ଦିନକ ବ୍ୟବଧାନରେ ମା’, ଝିଅଙ୍କ ମୃତ୍ୟୁ

ଗୁଡାରି,୧୬।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଚିଟିସେର୍ମା ଗାଁର ହଳଧର ନିମାଲଙ୍କ ପୁଅ ପବିତ୍ର, ବୋହୂ ମଞ୍ଜୁଳା ଏବଂ ନାତୁଣୀ ପିଙ୍କି ହାଇଦ୍ରାବାଦରେ ରନ୍ଧନ ଗ୍ୟାସ୍‌ ଲିକ୍‌ ଯୋଗୁ ନିଆଁ ଲାଗିି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସୋମବାର ପିଙ୍କି(୭)ଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ମା’ ମଞ୍ଜୁଳା ମଧ୍ୟ ଆଖି ବୁଜିଛନ୍ତି।
ପିଙ୍କିଙ୍କ ମୃତଦେହ ମଙ୍ଗଳବାର ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଓ ସେଠାରେ ରହୁଥିବା ଗାଁ ଲୋକଙ୍କ ସହାୟତାରେ ସତ୍କାର କରାଯାଇଛି। ସେହିପରି ମଞ୍ଜୁଳାଙ୍କ ମୃତଦେହ ବୁଧବାର ବ୍ୟବଚ୍ଛେଦ ହେବାପରେ ଗାଁକୁ ଆଣିବା ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ତେବେ ଅର୍ଥ ଅଭାବ ରହିଥିବା ସମ୍ପର୍କୀୟ ପ୍ରମୋଦ ଓ ରାଜେନ୍ଦ୍ର କହିଛନ୍ତି। ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁ ପରେ ପବିତ୍ର ଜୀବନ ସହ ସଂଗ୍ରାମ କରୁଛନ୍ତି। ପବିତ୍ରଙ୍କ ବାପା ମଙ୍ଗଳବାର ଗୁଡ଼ାରି ତହସିଲଦାର ଭାରତୀ ଦେବୀଙ୍କୁ ଦରଖାସ୍ତ ମାଧ୍ୟମରେ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ଏ ବିଷୟରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ମୃତଦେହ ଗାଁକୁ ଆଣିବାକୁ ଚାହିଁଲେ ସେ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। ତେବେ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନେଇଥିବା ଜଣାପଡ଼ିନାହିଁ। ପବିତ୍ରଙ୍କ ଉନ୍ନତ ଚିକିତ୍ସା ନ ହେଲେ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ଭାଇ ପ୍ରମୋଦ କହିଛନ୍ତି। ସୂଚନାଯୋଗ୍ୟ, ପବିତ୍ର ଏବଂ ସ୍ତ୍ରୀ ମଞ୍ଜୁଳା ଝିଅ ସହ ହାଇଦ୍ରାବାଦରେ ରହି ସିମେଣ୍ଟ ମିସ୍ତ୍ରି କାମ କରୁଥିଲେ। ଫେବୃୟାରୀ ୧୦ ସାରେ ଦମ୍ପତି କାମରୁ ଆସି ରୋଷେଇ କରିବା ପାଇଁ ଯିବାବେଳେ ହଠାତ୍‌ କୋଠରି ମଧ୍ୟରେ ନିଆଁ ଲାଗିଯାଇଥିଲା। ଏଥିରେ ତିନି ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ଚିତ୍କାର ଶୁଣି ଭଡ଼ାଘର ମାଲିକ ସେମାନଙ୍କୁ ଉଦ୍ଧାରକରି ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri