ ରୋକିବା ପାଇଁ ପରିବାର ଏକ ଯାନ୍ତ୍ରିକ ସମସ୍ୟା ବୋଲି କହି ବଙ୍ଗଳାର ଟିଭି କେବୁଲ କାଟି ଟିଭି ବନ୍ଦ କରିଦେଲେ।

ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଫ୍ଲାଇଟ ମୋଡରେ ରଖାଯାଇଥିଲା। ସମସ୍ତେ ତାଙ୍କୁ ବୁଝାଇ ଚାଲିଥିଲେ ଯେ, କିଛି ଗୁରୁତର ଘଟଣା ଘଟିନାହିଁ। ତଥାପି ଆଶାତାଇ ପାୱାର ଅଜିତ ପାୱାରଙ୍କୁ ଭେଟିବାକୁ ଜିଦ ଧରି ଫାର୍ମହାଉସରୁ ଚାଲିଗଲେ। ଡ୍ରାଇଭର ତାଙ୍କୁ ଗାଡ଼ି ଖରାପ ହୋଇଯାଇଥିବା ମଧ୍ୟ କହିଥିଲେ, କିନ୍ତୁ ସେ ମନା କରିଦେଲେ। ଶେଷରେ ତାଙ୍କୁ ବାରାମତିର ତାଙ୍କ ବଙ୍ଗଳାକୁ ନେବାକୁ ବାଧ୍ୟ କରାଯାଇଥିଲା ବୋଲି ସମ୍ପତ ଧୈଗୁଡେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ…

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri