ମା’ ମୋ ହାତ ଛାଡ଼

ଅନୁ ଆଜି ଘରେ ମୁହଁ ଫୁଲେଇ ବସିଚି। ସହରର ଗୋଟିଏ ବଡ଼ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଅନୁଭା। ବାପା ସଫ୍ଟୱେର ଇଞ୍ଜିନିୟର। ମା’ ଉଚ୍ଚ ଶିକ୍ଷିତା ଓ ଜଣେ ଭଲ ମଣିଷ ଏବଂ ବହୁତ ଭଲ ମା’। ଦିହିଁଙ୍କ ଗେହ୍ଲା ଝିଅ ଅନୁ। ବହୁତ ଭଲ ପାଠ ପଢ଼େ। କହିବାକୁ ଗଲେ ସେ ପାଠ ଛଡ଼ା ଅନ୍ୟ କିଛି ଜାଣେନା। ନିଜ ଗାଡ଼ିରେ ସ୍କୁଲ, ଟ୍ୟୁଶନ ଯାଏ। ପ୍ରାୟ ମା’ ବି ଥାଆନ୍ତି ଗାଡ଼ିରେ। ଅନୁ, ମାର୍କେଟ ବା ପାର୍ଲର ଯେଉଁଠିକି ଯାଉ ନା କାହିଁକି, ସାଥିରେ ମା’ ଥାଆନ୍ତି। ଏମିତି କି ଅନୁ ନିଜ ଦରକାର କଥା ବି ବଡ଼ ପାଟିରେ କାହାକୁ କହିବା ଦରକାର ହୁଏନି। ମା’ ସବୁଠି ସବୁକିଛି କରନ୍ତି ଓ କହନ୍ତି ଅନୁ ପାଇଁ। କିନ୍ତୁ ଆଜି କ’ଣ ହେଇଛି? କାହିଁକି ଅନୁ ମୁହଁ ଫୁଲେଇଚି? କଥା ହେଉଚି କିଛି ପ୍ରବେଶିକା ପରୀକ୍ଷା ଦେବାପାଇଁ ଅନୁକୁ ତା’ ସାଙ୍ଗମାନଙ୍କ ସହ ଅନ୍ୟ ସହରକୁ ଯିବାକୁ ହେବ। କାହାର ଅଭିଭାବକ ଯିବା ଦରକାର ପଡୁନି। କିନ୍ତୁ ଅନୁର ମା’ ବାହାରିଛନ୍ତି ଝିଅ ସହିତ, ଯାହା ତା’ର ପସନ୍ଦ ନୁହଁ।
ଦିବ୍ୟ ଜଣେ ପାଞ୍ଚ ବର୍ଷର ପୁଅପିଲା। ଦି’ ବର୍ଷ ହେଲା ସ୍କୁଲ ଗଲାଣି। ନର୍ସରି କ୍ଲାସର ଛୁଆ। ପାଠ ପାଇଁ ଆଗ୍ରହ ଆଣିବା ଓ ଏକାଗ୍ରତା ବଢ଼ାଇବା ଇତ୍ୟାଦି କାରଣରୁ ସ୍କୁଲରେ ଅନେକ ଛୋଟ ଛୋଟ ପ୍ରତିଯୋଗିତା କରାଯାଇଥାଏ। ଦିବ୍ୟ ସବୁଠି ଭଲ କରେ। ପ୍ରଥମ ହୁଏ। ତା’ ମାମା ସେ ସକାଳୁ ଉଠିବାଠାରୁ ପୁଣି ଶୋଇବାଯାଏ ତା’ ଦେଖାଶୁଣା କରନ୍ତି। ସେ ପାର୍କରେ ଖେଳିବା ବେଳେ ବି ମାମା ବସିଥାଆନ୍ତି ତା’ ପାଖେ। ଦିବ୍ୟ ଟିକେ ଦୂରକୁ ଦଉଡ଼ିଗଲେ ମାମା ବାରଣ କରନ୍ତି। ପାଠ ପଢ଼ିବା ବେଳେ ବି ମାମା କଡା ତାଗିଦା କରନ୍ତି ଯେମିତି କିଛି ଭୁଲ ନ ହୁଏ। ଦିବ୍ୟ ରାଗରେ ଲେଖେନି ବେଳେବେଳେ। କଲର୍‌ କରିବା ବେଳେ ବି ମାମା ଥାଆନ୍ତି। ଆର୍ଟ କ୍ଲାସ, ଡ୍ୟାନ୍ସ କ୍ଲାସ ଯାହା ବି ଯାଏ ଦିବ୍ୟ, ମାମା ସବୁଠି କ୍ଲାସ ବାହାରେ ବସିଥାଆନ୍ତି। ଦିବ୍ୟକୁ ବହୁତ ଇଚ୍ଛାହୁଏ ସେ ତା’ ଇଚ୍ଛାଯାଏ ଖେଳିବ। ସମସ୍ତଙ୍କ ସାଥିରେ କଥାହେବ। ଅନ୍ୟ ପିଲାଙ୍କ ଭଳି ବାଲି, ମାଟିରେ ଗଡ଼ିବ। ହେଲେ ମାମାଙ୍କ ନାଲି ଆଖି ମନେପଡ଼େ ଓ ସେ ଗୁମ୍‌ସୁମ ହେଇଯାଏ।
ଆମ ସମାଜର କିଛିଟା ଦୃଶ୍ୟ କେବଳ ଦୃଷ୍ଟାନ୍ତ ଦେଲି। ଆମ ଅଲକ୍ଷ୍ୟରେ ଆମେ ଏମିତି କାମସବୁ କରୁନାହେଁ କି? ଆମେ ନିଜକୁ ପିଲାଙ୍କ ଉପରେ ଥୋପି ଚାଲିଚେ। ସେ କ’ଣ ଖାଇବ, କେତେ ଶୋଇବ, କାହା ସାଥିରେ ସାଙ୍ଗ ହେବ, କେମିତି କଥା ହେବ, କେତେ କଥା ହେବ ଇତ୍ୟାଦି। ଆମେ ଶିକ୍ଷା ଦେବା। କିନ୍ତୁ ଆମେ ନିଜସ୍ବ ଦାୟିତ୍ୱ ପିଲାଙ୍କ ଉପରେ ଲଦିଦେବା ଦ୍ବାରା ପିଲେ ବୋଝରେ ଆକ୍ତାମାକ୍ତା ହୋଇ ସବୁବେଳେ ସେଇ ଚେଷ୍ଟାରେ ରୁହନ୍ତି, କେମିତି ଏହି ବୋଝଠାରୁ ଦୂରେଇ ରହିବେ। ଆଜିକାଲି ”ପେରେଣ୍ଟାଲ ପ୍ରେସର୍‌“ ଏକ ପ୍ରସଙ୍ଗ ହେଇଗଲାଣି ମୁଖ୍ୟତଃ ଭାରତରେ।
ଅପରପକ୍ଷରେ ଅଭିଭାବକମାନେ ମଧ୍ୟ ଏତେ ପରିମାଣରେ ପିଲାଙ୍କ ସହିତ ସଂଶ୍ଳିଷ୍ଟ ରହିବା ଦ୍ବାରା ସେମାନେ ନିଜକୁ ସମୟ ଦେଇପାରନ୍ତି ନାହିଁ। ନିଜ ମନ ଓ ମସ୍ତିଷ୍କର ମଧ୍ୟ କିଛି ଆବଶ୍ୟକତା ରହିଛି। ସେତିକି ନ ମିଳିବା ଦ୍ବାରା ମାନସିକ ଶାନ୍ତି ବାଧାପ୍ରାପ୍ତ ହୁଏ। ଅଧିକାଂଶ କ୍ଷେତ୍ରରେ ଗୃହିଣୀମାନେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି। ତା’ ଦ୍ବାରା ପରିବାରରେ ଶାନ୍ତି ବ୍ୟାହତ ହୁଏ। ମାନସିକ ସନ୍ତୁଳନ ବଜାୟ ରଖିବା କଷ୍ଟସାଧ୍ୟ ହୋଇଯାଏ।
ଅନ୍ୟ ଏକ କାରଣର ସୂତ୍ରପାତ ଏହିଠାରୁ ହେଇଥାଏ ଯେ, ପିଲାମାନେ ସ୍ବୟଂସମ୍ପୂର୍ଣ୍ଣ ହେବାପରେ ପରିବାରଠାରୁ ଦୂରେଇ ରହିବା ପସନ୍ଦ କରିଥାଆନ୍ତି। କିଛି କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ, ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ପିଲାମାନେ କିଏ ନିଶା ଇତ୍ୟାଦି ନାନା ପ୍ରକାରର ଖରାପ ଅଭ୍ୟାସରେ ଲିପ୍ତ ହେଲାଣି ତ କେହି ପ୍ରେମଜନିତ କିଛି ବ୍ୟାପାରରେ ବୁଡ଼ି ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଲାଣି। ପ୍ରତ୍ୟେକ ଜୀବନ ସ୍ବାଧୀନତା ଚାହେଁ। ଆମ ପିଲାମାନଙ୍କର ବି ବ୍ୟକ୍ତିତ୍ୱ ରହିଛି। ସେହି ବ୍ୟକ୍ତିତ୍ୱର ବିକାଶ ପାଇଁ ଆମେ ସେମାନଙ୍କୁ ସ୍ବତନ୍ତ୍ର କରାଇବା ଆବଶ୍ୟକ। ସେମାନଙ୍କୁ ନିଜ ମତ ବ୍ୟକ୍ତ କରିବା, ଭାବିବା ଇତ୍ୟାଦି ପାଇଁ ଆମ ଭଳି ସମାନ ଅଧିକାର ଯଦି ଦିଆଯାଏ, ତା’ହେଲେ ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ।

  • ଚିନ୍ମୟୀ ପଣ୍ଡା
    ମୋ:୯୮୬୧୧୯୧୯୬୯

Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri