ଦିନକ ବ୍ୟବଧାନରେ ମା’, ଝିଅଙ୍କ ମୃତ୍ୟୁ

ଗୁଡାରି,୧୬।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଚିଟିସେର୍ମା ଗାଁର ହଳଧର ନିମାଲଙ୍କ ପୁଅ ପବିତ୍ର, ବୋହୂ ମଞ୍ଜୁଳା ଏବଂ ନାତୁଣୀ ପିଙ୍କି ହାଇଦ୍ରାବାଦରେ ରନ୍ଧନ ଗ୍ୟାସ୍‌ ଲିକ୍‌ ଯୋଗୁ ନିଆଁ ଲାଗିି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସୋମବାର ପିଙ୍କି(୭)ଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ମା’ ମଞ୍ଜୁଳା ମଧ୍ୟ ଆଖି ବୁଜିଛନ୍ତି।
ପିଙ୍କିଙ୍କ ମୃତଦେହ ମଙ୍ଗଳବାର ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଓ ସେଠାରେ ରହୁଥିବା ଗାଁ ଲୋକଙ୍କ ସହାୟତାରେ ସତ୍କାର କରାଯାଇଛି। ସେହିପରି ମଞ୍ଜୁଳାଙ୍କ ମୃତଦେହ ବୁଧବାର ବ୍ୟବଚ୍ଛେଦ ହେବାପରେ ଗାଁକୁ ଆଣିବା ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ତେବେ ଅର୍ଥ ଅଭାବ ରହିଥିବା ସମ୍ପର୍କୀୟ ପ୍ରମୋଦ ଓ ରାଜେନ୍ଦ୍ର କହିଛନ୍ତି। ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁ ପରେ ପବିତ୍ର ଜୀବନ ସହ ସଂଗ୍ରାମ କରୁଛନ୍ତି। ପବିତ୍ରଙ୍କ ବାପା ମଙ୍ଗଳବାର ଗୁଡ଼ାରି ତହସିଲଦାର ଭାରତୀ ଦେବୀଙ୍କୁ ଦରଖାସ୍ତ ମାଧ୍ୟମରେ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ଏ ବିଷୟରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ମୃତଦେହ ଗାଁକୁ ଆଣିବାକୁ ଚାହିଁଲେ ସେ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। ତେବେ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନେଇଥିବା ଜଣାପଡ଼ିନାହିଁ। ପବିତ୍ରଙ୍କ ଉନ୍ନତ ଚିକିତ୍ସା ନ ହେଲେ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ଭାଇ ପ୍ରମୋଦ କହିଛନ୍ତି। ସୂଚନାଯୋଗ୍ୟ, ପବିତ୍ର ଏବଂ ସ୍ତ୍ରୀ ମଞ୍ଜୁଳା ଝିଅ ସହ ହାଇଦ୍ରାବାଦରେ ରହି ସିମେଣ୍ଟ ମିସ୍ତ୍ରି କାମ କରୁଥିଲେ। ଫେବୃୟାରୀ ୧୦ ସାରେ ଦମ୍ପତି କାମରୁ ଆସି ରୋଷେଇ କରିବା ପାଇଁ ଯିବାବେଳେ ହଠାତ୍‌ କୋଠରି ମଧ୍ୟରେ ନିଆଁ ଲାଗିଯାଇଥିଲା। ଏଥିରେ ତିନି ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ଚିତ୍କାର ଶୁଣି ଭଡ଼ାଘର ମାଲିକ ସେମାନଙ୍କୁ ଉଦ୍ଧାରକରି ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?