Categories: Home Leftଖେଳ

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର ସବୁବେଳେ ଚୌକା-ଛକା ଓ ବଡ଼ ରେକର୍ଡ ଉପରେ ରହିଥାଏ। ତେବେ ODI କ୍ରିକେଟ ଇତିହାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ କରିଥିବା ଟପ୍‌-୫ ବ୍ୟାଟରଙ୍କ ତାଲିକା ଆହୁରି ରୋଚକ। ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ହିଟ୍‌ମ୍ୟାନ ରୋହିତ ଶର୍ମା ନାହାନ୍ତି। ଭାରତରୁ କେବଳ ବିରାଟ କୋହଲି ଏହି ଟପ୍‌-୫ରେ ସ୍ଥାନ ପାଇଛନ୍ତି।

୧. ବିରାଟ କୋହଲି: ୱେଷ୍ଟଇଣ୍ଡିଜ ବିପକ୍ଷରେ ODIରେ ସର୍ବାଧିକ ରନ୍ର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। ସେ ୪୩ଟି ମ୍ୟାଚର ୪୧ଟି ଇନିଂସରେ ୬୬.୫୦ ହାରାହାରିରେ ୨,୨୬୧ ରନ କରିଛନ୍ତି। ଏଥିରେ ୯ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି।

ଜାଭେଦ ମିଆଁଦାଦ: ପାକିସ୍ତାନର ପୂର୍ବତନ ମହାନ ବ୍ୟାଟର ଜାଭେଦ ମିଆଁଦାଦ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୪ଟି ODIରେ ୩୩.୮୫ ହାରାହାରିରେ ୧,୯୩୦ ରନ କରିଛନ୍ତି।

୩. ମାର୍କ ୱା: ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ବ୍ୟାଟର ମାର୍କ ୱା ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୫ଟି ଇନିଂସରେ ୩୯.୭୨ ହାରାହାରିରେ ୧,୭୦୮ ରନ କରିଛନ୍ତି। ସେ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।

୪. ଜାକ କ୍ୟାଲିସ: ଦକ୍ଷିଣ ଆଫ୍ରିକାର ମହାନ ଅଲ୍ରାଉଣ୍ଡର ଜାକ କ୍ୟାଲିସ ୪୦ଟି ମ୍ୟାଚର ୫୦.୪୮ ହାରାହାରିରେ ୧,୬୬୬ ରନ କରି ଚତୁର୍ଥ ସ୍ଥାନରେ ଅଛନ୍ତି।

୫. ରମିଜ ରାଜା: ପାକିସ୍ତାନର ପୂର୍ବତନ ଓପନର ରମିଜ ରାଜା ଏହି ଅଲ-ଟାଇମ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫୩ଟି ODI ମ୍ୟାଚ ଖେଳି ୧,୬୨୪ ରନ ସଂଗ୍ରହ କରିଛନ୍ତି।

ଏପଟେ, ଭାରତୀୟ କ୍ରିକେଟର ଦୁଇ ବଡ଼ ନାମ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମା ଏହି ଟପ-୫ରେ ସ୍ଥାନ ପାଇପାରିନାହାନ୍ତି। ସଚିନ ୩୯ଟି ମ୍ୟାଚ୍ରେ ୧,୫୭୩ ରନ ସହ ସପ୍ତମ ସ୍ଥାନରେ ଥିବାବେଳେ, ରୋହିତ ୩୭ଟି ଇନିଂସରେ୧,୬୧୩ ରନ କରି ଷଷ୍ଠ ସ୍ଥାନରେ ଅଛନ୍ତି।

 

 

Dharitri – Odisha’s No.1 Odia Daily

Share