ବିଷ ପିଆଇଲେ ମା’, ୨ ଶିଶୁପୁତ୍ର ମୃତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି କନ୍ଦଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ୩ ପିଲାଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଦେଢ଼ ବର୍ଷର ଶିଶୁକନ୍ୟା ଗୁରୁତର ଅବସ୍ଥାରେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି। ଏପଟେ ମା’ ମଧ୍ୟ ଏସ୍‌ସିବି ମେଡିକାଲ ଭେଷଜ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇ ଶିଶୁ ହେଲେ ଜାନକୀ ଗାଗରେଇଙ୍କ ପୁଅ ରାଜୁ (୪) ଓ ବିଜୁ (୩)। ପୋଲିସ ଏକ ହତ୍ୟା ମାମଲା (ନଂ. ୭୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାହିଁକି ଜଣେ ମା’ ଏତେ ନିଷ୍ଠୁର ପାଲଟିଲେ, ତାହାର ଖୋଳତାଡ଼ କରୁଛି ପୋଲିସ।
ସୂଚନା ମୁତାବକ, କିଛି ଦିନ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ଜାନକୀ ମୂଲ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିଲେ। ଏହାକୁ ନେଇ ସେ ସର୍ବଦା ମାନସିକ ଚାପରେ ରହୁଥିଲେ। ଦିଅର ବିଭିନ୍ନ କାର୍ଯ୍ୟରେ ତାଙ୍କୁ ସହାୟତା କରୁଥିଲେ। ରବିବାର ଦିଅର କାମକୁ ଯାଇଥିବାବେଳେ ଜାନକୀ ପୋକମରା ଔଷଧ ଆଣି ପ୍ରଥମେ ୨ ଶିଶୁ ପୁତ୍ର ଓ କୁନି ଝିଅକୁ ପିଆଇ ନିଜେ ପିଇ ଦେଇଥିଲେ। ୩ ପିଲା ଅଚେତ ହୋଇପଡିବା ଦେଖି ଜାନକୀ ଚିତ୍କାର କରିଥିଲେ। ପଡୋଶୀ ଲୋକେ ପହଞ୍ଚତ୍ ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଜାନକୀଙ୍କ ଦିଅର କହିଥିଲେ, ସେ ମୂଲ ଲାଗିବାକୁ ବାହାରକୁ ଯାଇଥିଲେ। ପଡୋଶୀଙ୍କଠାରୁ ଖବରପାଇ ଆସିଥିଲେ। ବଡଭାଇ ଚାଲିଯିବାପରେ ଭାଉଜ ମୂଲ ଲାଗି ପରିବାର ଭରଣପୋଷଣ କରୁଥିଲେ। ହେଲେ ଦିନକୁ ଦିନ ଘୋର ଅଭାବ ଦେଖାଦେବାପରେ ସେ ବଳକା ସମୟରେ ହାଣ୍ଡିଆ ବିକ୍ରି କରି ଦି ପଇସା ରୋଜଗାର କରୁଥିଲେ। ଦୁଃଖ କଷ୍ଟରେ ଜୀବନ ବିତୁଥିବାବେଳେ ସେ ଏପରି ଚରମ ନିଷ୍ପତ୍ତି କେଉଁ କାରଣରୁ ନେଲେ ସେ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି ସେ କହିଥିଲେ। ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି, ୩୦୨ ଦଫା ଲଗାଇ ମାମଲା ରୁଜୁ କରାଯାଇଛି। ତେବେ ମା’ ଗୁରୁତର ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାପରେ ପ୍ରକୃତ ଘଟଣା ଜଣାପଡିବ। ପ୍ରମାଣ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ଅଭାବ ନୁହେଁ, ରୁଗ୍‌ଣ ମାନସିକତା
ଅଭାବ ଏକ ସାମାଜିକ ପ୍ରକ୍ରିୟା। ଏଥିଯୋଗୁ କୌଣସି ମା’ ନିଜ ସନ୍ତାନଙ୍କୁ ହତ୍ୟା କରିପାରିବ ନାହିଁ। ଏହା ଏକ ରୁଗ୍‌ଣ ମାନସିକତା। ସୁସ୍ଥ ମଣିଷ ଏହିପରି ଚରମ ନିଷ୍ପତ୍ତି ନେଇପାରିବ ନାହିଁ। ଅଭାବଯୋଗୁ ମା’ ନିଜ ଛୁଆକୁ କାହାକୁ ଦେଇପାରିଥାନ୍ତା କିମ୍ବା ଶିଶୁ ମଙ୍ଗଳ କମିଟିକୁ ଜଣାଇପାରିଥାନ୍ତା। କିନ୍ତୁ ଏପରି ନିଷ୍ଠୁର ପଦକ୍ଷେପ ନେବାର ନ ଥିଲା।
-ବେଣୁଧର ସେନାପତି, ନିର୍ଦ୍ଦେଶକ, ଚାଇଲ୍ଡ ଲାଇନ

 

କେଉଁଠି ରହିବେ ଶିଶୁକନ୍ୟା

ବଞ୍ଚତ୍ୟାଇଥିବା ଦେଢ ବର୍ଷର ଶିଶୁ କନ୍ୟା ଏବେ କଟକ ଶିଶୁ ଭବନରେ ଚିକିତ୍ସାଧୀନ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ହତ୍ୟାକାରୀ ମା’ଙ୍କ ନାଁରେ ଲାଗିଛି ସଙ୍ଗିନ ମାମଲା। ସୁସ୍ଥ ହେବାପରେ ସେ ଜେଲ୍‌ ଯାଇପାରନ୍ତି। ଏପରିସ୍ଥଳେ ଚାଇଲ୍ଡ ଲାଇନର ଏକ ଟିମ୍‌ ବୁଧବାର ସ୍ଥିତି ଅନୁଧ୍ୟାନ କରିବାକୁ ଘଟଣାସ୍ଥଳକୁ ଯିବ। ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ଉଦ୍ଧାର କରାଯିବ। ଏଥିସହ ତାଙ୍କୁ କେଉଁଠି ଆଶ୍ରୟ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଭୁବନେଶ୍ୱର ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଶୁ କନ୍ୟାର ମା’ ଯଦି ଜେଲ୍‌ ଚାଲିଯାନ୍ତି, ତେବେ ପ୍ରଥମେ ଦେଢବର୍ଷର ଶିଶୁକୁ ପରିବାରର କୌଣସି ସଦସ୍ୟଙ୍କ ହେପାଜତରେ ଛଡାଯାଏ। ଏଥିପାଇଁ ଶିଶୁ ମଙ୍ଗଳ କମିଟି ତରଫରୁ ମାସକୁ ୨ହଜାର ଟଙ୍କା ୩ ବର୍ଷ ଯାଏ ଦିଆଯିବ। ସ୍ଥିତି ଦେଖି ପରବର୍ତ୍ତୀ ଯୋଜନା ସ୍ଥିର କରାଯିବ। ଦ୍ୱିତୀୟତଃ ଫୋଷ୍ଟର କେୟାର। ଯଦି ଜଣେ ବ୍ୟକ୍ତି ବା ଦମ୍ପତି ଉକ୍ତ ଶିଶୁ କନ୍ୟାକୁ ନେଇ ଲାଳନ ପାଳନ କରିବାକୁ ଚାହିଁବେ, ତେବେ ଶିଶୁ ମଙ୍ଗଳ କମିଟି ତାଙ୍କୁ ସାମାଜିକ ଥଇଥାନ ପ୍ରକ୍ରିୟା ଅନୁସାରେ ହସ୍ତାନ୍ତର କରିପାରିବେ। ଏହି ପଦ୍ଧତିରେ ଶିଶୁ କନ୍ୟାଙ୍କ ସମ୍ପତ୍ତିରେ ଅଧିକାର ଦାବି କରିପାରିବେ ନାହିଁ। ତୃତୀୟତଃ ଆଡପ୍ସନ ପ୍ରକ୍ରିୟା ପାଇଁ ସେସନ କୋର୍ଟଙ୍କ ଅନୁମତି ଦରକାର। ଏହି ପ୍ରକ୍ରିୟାଦ୍ୱାରା ଶିଶୁଟି ପାଳିତ ପିତାମାତାଙ୍କଠାରୁ ସମ୍ପତ୍ତି ପାଇପାରିବ। ୩ଟି ପ୍ରକିୟା ନ ହୋଇପାରିଲେ ଶିଶୁ ମଙ୍ଗଳ କମିଟି ଶିଶୁକୁ ନେଇ ଲାଳନପାଳନ କରିବାସହ ୨୧ ବର୍ଷ ମଧ୍ୟରେ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri