Posted inଫୁରସତ

ସେବା ଓ ସର୍ଜନର ଜନନୀ : ସରୋଜିନୀ

ଲୋକେ ତାଙ୍କୁ ଏହି ସମୟର କୁନ୍ତଳା କୁମାରୀ କୁହନ୍ତି। ପରିବାରରୁ ଆରମ୍ଭ କରି ସମାଜର ବିଭିନ୍ନ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ଆମ ସମସ୍ତଙ୍କ ପାଇଁ ଉଦାହରଣ ସାଜନ୍ତି ସେ। ତାଙ୍କ ଚିକିତ୍ସାଳୟର ଅଗଣାରେ ଅସଂଖ୍ୟ ଫୁଲ-କଅଁଳ ଶିଶୁର। ସେ କବିତା ଲେଖନ୍ତି ଅଜସ୍ର- ପ୍ରତ୍ୟୟ ଓ ରହସ୍ୟ ଭିତରେ ସନ୍ତୁଳନ ରଖି, ଆବେଗ ଓ ଅଧ୍ୟାତ୍ମରେ ଶବ୍ଦକୁ ତନ୍ମୟ କରିପାରନ୍ତି , ଜୀବନର ଅସହାୟତା କଥା କହୁ କହୁ ମଣିଷ ପ୍ରତି ଆସ୍ଥା ଓ ଉପଲବ୍ଧିର କୋମଳତାକୁ ଦର୍ଶେଇ ପାରନ୍ତି, ତାଙ୍କ କାର୍ଯ୍ୟଧାରାରେ ସେ ଦେଖେଇଛନ୍ତି କଳା ଓ ବିଜ୍ଞାନର ସମନ୍ବୟ, ଗଣମାଧ୍ୟମରେ ସକ୍ରିୟ ଥାଆନ୍ତି, ଜଗନ୍ନାଥୀୟ ଚେତନାରେ ଆପ୍ଳୁତ ହୋଇ ୧୫/୧୬ ବର୍ଷ ହେବ ରଥଯାତ୍ରା ଧାରା ବିବରଣୀ ପାଇଁ ଲୋକପ୍ରିୟ ଲଳିତ ଭାଷ୍ୟକାର ସାଜିପାରନ୍ତି… ସେ ଆଉ କେହି ନୁହଁନ୍ତି ବହୁବିଧ ପ୍ରତିଭାର ମୂର୍ତ୍ତିମନ୍ତ ଅଧିକାରିଣୀ- କବି ଡାକ୍ତର ସରୋଜିନୀ ଷଡଙ୍ଗୀ। ପଶ୍ଚିମ ଓଡିଶାର ସାହିତି୍ୟକ, ଶିକ୍ଷାବିତ, ସଂସ୍କାରକ ବୈରାଗୀ ମିଶ୍ରଙ୍କ ନାତୁଣୀ ସରୋଜିନୀ ପିତା ଜୀବାନନ୍ଦ ଆଚାର୍ଯ୍ୟ ଓ ମାତା ପଦ୍ମାବତୀ ଆଚାର୍ଯ୍ୟଙ୍କ କୋଳମଣ୍ଡନ କରିଥିଲେ ସୁନ୍ଦରଗଡ଼ ମାତୁଳାଳୟରେ ମାର୍ଚ୍ଚ ୩ରେ। ଉଭୟ ପିତା ଓ ମାତା ସାହିତ୍ୟରେ ରୁଚି ରଖିଥିଲେ ତେଣୁ ବାଲ୍ୟକାଳୁ ସାହିତ୍ୟର ପାଣିପବନରେ ସେ ବଢିଥିଲେ ଓ ଗଢି ହୋଇଥିଲେ। ସରୋଜିନୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ଏମ୍‌ବିବିଏସ୍‌ ସାରି ଚଣ୍ଡୀଗଡ଼ରେ ଏମ.ଡି କରି ସ୍ତ୍ରୀରୋଗ ଓ ପ୍ରସବତତ୍ତ୍ୱରେ ସ୍ନାତ୍ତକୋତର ଉପାଧି ଲାଭ କରିଥିଲେ। ଅଲ୍ଟ୍ରାସାଉଣ୍ଡ, କଲପୋସ୍କୋପିରେ ଡୁନେଡିନ୍‌ ହସ୍ପିଟାଲ, ନିଉଜିଲାଣ୍ଡରୁ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ସରୋଜିନୀ ସ୍ନାତକୋତ୍ତର ପରେ ଏସ୍‌ସିବି ମେଡ଼ିକାଲ କଲେଜରେ ଦୀର୍ଘ ପଚିଶ ବର୍ଷ ଧରି ଅଧ୍ୟାପନା କରି ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ। ସେବା ଓ ସର୍ଜନ କ୍ଷେତ୍ରରେ ତାଙ୍କ ସହ ଦମ୍ଭ ହୋଇ, ପ୍ରେରଣା ହୋଇ, ଶକ୍ତି ଏବଂ ସମ୍ବେଦନା ହୋଇ ଠିଆ ହୋଇଛନ୍ତି ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ରମାରମଣ ଷଡ଼ଙ୍ଗୀ। ସେବା ହେଉ କି ସାହିତ୍ୟ ସରୋଜିନୀଙ୍କ ସ୍ବପ୍ନକୁ ସାକାର କରି ସଫଳତାର ଆକାଶ ଆଡ଼କୁ ବାଟ କଢେଇ ନେଇ ଚାଲିଛନ୍ତି ସେ। ସୂର୍ଯ୍ୟସ୍ନାନ, ଆଖି କଥାକହେ, ଶ୍ବେତମ୍ବରା, ଆତ୍ମଜା, ଅସବର୍ଣ୍ଣା, ମନସ୍ବିନୀ, ତନ୍ମୟ ତଥାସ୍ତୁ, ମାଆ ନୁହେଁ ପତିତା, ଶବ୍ଦର ବର୍ଷା, ନିରାପଦ ମାତୃତ୍ୱ, ସୁରକ୍ଷିତ ମାତୃତ୍ୱ, ଆମେ ଗଢିବାରେ ନୂଆ ସଂସାର, ତୁମ ଆଖି ମୋ କାନ, ବର୍ଣ୍ଣମାଳାର ସୋପାନରେ କିଶୋରୀ କନ୍ୟା, ଗର୍ଭବତୀ ନାନୀର ଯତ୍ନ
ଆଧୁନିକ ଓଡ଼ିଆ କବିତାର ଉତ୍ତରଣ ପର୍ବରେ କବି ସରୋଜିନୀଙ୍କ କବିତା ଏକ ପରିଚ୍ଛନ୍ନ ପରିଚିତି କହିଲେ ଅତ୍ୟୁକ୍ତି ହେବ ନାହିଁ। କରୁଣା ଓ କୋମଳତାକୁ ନେଇ ଆତ୍ମପ୍ରକାଶ କରୁଥିବା ତାଙ୍କର କବିତା ପାଇଁ ସେ ବିଷୁବ ମିଳନ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ କବିତା ପାଇଁ କବି ଭାନୁଜୀ ରାଓ ସମ୍ମାନ, ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବରିଷ୍ଠ ସାହିତ୍ୟ ସମ୍ମାନ, ଓଡ଼ିଶା ଲେଖିକା ସଂସଦ, ସୁଚରିତା, ଯୁଗଶ୍ରୀ ଯୁଗନାରୀ ଭଳି ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ଦୁଇଟି କବିତା ଏନ୍‌ବିଟି ଦ୍ୱାରା ମନୋନୀତ ହୋଇ ଚଉଦଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଛି। ତାଙ୍କ କବିତା ଭାରତୀୟ ଜ୍ଞାନପୀଠ କବିତା ସଙ୍କଳନରେ ସ୍ଥାନିତ ହୋଇଛି l
କେବଳ ସେତିକି ନୁହେଁ ସ୍ବାସ୍ଥ୍ୟ ଓ ସମାଜସେବା ପାଇଁ କାଦମ୍ବିନୀ, ମନୋରମାସ୍‌, ଓଡିଶା ପ୍ରଦେଶ ମହିଳା କଂଗ୍ରେସ, ଏଭରଗ୍ରୀନ ଫୋରମ, କଟକ ସୁରକ୍ଷା କମିଟି , ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦ, ବିଜ୍ଞାନ ପ୍ରଚାର ସମିତି ଭଳି ପ୍ରସିଦ୍ଧ ସଂସ୍ଥା ତରଫରୁ ଡାକ୍ତର ଷଡ଼ଙ୍ଗୀଙ୍କୁ ବିପୁଳ ଆଦର ଓ ସମ୍ମାନ ମିଳିଛି। ମଦର ଟେରେସା ସମ୍ମାନ, ଡଃ ନଗେନ୍ଦ୍ରନାଥ ନାୟକ ସ୍ମୃତି ସମ୍ମାନ ଆଦି ବିଶିଷ୍ଟ ସମ୍ମାନପ୍ରାପ୍ତ ଡାକ୍ତର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟଭିତ୍ତିକ ପ୍ରବନ୍ଧ ଓ ଆଲୋଚନାମାନ ପତ୍ରପତ୍ରିକା, ରେଡ଼ିଓ ଓ ଦୂରଦର୍ଶନରେ ପ୍ରଚାରିତ ଓ ପ୍ରସାରିତ ହୋଇ ଜନସଚେତନତାରେ ସହାୟକ ହେଉଛି।
ତାଙ୍କ କବିତା ‘ମା ନୁହେଁ ପତିତା’ ଆଧାରରେ ନିର୍ମିତ ବୃତ୍ତଚିତ୍ର ଦଶମ ଦାଦା ସାହେବ ଫାଲକେ ଚଳଚିତ୍ର ମହୋତ୍ସବରେ ୫୯୦ଟି ଅଂଶଗ୍ରହଣକାରୀ ଚଳଚ୍ଚିତ୍ରମାନଙ୍କୁ ପଛରେ ପକେଇ ଶ୍ରେଷ୍ଠ ବିବେଚିତ ହୋଇଥିଲା। ପୂର୍ବରୁ ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ମୁମ୍ବାଇ ଓ ହାଇଦ୍ରାବାଦ ଚଳଚିତ୍ର ଉତ୍ସବରେ ପୁରସ୍କୃତ ହେବା ସହ କ୍ଷୁଦ୍ର ସାମାଜିକ ଚଳଚ୍ଚିତ୍ର ଭାବରେ ସ୍ବୀକୃତି ଲାଭ କରିସାରିଥିଲା। ୪୪ତମ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ହାସଲ କରିଥିବା ଡାକ୍ତର ସରୋଜିନୀ ସର୍ବଭାରତୀୟ ସ୍ତରରେ କନ୍ୟାଭ୍ରୁଣ ହତ୍ୟାକୁ ନେଇ ଚାଲିଥିବା ଆନ୍ଦୋଳନରେ ଜଣେ ଆଗଧାଡ଼ିର ପୁରୋଧା। ତାଙ୍କ କବିତା ‘ଆତ୍ମଜା’ ଯାହା ଏକ ବୃହତ୍ତର ଚେତନାର ସ୍ବରକୁ ବହନ କରେ ବୋଲି ପାଠକେ ବିଶ୍ୱାସ କରନ୍ତି, ତାକୁ ନେଇ ନିର୍ମିତ ବୃତ୍ତଚିତ୍ର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଓ ସ୍ବୀକୃତି ହାସଲ କରିଥିଲା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ପ୍ରାମାଣିକ ଚିତ୍ର ୨୩ଟି ଆଞ୍ଚଳିକ ଭାଷାରେ ପ୍ରଦର୍ଶିତ ହୋଇ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ପ୍ରାଧୀକାରଣ ବିଭାଗ ତରଫରୁ ଓଡ଼ିଶାର ସବୁ ଜିଲାରେ କେବଳ ପ୍ରଦର୍ଶିତ ଓ ପ୍ରସାରିତ ନୁହେଁ ଅଧିକନ୍ତୁ କନ୍ୟାଭ୍ରୁଣ ହତ୍ୟା ବିରୁଦ୍ଧରେ ସ୍ବର ଉତ୍ତୋଳନ କରେ।
ଉଭୟ ଶକ୍ତି ଓ ସମ୍ବେଦନାକୁ ଏକକାଳୀନ ଧାରଣ କରି ନିଜର ଚାରିପାଖର ଜୀବନକୁ ମଧୁମୟ କରୁଥିବା ଏହି ବ୍ୟକ୍ତିତ୍ୱଙ୍କ ସ୍ବପ୍ନ ଓ ସମ୍ଭାବନା ବେଶ୍‌ ସୁଦୂରପ୍ରସାରୀ।
-ମାନମୟୀ ରଥ
ଅଧ୍ୟକ୍ଷା, ସେଣ୍ଟ ଜାଭିୟର କିଡ୍ସ
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri