ନେପାଳର ଟେରେସା

ବିଶ୍ୱବ୍ୟାପୀ ଅପହରଣ ଓ ଯୌନ ଶୋଷଣ ବଢ଼ିଚାଲିଛି। ଅଳ୍ପ ବୟସର ଯୁବତୀ ହୁଅନ୍ତୁ ବା ମହିଳାଙ୍କୁ ଏହି କାର୍ଯ୍ୟରେ ଲଗାଇ ଦଲାଲମାନେ ଅର୍ଥ ଉପାର୍ଜନ କରୁଛନ୍ତି। ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କୁ ପ୍ରଲୋଭିତ କରାଯିବା ସହ ସ୍ଥଳବିଶେଷରେ ଯୁବତୀଙ୍କୁ ଅପହରଣ କରାଯାଇ ଯୌନଯନ୍ତା ଭିତରକୁ ଠେଲି ଦିଆଯାଉଛି। ଥରେ ଜଣେ ଏହା ମଧ୍ୟକୁ ଚାଲିଗଲା ମାନେ ଫେରିବା ସହଜ ନୁହେଁ। ତେବେ ଜଣେ ଜଣେ ସାମାଜିକ କର୍ମୀ ଏଭଳି ପୀଡ଼ିତାଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଥାଆନ୍ତି। ସେମାନଙ୍କ ହାତର ସ୍ପର୍ଶରେ ଅନେକଙ୍କ ଜୀବନ ଏଭଳି ଯନ୍ତ୍ରଣାରୁ ମୁକ୍ତି ପାଇଥାଏ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏପରି ବ୍ୟକ୍ତିଙ୍କୁ ଖୋଜିଲେ ହାତଗଣତି ମିଳିବେ। ଏହି କ୍ରମରେ ଦେଖିଲେ ଜୀବନକୁ ବାଜି ଲଗାଇ ସମାଜର ମଙ୍ଗଳ ସକାଶେ କାର୍ଯ୍ୟ କରୁଥିବା ମହିଳା ହେଲେ ଅନୁରାଧା କୋଇରାଲା। ଇତିମଧ୍ୟରେ ହଜାର ହଜାର ଯୁବତୀ ଓ ପ୍ରାୟ ୪୫ ହଜାର ଶିଶୁ ଓ ମହିଳାଙ୍କୁ ଦଲାଲଙ୍କ କବଳରୁ ମୁକ୍ତ କରାଇ ସେମାନଙ୍କୁ ଥଇଥାନ କରି ବିଶ୍ୱ ସମ୍ମୁଖରେ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି। ନେପାଳ ରାଜଧାନୀ କାଠମାଣ୍ଡୁରେ ସେ ଏକ ଥଇଥାନ କେନ୍ଦ୍ର କରିଛନ୍ତି। ‘ମାଇତି ନେପାଳୀ’ (ନେପାଳୀ ଭାଷାରେ ମଦର୍ସ ହୋମ୍‌ ବା ମା’ ଘର)ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରହି ସେ କରୁଥିବା କାର୍ଯ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
୧୪ ଏପ୍ରିଲ ୧୯୪୯ରେ ଅନୁରାଧାଙ୍କ ଜନ୍ମ। ତାଙ୍କ ଜାତୀୟତା ନେପାଳୀ। କାଠମାଣ୍ଡୁରେ ମୁଖ୍ୟାଳୟ ଥିବାବେଳେ ଭାରତ-ନେପାଳ ସୀମାନ୍ତ ସହରରେ ତାଙ୍କ ସଙ୍ଗଠନର କେତେକ ଟ୍ରାଞ୍ଜିଟ୍‌ ହୋମ୍‌ ରହିଛି। ଭାରତୀୟ ବ୍ରୋଥେଲ୍‌ ବା ଗଣିକାଳୟରୁ ଉଦ୍ଧାର ହୋଇଥିବା ନେପାଳ ଯୁବତୀ ଓ ମହିଳାମାନଙ୍କୁ ଏହିସବୁ ଗୃହରେ ରଖାଯାଇଥାଏ। ସେମାନଙ୍କୁ ପରିବାର ନିକଟରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଏ। ଯଦି ପରିବାର ଲୋକେ ପୀଡ଼ିତାଙ୍କୁ ନେବାକୁ ଅମଙ୍ଗ ହୁଏନ୍ତି, ସେତେବେଳେ ସେମାନେ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ମା’ ଘରେ ରହିବାର ସୁଯୋଗ ପାଉଛନ୍ତି। ୧୯୯୩ରୁ ଅଦ୍ୟାବଧି ଅନୁରାଧା ଓ ତାଙ୍କ ସଙ୍ଗଠନ ଅସଂଖ୍ୟ ପୀଡ଼ିତାଙ୍କୁ ଥଇଥାନ କରିପାରିଛନ୍ତି। ନେପାଳ-ଭାରତ ସୀମାନ୍ତରେ ପୋଲିସ ଓ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥା ସହ ମିଶି ‘ମାଇତି ନେପାଳୀ’ର କର୍ମକର୍ତ୍ତାମାନେ ଝିଅ ଓ ମହିଳାଙ୍କୁ ଉଦ୍ଧାର କରିଥାଆନ୍ତି। ଭାରତର ଗଣିକାଳୟରୁ ଯେଉଁମାନଙ୍କୁ ଉଦ୍ଧାର କରାଯାଇଥାଏ, ସେଥିଲାଗି ଭାରତୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ାଯାଇଥାଏ। ନିକଟରେ ଫିକି ଲେଡିଜ୍‌ ଅର୍ଗାନାଇଜେଶନ ପକ୍ଷରୁ ଆୟୋଜନ କରାଯାଇଥିବା ଏକ ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅନୁରାଧା କହିଥିଲେ ଯେ, ତାଙ୍କ ଉଦ୍ୟମ ସେତେଦିନ ଯାଏ ଚାଲିଥିବ; ଯେତେବେଳ ପର୍ଯ୍ୟନ୍ତ ସମାଜ ଏଭଳି ସାମାଜିକ ବ୍ୟାଧିରୁ ଦୂର ନ ହୋଇଛି। ସେ କହିଥିଲେ, ତାଙ୍କ ଜୀବନ ପ୍ରତି ଅନେକ ବିପଦ ରହିଛି। ଅତୀତରେ ଦଲାଲଙ୍କ ପାଖରୁ ଧମକ ପାଇଛନ୍ତି। ଏବେ ଜେଲରେ ଥିବା ଅଭିଯୁକ୍ତମାନେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜାଣିଛନ୍ତି ଏବଂ ସେମାନେ କେଉଁଠି ରୁହନ୍ତି କହି ଫୋନ୍‌ ମାଧ୍ୟମରେ ଡରାଉଛନ୍ତି ବୋଲି ଅନୁରାଧା ପ୍ରକାଶ କରିଥିଲେ। ଦମ୍ଭ ନ ହରାଇ ସର୍ବଦା ସେ ସେମାନଙ୍କୁ କହିଥାଆନ୍ତି ‘ଯାହା ହେବାର ଥିବ’।
ଏଭଳି ସାହସିକତା ପ୍ରଦର୍ଶନ କରୁଥିବା ନାରୀଙ୍କ କ୍ୟାରିୟର ଦେଖିଲେ ସେ ପିଲାବେଳୁ ଜଣେ ନିର୍ଭୀକ ମହିଳା ରହିଆସିଛନ୍ତି । ସାମାଜିକ ସେବା ଯୋଗୁ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଫଳରେ ନେପାଳ ସରକାର ତାଙ୍କୁ ୧୭ ଜାନୁୟାରୀ ୨୦୧୮ରୁ ୩ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାଗ୍‌ମତି ପ୍ରଦେଶର ଗଭର୍ନର ଆସନ ସମ୍ଭାଳିବାକୁ ଦାୟିତ୍ୱ ଦେଇଥିଲେ। ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇବା ପରେ ପୁଣି ସେ ନିଜ ସଙ୍ଗଠନ ପ୍ରତି ସର୍ବାଧିକ ଗୁରୁତ୍ୱ ଦେବା ସୂଚାଇ ଦେଉଛି ଯେ, ଜୀବନର ଲକ୍ଷ୍ୟ ସ୍ଥିର ଥିଲେ ମଣିଷ ସିଦ୍ଧି ଆଡ଼କୁ ଯାଏ। ଏଠାରେ ଅନୁରାଧାଙ୍କ ସେବା ପ୍ରତି ଅଙ୍ଗିକାରବଦ୍ଧତା ଓ ନେପାଳ ପୀଡ଼ିତାଙ୍କ ଉଦ୍ଧାର ଲାଗି ଅହରହ ପ୍ରୟାସ ତାଙ୍କୁ ମା’ର ଆସନରେ ବସାଇ ସାରିଲାଣି। ଭାରତୀୟ ସେନା ଅଧିକାରୀଙ୍କ ଝିଅ ହୋଇଥିବାରୁ ସେ ପିତାଙ୍କଠାରୁ ସାହସ କ’ଣ ଶିଖିଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ୧୨୦୦ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ତାଙ୍କ ସଙ୍ଗଠନ ଯେଉଁ ଐତିହାସିକ କାର୍ଯ୍ୟ କରିଛି, ତାହା ଅନ୍ୟ ସାମାଜିକ କର୍ମୀଙ୍କୁ ପ୍ରେରଣା ଯୋଗାଇବ। ଶିଶୁ ଓ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଅନୁରାଧାଙ୍କୁ ୩୮ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିପାରିଛି। ସେଥିମଧ୍ୟରେ ରହିଛି ୨୦୧୪ରେ ‘ମଦର ଟେରେସା ପୁରସ୍କାର’ ଓ ୨୦୧୭ରେ ଭାରତ ସରକାରଙ୍କ ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’। ଅତଏବ, ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ଯଥାର୍ଥରେ ସେ ନେପାଳର ମଦର ଟେରେସା ଆଖ୍ୟା ପାଇପାରିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri