ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ପ୍ରକାଶ ଯେ, ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ସୁଖମନି ତାଙ୍କର ପାଞ୍ଚ ପୁଅ ଏବଂ ଝିଅ ସହିତ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ। ରାତିରେ ଏକ ବିଷାକ୍ତ ସାପ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟାକୁ କାମୁଡ଼ି ଦେଇଥିଲା। ଶନିବାର ଭୋର୍‌ ସମୟରେ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରି ତଦନ୍ତ କରୁଛି। ସ୍ତ୍ରୀ ଓ ଝିଅକୁ ହରାଇ ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁଙ୍କୁ ଧରି ସୁରେନ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେନ୍ଦୁଝର ଜିଲାରେ ସାପ କାମୁଡାରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଗରିବ ଆଦିବାସୀ ପରିବାରର ବୋଲି ଜଣାପଡ଼ିଛି। ଡାକ୍ତରଖାନାରେ ଇଞ୍ଜେକସନ ମହଜୁଦ ଅଛି। ତେବେ ବିଳମ୍ବରେ ସାପ କାମୁଡିଥିବା ଜାଣିବା ଏବଂ ବିଳମ୍ବରେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ପହଞ୍ଚିଥିବାରୁ ଚିକିତ୍ସା ବିଳମ୍ବ ହେଉଛି। ଫଳରେ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ମେ’ରୁ ଅକ୍ଟୋବର ମଧ୍ୟରେ ବିଭିନ୍ନ କାରଣରୁ ସାପକାମୁଡ଼ା ଘଟଣା ଘଟିଥାଏ। ଏଣୁ ସଚେତନତା ଓ ସତର୍କତା ଅଧିକ ଜରୁରୀ ବୋଲି ଏଡିଏମ୍‌ଓ ମେଡ଼ିକାଲ ଡାକ୍ତର ଅସୀମ ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

ନୂଆ ଖଣି ଆଇନ: ରାଜ୍ୟ କ୍ଷମତା ଦୁର୍ବଳ

ନୂଆଦିଲ୍ଲୀ,୧୧।୮(ପି.ଟି.): ଖଣି ଓ ଖଣିଜ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଗତ କରିଛନ୍ତି, ଯାହାଦ୍ୱାରା ରାଜ୍ୟ ସରକାରମାନେ ଖଣିଜ…

ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି ହୋଟେଲ, ପୁରୀରେ….

ଭୁବନେଶ୍ୱର,୧୧।୮(ରବିନାରାୟଣ ଜେନା): ପୁରୀ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏହାବ୍ୟତୀତ…

କଲମ୍ବିଆ ଭୂମିକମ୍ପରେ ଭୟଙ୍କର କ୍ଷତି; ଏପର୍ଯ୍ୟନ୍ତ ୧୩୨ ଜଣଙ୍କ ମୃତ୍ୟୁ, ୧୫୦୦ ରୁ ଅଧିକ ଘର ନଷ୍ଟ

ବୋଗୋଟା,୧୧।୮: ରିକ୍ଟର ସ୍କେଲରେ ୭.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ କଲମ୍ବିଆରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପର୍ଯ୍ୟନ୍ତ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୦ରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri