ବିଷ ପିଆଇଲେ ମା’, ୨ ଶିଶୁପୁତ୍ର ମୃତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି କନ୍ଦଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ୩ ପିଲାଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଦେଢ଼ ବର୍ଷର ଶିଶୁକନ୍ୟା ଗୁରୁତର ଅବସ୍ଥାରେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି। ଏପଟେ ମା’ ମଧ୍ୟ ଏସ୍‌ସିବି ମେଡିକାଲ ଭେଷଜ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇ ଶିଶୁ ହେଲେ ଜାନକୀ ଗାଗରେଇଙ୍କ ପୁଅ ରାଜୁ (୪) ଓ ବିଜୁ (୩)। ପୋଲିସ ଏକ ହତ୍ୟା ମାମଲା (ନଂ. ୭୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାହିଁକି ଜଣେ ମା’ ଏତେ ନିଷ୍ଠୁର ପାଲଟିଲେ, ତାହାର ଖୋଳତାଡ଼ କରୁଛି ପୋଲିସ।
ସୂଚନା ମୁତାବକ, କିଛି ଦିନ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ଜାନକୀ ମୂଲ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିଲେ। ଏହାକୁ ନେଇ ସେ ସର୍ବଦା ମାନସିକ ଚାପରେ ରହୁଥିଲେ। ଦିଅର ବିଭିନ୍ନ କାର୍ଯ୍ୟରେ ତାଙ୍କୁ ସହାୟତା କରୁଥିଲେ। ରବିବାର ଦିଅର କାମକୁ ଯାଇଥିବାବେଳେ ଜାନକୀ ପୋକମରା ଔଷଧ ଆଣି ପ୍ରଥମେ ୨ ଶିଶୁ ପୁତ୍ର ଓ କୁନି ଝିଅକୁ ପିଆଇ ନିଜେ ପିଇ ଦେଇଥିଲେ। ୩ ପିଲା ଅଚେତ ହୋଇପଡିବା ଦେଖି ଜାନକୀ ଚିତ୍କାର କରିଥିଲେ। ପଡୋଶୀ ଲୋକେ ପହଞ୍ଚତ୍ ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଜାନକୀଙ୍କ ଦିଅର କହିଥିଲେ, ସେ ମୂଲ ଲାଗିବାକୁ ବାହାରକୁ ଯାଇଥିଲେ। ପଡୋଶୀଙ୍କଠାରୁ ଖବରପାଇ ଆସିଥିଲେ। ବଡଭାଇ ଚାଲିଯିବାପରେ ଭାଉଜ ମୂଲ ଲାଗି ପରିବାର ଭରଣପୋଷଣ କରୁଥିଲେ। ହେଲେ ଦିନକୁ ଦିନ ଘୋର ଅଭାବ ଦେଖାଦେବାପରେ ସେ ବଳକା ସମୟରେ ହାଣ୍ଡିଆ ବିକ୍ରି କରି ଦି ପଇସା ରୋଜଗାର କରୁଥିଲେ। ଦୁଃଖ କଷ୍ଟରେ ଜୀବନ ବିତୁଥିବାବେଳେ ସେ ଏପରି ଚରମ ନିଷ୍ପତ୍ତି କେଉଁ କାରଣରୁ ନେଲେ ସେ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି ସେ କହିଥିଲେ। ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି, ୩୦୨ ଦଫା ଲଗାଇ ମାମଲା ରୁଜୁ କରାଯାଇଛି। ତେବେ ମା’ ଗୁରୁତର ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାପରେ ପ୍ରକୃତ ଘଟଣା ଜଣାପଡିବ। ପ୍ରମାଣ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ଅଭାବ ନୁହେଁ, ରୁଗ୍‌ଣ ମାନସିକତା
ଅଭାବ ଏକ ସାମାଜିକ ପ୍ରକ୍ରିୟା। ଏଥିଯୋଗୁ କୌଣସି ମା’ ନିଜ ସନ୍ତାନଙ୍କୁ ହତ୍ୟା କରିପାରିବ ନାହିଁ। ଏହା ଏକ ରୁଗ୍‌ଣ ମାନସିକତା। ସୁସ୍ଥ ମଣିଷ ଏହିପରି ଚରମ ନିଷ୍ପତ୍ତି ନେଇପାରିବ ନାହିଁ। ଅଭାବଯୋଗୁ ମା’ ନିଜ ଛୁଆକୁ କାହାକୁ ଦେଇପାରିଥାନ୍ତା କିମ୍ବା ଶିଶୁ ମଙ୍ଗଳ କମିଟିକୁ ଜଣାଇପାରିଥାନ୍ତା। କିନ୍ତୁ ଏପରି ନିଷ୍ଠୁର ପଦକ୍ଷେପ ନେବାର ନ ଥିଲା।
-ବେଣୁଧର ସେନାପତି, ନିର୍ଦ୍ଦେଶକ, ଚାଇଲ୍ଡ ଲାଇନ

 

କେଉଁଠି ରହିବେ ଶିଶୁକନ୍ୟା

ବଞ୍ଚତ୍ୟାଇଥିବା ଦେଢ ବର୍ଷର ଶିଶୁ କନ୍ୟା ଏବେ କଟକ ଶିଶୁ ଭବନରେ ଚିକିତ୍ସାଧୀନ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ହତ୍ୟାକାରୀ ମା’ଙ୍କ ନାଁରେ ଲାଗିଛି ସଙ୍ଗିନ ମାମଲା। ସୁସ୍ଥ ହେବାପରେ ସେ ଜେଲ୍‌ ଯାଇପାରନ୍ତି। ଏପରିସ୍ଥଳେ ଚାଇଲ୍ଡ ଲାଇନର ଏକ ଟିମ୍‌ ବୁଧବାର ସ୍ଥିତି ଅନୁଧ୍ୟାନ କରିବାକୁ ଘଟଣାସ୍ଥଳକୁ ଯିବ। ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ଉଦ୍ଧାର କରାଯିବ। ଏଥିସହ ତାଙ୍କୁ କେଉଁଠି ଆଶ୍ରୟ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଭୁବନେଶ୍ୱର ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଶୁ କନ୍ୟାର ମା’ ଯଦି ଜେଲ୍‌ ଚାଲିଯାନ୍ତି, ତେବେ ପ୍ରଥମେ ଦେଢବର୍ଷର ଶିଶୁକୁ ପରିବାରର କୌଣସି ସଦସ୍ୟଙ୍କ ହେପାଜତରେ ଛଡାଯାଏ। ଏଥିପାଇଁ ଶିଶୁ ମଙ୍ଗଳ କମିଟି ତରଫରୁ ମାସକୁ ୨ହଜାର ଟଙ୍କା ୩ ବର୍ଷ ଯାଏ ଦିଆଯିବ। ସ୍ଥିତି ଦେଖି ପରବର୍ତ୍ତୀ ଯୋଜନା ସ୍ଥିର କରାଯିବ। ଦ୍ୱିତୀୟତଃ ଫୋଷ୍ଟର କେୟାର। ଯଦି ଜଣେ ବ୍ୟକ୍ତି ବା ଦମ୍ପତି ଉକ୍ତ ଶିଶୁ କନ୍ୟାକୁ ନେଇ ଲାଳନ ପାଳନ କରିବାକୁ ଚାହିଁବେ, ତେବେ ଶିଶୁ ମଙ୍ଗଳ କମିଟି ତାଙ୍କୁ ସାମାଜିକ ଥଇଥାନ ପ୍ରକ୍ରିୟା ଅନୁସାରେ ହସ୍ତାନ୍ତର କରିପାରିବେ। ଏହି ପଦ୍ଧତିରେ ଶିଶୁ କନ୍ୟାଙ୍କ ସମ୍ପତ୍ତିରେ ଅଧିକାର ଦାବି କରିପାରିବେ ନାହିଁ। ତୃତୀୟତଃ ଆଡପ୍ସନ ପ୍ରକ୍ରିୟା ପାଇଁ ସେସନ କୋର୍ଟଙ୍କ ଅନୁମତି ଦରକାର। ଏହି ପ୍ରକ୍ରିୟାଦ୍ୱାରା ଶିଶୁଟି ପାଳିତ ପିତାମାତାଙ୍କଠାରୁ ସମ୍ପତ୍ତି ପାଇପାରିବ। ୩ଟି ପ୍ରକିୟା ନ ହୋଇପାରିଲେ ଶିଶୁ ମଙ୍ଗଳ କମିଟି ଶିଶୁକୁ ନେଇ ଲାଳନପାଳନ କରିବାସହ ୨୧ ବର୍ଷ ମଧ୍ୟରେ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri