ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ ଜଣାପଡ଼ିଛି।

ଜଣେ ମା’ ନିଜ ୫ ବର୍ଷ ଝିଅର ହାତଗୋଡ଼ ବାନ୍ଧି ପ୍ରଚଣ୍ଡ ଖରାରେ ଛାତ ଉପରେ ଛାଡ଼ି ଦେଇଛନ୍ତି। ପିଲାଟି ଖରା ଧୂପରେ ଚିତ୍କାର କରି ଚାଲିଥିଲେ ମଧ୍ୟ କେହି ତାକୁ ରକ୍ଷା କରିବାକୁ ଯାଉ ନ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ ପଦକ୍ଷେପ ନେବାକୁ କହିଥିଲେ।

ଡିସିଡବ୍ଲ୍ୟୁ ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ ଟୁଇଟ୍‌ କରି କହିଛନ୍ତି, ଦିଲ୍ଲୀର ତୁକମୀରପୁରର ଖଜୁରୀ ଖାସ୍‌ ଅଞ୍ଚଳରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଏକ ଶିଶୁକନ୍ୟାର ହାତଗୋଡ଼ ବାନ୍ଧି ମା’ ଜଣକ ଛାତରେ ଛାଡ଼ି ଦେଇଛନ୍ତି। ଯାହା ସ୍ପଷ୍ଟ ଦେଖାଯାଉଛି। ପିଲାଟି ଜୋର୍‌ରେ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଏହା ସହିତ ଦିଲ୍ଲୀ ପୋଲିସକୁ ନୋଟିସ ଦେଇ ଏ ସମ୍ପର୍କରେ ଏଫ୍‌ଆଇଆର୍‌ ପାଇଁ କୁହାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମା’ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କଠୋର ଦଣ୍ଡ ଦାବି କରିଛନ୍ତି। ଜଣେ ୟୁଜର କହିଛନ୍ତି ମା’ର ତାଲିବାନ ଦଣ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରଖପୁର ଆକ୍ରମଣରେ ଆହତ ପୋଲିସକର୍ମୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଗୋରଖପୁରରେ ପହଞ୍ଚିଛନ୍ତି। ଗୋରଖପୁରରେ ପହଞ୍ଚିବା ପରେ ବିଆର୍‌ଡି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଯାଇ ଆହତ ପୋଲିସ...

ଡାକ୍ତରଙ୍କ ପାଇଁ ପୁଣି ଲାଗୁ ହେବ ଜିଲା ଆବାସ କାର୍ଯ୍ୟକ୍ରମ: ଜିଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ…

ନୂଆଦିଲ୍ଲୀ,୧୯।୧ : କରୋନା କାରଣରୁ ଦୁଇ ବର୍ଷ ବିଚାରାଧୀନ ରହିବା ପରେ ବର୍ତ୍ତମାନ ଦେଶର ଜିଲା ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ପାଇଁ ଜିଲା ଆବାସ କାର୍ଯ୍ୟକ୍ରମ ପୁଣି...

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି...

ବଏଲର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୪ ଆହତ

ନାସିକ୍‌,୧।୧: ମହାରାଷ୍ଟ୍ରର ନାସିକ୍‌ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ...

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ।...

ବୈଜ୍ଞାନିକ ଆଭିମୁଖ୍ୟ ନେଇ ଆଗକୁ ବଢୁଛି ଭାରତ: ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଯେଉଁ ଉଚ୍ଚତାରେ...

ଏପ୍ରିଲ ୨୧ରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୮।୪: ଶିଖ୍‌ ଗୁରୁ ତେଗ ବାହାଦୂର ସାହିବଙ୍କ ୪୦୦ତମ ପ୍ରକାଶ ପର୍ବ ତଥା ଜନ୍ମ ବାର୍ଷିକୀ ଅବସରରେ ଏପ୍ରିଲ ୨୧ରେ ଲାଲ କିଲାରୁ ଦେଶକୁ ସମ୍ବୋଧିତ...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

Advertisement
Archives

Model This Week