ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ ଘର ସମ୍ମୁଖରେ ଅସଦାଚରଣ କରିଥିଲେ।ସେ ପାଟି କରି ଘର ଭିତରକୁ ଦୌଡ଼ି ପଳାଇବାରୁ ଶଙ୍କର ଘର ଭିତରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ।ପାଟି ଶୁଣି  ଯୁବତୀ ଙ୍କ ମା ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ଶଙ୍କର ଉଭୟଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କ  ମା ଙ୍କ ପିନ୍ଧା ଲୁଗାକୁ ଟାଣି ଏକ ଠେଙ୍ଗାରେ ମାଡ଼ ମାରିଥିଲେ।ଏନେଇ ଯୁବତୀ ଜଣକ ତାଙ୍କ ମା ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୪୧/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୩୩/୨୯୬/୧୧୫(୨)/୧୧୮(୧)/୩୦୩(୨/୭୪/୭୬/୬୨/୩୫୧(୨)/୩(୫) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ଶନିବାର ଅପରାହ୍ନ ପ୍ରାୟ ୧ ଟାରେ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଅଭିଯୁକ୍ତ ଶଙ୍କର ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଯୁବତୀଙ୍କ ବାପା ଭୁବନେଶ୍ୱର ରେ ରହି କାମ କରୁଥିବା ବେଳେ ମା ଝିଅ ଗାଁ ଘରେ ରହନ୍ତି। ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ ଟାରେ ଯୁବତୀ ଜଣକ ଘର ବାରଣ୍ଡାରେ ବସିଥିଲେ। ଶଙ୍କର ସେଠାରେ ପହଞ୍ଚି ଯୁବତୀଙ୍କୁ ଭିଡ଼ି ଧରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାରୁ ଶଙ୍କର ତାଙ୍କ ଚୁଟି ଧରି ଘୋଷାଡି ତଳେ ପକାଇ ଦେଇଥିଲେ। ଯୁବତୀ ଜଣକ ଘର ଭିତରକୁ ଦୌଡ଼ି ପଳାଇଥିଲେ। ପରେ ଶଙ୍କର ଘର ଭିତରେ ପଶି ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ଯୁବତୀ ଙ୍କ ମା ଘର ବାରି ପଟୁ ଧାଇଁ ଆସିଥିଲେ। ଶଙ୍କର  ଉଭୟଙ୍କୁ  ଆପତ୍ତି ଜନକ ଭାଷାରେ ଗାଳି କରି ଉଭୟଙ୍କୁ ଘର ବାହାରକୁ ଟାଣି ନେଇ ଧକିଆ, ଲାତ,ଗୋଇଠା ମାରିଥିଲେ।ପରେ ଯୁବତୀ ଙ୍କ ମା ଙ୍କ ମୁଣ୍ଡ କୁ ଠେଙ୍ଗାରେ ମାଡ଼ ମାରିଥିଲେ। ତାଙ୍କ ବେକରୁ ରୂପା ଚେନ ଛଡାଇ ନେବାକୁ ଉଦ୍ୟମ କରିଥଲେ। ପାଖ ପଡୋଶୀ କିଛି ମହିଳା ସେଠାରେ ପହଞ୍ଚି ଛଡା ଛଡ଼ି କରିଥିଲେ। ଯୁବତୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଶଙ୍କର ପୂର୍ବରୁ ମଧ୍ୟ ଏକାଧିକ ଥର ଯୁବତୀଙ୍କ ଘରେ ପଶି ତାଙ୍କୁ  ଧମକ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Share