ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ। ପୁଅକୁ ଭଲ କରିବାକୁ ଆଶା ବାନ୍ଧିଥିଲେ। ହେଲେ ପ୍ରଥମେ ବାପା ଓ ପରେ ଏକମାତ୍ର ପୁଅର ଜୀବନ ଚାଲିଗଲା। ଏବେ ଅସହାୟ ହୋଇପଡ଼ିଛନ୍ତି ମା’। ପୁଅର ଶୁଦ୍ଧିକ୍ରିୟା ପାଇଁ ସେ ବାରଦୁଆର ବୁଲି ହାତ ପତାଉଛନ୍ତି। ପୁରୀ ଜିଲା କାକଟପୁର ବ୍ଲକ ଲତାହରଣ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ମୁତାବକ, ଲତାହରଣ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ ପରିବାର ଚଳାଇବା ପାଇଁ ୨୦୧୦ରେ ଏକ କମ୍ପାନୀରେ କାମ କରିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ କାମ କରି ଯାହା କିଛି ରୋଜଗାର ହେଉଥିଲା, ତାହାକୁ ଘରକୁ ପଠାଉଥିଲେ। ଘରେ ତାଙ୍କର ସ୍ତ୍ରୀ, ପୁଅ ସମେତ ମା ଓ ବାପା ଖୁସିରେ ଚଳୁଥିଲେ। କିନ୍ତୁ ଦଇବ ଦାଉ ସାଧିଲା ଭଳି ହାଇଦ୍ରାବାଦରେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୫ଭାଗ ଅଚଳ ହୋଇଗଲା। ଫଳରେ ତାଙ୍କୁ କମ୍ପାନୀ ଚାକିରି ହରାଇବାକୁ ପଡ଼ିଲା। ସେ ଚିକିତ୍ସା ପାଇଁ ଘରକୁ ଚାଲିଆସିଲେ। ତେବେ ଏଭଳି ଦୁର୍ଦ୍ଦିନ ସମୟରେ ସ୍ତ୍ରୀ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ପୁଅକୁ ନେଇ ବାପଘରକୁ ଚାଲିଗଲେ। ତେଣୁ ପୁଅକୁ ସୁସ୍ଥ କରିବା ପାଇଁ ବୃଦ୍ଧ ମା, ବାପା ବାଧ୍ୟହୋଇ ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ। ପୁଅର ସୁସ୍ଥତା ଆଶା ନେଇ ବାଟ ଚାଲୁଥିବାବେଳେ ବୃଦ୍ଧ ବାପାଙ୍କର ମୃତ୍ୟୁ ଘଟିଲା। ତଥାପି ସଂଘର୍ଷରୁ ଓହରି ନ ଥିଲେ ମା’ ପଞ୍ଚେଇ ମଲ୍ଲିକ (୭୫)। ସ୍ବଳ୍ପ ଭତ୍ତା ଟଙ୍କା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ ଭରସା କରି ଦୁଃଖକଷ୍ଟରେ ଚଳିଲେ। ତେବେ କିଛି ଦିନ ତଳେ ପ୍ରଫୁଲ୍ଲଙ୍କ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ପଡ଼ୋଶୀଙ୍କ ସହାୟତାରେ ମେଡିକାଲ ନେଲେ। ହେଲେ ଫଳ କିଛି ହେଲାନି। ଗତ ମଙ୍ଗଳବାର ୩୭ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ଜୀବନ ଦୀପ ଲିଭିଗଲା। ରବିବାରକୁ ମୃତ୍ୟୁର ୬ଦିନ ହୋଇଛି। ଏଭଳି ସ୍ଥିତିରେ ପୁଅ ଅନ୍ତ୍ୟେଷ୍ଟିକ୍ରିୟା କରିବା ପାଇଁ ମା’ ନିଜ ଦୁଃଖକୁ ଅନ୍ତରରେ ଚାପି ରଖି ସହାୟତା ମାଗୁଛନ୍ତି। ପାଦରେ ଚାଲିବାକୁ ବଳ ନ ଥିଲେ ମଧ୍ୟ ଘର ଘର ଘର ବୁଲି ହାତ ପତାଉଛନ୍ତି। ପୂର୍ବରୁ ବାରମ୍ବାର ପ୍ରଶାସନକୁ ଆକୁଳ ନିବେଦନ କରିଥିଲେ ମଧ୍ୟ କୌଣସି ସହାୟତା ମିଳିଲା ନାହିଁ। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା କେବଳ ଜରିପକା ଭଙ୍ଗା ଚାଳଘର। ସହୃଦୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଲେ ପ୍ରଫୁଲ୍ଲଙ୍କ ଅନ୍ତ୍ୟେଷ୍ଟିକ୍ରିୟା ହୋଇପାରନ୍ତା ବୋଲି ପଞ୍ଚେଇ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri