ଦାରିଙ୍ଗବାଡି ଜଙ୍ଗଲରେ ଲୁଚିଛନ୍ତି ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ, ଖୋଜୁଛି ସେନସର୍‌ ଡ୍ରୋନ

ଦାରିଙ୍ଗବାଡି, ୨।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ରାଜ୍ୟ ଓ ଜିଲା ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିବା ଜଣାପଡିଛି । କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ ତଥା ନେତୃତ୍ୱରେ ଉକ୍ତ ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଉଛି । ଗୋଟିଏ ପଟେ ଦାରିଙ୍ଗବାଡି ଥାନାର ନିର୍ଦ୍ଦିଷ୍ଟ ସ୍ଥାନରୁ ଅତ୍ୟାଧୁନିକ ଡ୍ରୋନ ତଥା ଥର୍ମାଲ ସେନସର୍‌ ଡ୍ରୋନକୁ ବିଭିନ୍ନ ଜଙ୍ଗଲକୁ ପଠାଯାଉଛି। ଏଥିସହ ସନ୍ଧନୀ କୁକୁରର ସହାୟତା ସମେତ ଶତାଧିକ ସୁରକ୍ଷକର୍ମୀ ଦଳ ଜଙ୍ଗଲ, ପାହାଡ଼ ଉପରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଗତ ୩ ଦିନ ହେବ ଏହି ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ସୋମବାର ମଧ୍ୟ ପୂର୍ବରୁ ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଦୁର୍ଗମ ଅଞ୍ଚଳରେ ସୁରକ୍ଷାବାହିନୀ କୋମ୍ବିଂକୁ ଆହୁରି ଦ୍ବିଗୁଣିତ କରିଥିବା ଜଣାପଡିଛି। ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁକୁ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଉଥିଲେ ମଧ୍ୟ ପୋଲିସର ଏହି ମାଓବାଦୀ ଦମନକୁ ବିରୋଧ କରି ପୂର୍ବରୁ ସାଥି ମାଓବାଦୀ ନେତା ଅନେୱଷଙ୍କୁ ଶୁକ୍ରୁ ହତ୍ୟା କରି ମାଟିତଳେ ପୋତିଦେଇଥିଲେ । ଏବେ ସେ କନ୍ଧମାଳ ଜିଲାରେ ରହିଥିବା ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାରେ ବାଧକ ସାଜିଥିବା କୁହାଯାଉଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି…

ଯାତ୍ରୀବାହୀ ବସ୍‌ ପଛରେ ପିଟିହେଲା ଅଟୋ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡି୦୭-୩୭୧୦) ପଛରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri