ବ୍ଲାକ୍‌ମେଲ୍‌ କରି ମା’, ଝିଅଙ୍କୁ ବଳାତ୍କାର: ଧରାପଡିରେ ଘରୋଇ ସହାୟକ

ଭୁବନେଶ୍ୱର,୫ା୫(ସତ୍ୟଜିତ୍‌ ରାଉତ):ରାଜଧାନୀ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ବ୍ଲାକମେଲ୍‌ କରି ମହିଳା ଓ ତାଙ୍କ ୧୪ବର୍ଷୀୟା ନାବାଳିକା ଝିଅଙ୍କୁ ଏକାଧିକ ଥର ବଳାତ୍କାର କରିଛନ୍ତି। ଏନେଇ ଅଭିଯୋଗକ୍ରମେ ବଡ଼ଗଡ଼ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେ ହେଲେ ରବିଟକିଜ୍‌ ଛକ ନିକଟରେ ରହୁଥିବା ଯାଜପୁର ଜିଲା ଟମକା ଥାନା ଅଞ୍ଚଳର ସରୋଜ କୁମାର ବେହେରା ଓରଫ ରବି (୨୨)। ରବି ପୀଡିତାଙ୍କ ଭଡ଼ାଘର ପାଖରେ ଅନ୍ୟଜଣଙ୍କ ଘରେ ଘରୋଇ ସହାୟକ ଭାବେ କାମ କରନ୍ତି। କୋର୍ଟଚାଲାଣ ପରେ ରବିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ମହିଳା ଜଣକ ପରିବାର ସହ ବଡଗଡ ଥାନା ଅଞ୍ଚଳରେ ରହୁଛନ୍ତି। ଅଭିଯୁକ୍ତ ରବି ତାଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିବା ବେଳେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ପିଡ଼ୀତା ଓ ତାଙ୍କ ଝିଅଙ୍କୁ ରବି ଟାର୍ଗେଟ୍‌ କରିଥିଲେ। ମା’, ଝିଅ ବାଥୁରମ୍‌ରେ ଗାଧୋଇବା ବେଳେ କୌଶଳ କରି ରବି ନିଜ ମୋବାଇଲରେ ଫଟୋ ଓ ଭିଡିଓ ଶୁଟ୍‌ କରିଥିଲେ। ଏହାପରେ ଉକ୍ତ ଫଟୋ ଓ ଭିଡିଓକୁ ଆଧାର କରି ରବି ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ସେସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ମା’ ଓ ଝିଅଙ୍କୁ ଏକାଧିକଥର ବଳାତ୍କାର କରିଥିଲେ। ମହିଳା ଓ ତାଙ୍କ ଝିଅ ଲୋକଲଜ୍ଜା ପାଇଁ ଚୁପ ରହିଥିଲେ। ଏପରିକି ସ୍ବାମୀ ବାହାରକୁ କାମ କରିବାକୁ ଯାଉଥିବା ବେଳେ ରବି ଏହି କାମ କରୁଥିଲେ। ଏପରିରିକ ଅଭିଯୁକ୍ତ ରବି ଉଭୟ ମା ଓ ଝିଅଙ୍କୁ ଅଧିକାଂଶ ସମୟରେ ଗାଳିଗୁଲଜ କରିବା ସହ ନାନା ଧମକ ଦେଉଥିଲେ। ପରେ ରବି ଉକ୍ତ ଫଟୋ ଓ ଭିଡିଓକୁ ପିଡ଼ୀତା ଏବଂ ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇ ଦେଇଥିଲେ। ସ୍ବାମୀ ଏହା ଦେଖି ପଚାରିବାରୁ ଘଟଣା ବିଷୟରେ ନିଜ ପତ୍ନୀଙ୍କଠୁ ରବିଙ୍କ କଳା କାରନାମା ବିଷୟରେ ଜାଣିବାକୁ ପାଇଥିଲ। ଏନେଇ ପୀଡିତା ମହିଳାଙ୍କ ଏତଲାକ୍ରମେ ପୋଲିସ ଶନିବାର ଏକ ମାମଲା (ନଂ.୨୩୮/୨୦୨୫) ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ରବିଙ୍କ ନାମରେ ପୂର୍ବରୁ ଯାଜପୁର ଥାନାରେ ଏକ ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri