ଯୁକ୍ତ୨ରେ ମା’ ପୁଅ ପାସ୍‌

ଦାରିଙ୍ଗବାଡି,୯ା୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତମାସରେ ଦଶମ ପରୀକ୍ଷାରେ ମା ଓ ପୁଅ ପାସ କରିଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୁଣି ଯୁକ୍ତ ଦୁଇ ପରୀକ୍ଷାରେ ମା ଓ ପୁଅ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ରୋଡରେ। ବ୍ଲକ ରୋଡର ଜୟଦେବ ସାହୁଙ୍କ ଝିଅ ଲତାଞ୍ଜଳି ଚଳିତ ଯୁକ୍ତଦୁଇ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏଥିସହ ତାଙ୍କ ବଡ ପୁଅ ରିତେଶ କୁମାରୁ ମଧ୍ୟ ପରୀକ୍ଷା ଦେଇଛନ୍ତି। ରିତେଶ କଳାରେ ୨୮୨ ମାର୍କ ରଖିଥିବା ବେଳେ ଲତାଞ୍ଜଳି ୨୧୧ ମାର୍କ ରଖିଛନ୍ତି। ଲତାଞ୍ଜଳିଙ୍କ ସାନ ଝିଅ ଚଳିତ ମାଟ୍ରିକ ପାସ କରିଛନ୍ତି। ଲତାଞ୍ଜଳି କୁହନ୍ତି ସେ ୨୦୦୩ରେ ଦଶମ ପାସ କରି କୌଣସି କାରଣରୁ ପାଠ ପଢି ନଥିଲେ। ପରବର୍ତ୍ତୀ ସମୟରେ ସେ ବିବାହ କଲେ ଓ ଘର ଚଳାଇବା ପାଇଁ ଛୋଟ ବଡ଼ ବ୍ୟବସାୟ ସହ ପିଲାଙ୍କୁ ପଢ଼ାନ୍ତି। ପିଲାମାନେ ବଡ଼ ହେବା ପରେ ଲତାଞ୍ଜଳୀଙ୍କ ସାନ ଭାଇ କାହ୍ନୁ ଚରଣ ସାହୁ ତାଙ୍କୁ ଉଚ୍ଚ ଶିକ୍ଷା କରିବାକୁ ପ୍ରବର୍ତ୍ତାଇଥିଲେ। ପରେ ଗଞ୍ଜାମ ଜିଲା ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଭୟ ମା ଏବଂ ପୁଅ ନାମ ଲେଖାଇ ଥିଲେ। ଏବେ ମା ଓ ପୁଅ ଡିଗ୍ରୀ କରିବୁ ଏବଂ ଝିଅକୁ ଯୁକ୍ତ ଦୁଇରେ ନାମଲେଖାଇବୁ ବୋଲି କହିଛନ୍ତି। ଲତାଞ୍ଜଳିଙ୍କ ଦୀର୍ଘ ୧୮ ବର୍ଷ ପରେ ଉଚ୍ଚ ଶିକ୍ଷା କରିବାକୁ ମାନବଳାଇବା ଘଟଣା ଏବେ ଅଞ୍ଚଳରେ ଉଦାହରଣ ପାଲଟିଛି।