ଆସିକା, ୮ା୧୧ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମରେ ଶୁକ୍ରବାର ପୁଅ ବୋହୂଙ୍କ ମାଡ଼ରେ ଜଣେ ମା’ ଗୁରୁତର ହୋଇଛନ୍ତି। ସେ ହେଲେ ସେହି ଗ୍ରାମର ରମା ଛଡାଇ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମା’ ରମାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଛି। ଘଟଣା ସମ୍ପର୍କରେ ଆହତଙ୍କ ଅଭିଯୋଗ କ୍ରମେ ଆସିକା ଥାନାରେ ଏକ ମାମଲା (ନଂ.୬୩୨/୨୫) ରୁଜୁ ହୋଇଛି।
ପାରିବାରିକ କଳହକୁ କେନ୍ଦ୍ର କରି ରମାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପୋଲିସ ଆହତଙ୍କୁ ଉଦ୍ଧାର କରିଥିଲା ବେଳେ ଅଭିଯୁକ୍ତ ପୁଅ ବୋହୂ ଘଟଣା ପରଠାରୁ ଫେରାର ଥିବା ଜଣାପଡିଛି।


