ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ କୁଜାମେଣ୍ଢୀ ଗାଁର ଜ୍ୟୋସ୍ନା ରାଣୀ ମଲ୍ଲିକ ଓ ପୁଅ ପ୍ରଦୀପ ମଲ୍ଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ବନ ବିଭାଗର ସୂଚନା ଅନୁଯାୟୀ ଫୁଲବାଣୀ ଅଞ୍ଚଳରୁ ଚିତାବାଘ ଶିକାର ହୋଇଥିବା ବେଳେ, ଦଶପଲ୍ଲା ଅଞ୍ଚଳରୁ ବଜ୍ରକାପ୍ତାକୁ ଶିକାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ କୁଜାମେଣ୍ଢୀ ଗାଁରେ ଚଢ଼ାଉ କରାଯାଇଥିଲା। ତେବେ ବାଘ ଶିକାର କରିଥିବା ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ଧରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଟିମ ଚଢ଼ାଉ ଜାରି ରଖିଥିବା ନୟାଗଡ଼ ଡିଫଓ ଦେବର୍ଚ୍ଚନା ବେହେରା କହିଛନ୍ତି ।