ମଟନ୍‌, ଚିକେନ୍‌ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ

ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା ସହଜରେ ମିଳି ନ ଥାଏ। ଯଦି ବି ତାହା ମିଳେ ତେବେ ତା’ର ଦାମ୍‌ ବହୁତ ଅଧିକ ଥାଏ। ଜାଣିବା ସେମିତି କିଛି ପରିବା ବିଷୟରେ, ଯାହା ଚିକେଟ-ମଟନ ଠାରୁ ବି ସ୍ବାସ୍ଥ୍ୟକର।


ଚେରି ଟମାଟର: ଛୋଟ ଏବଂ ଗୋଲ ଟମାଟର, ଯାହାର ଆକାର ଚେରିପରି। ଏହାକୁ ସାଲାଡ୍‌ ରୂପେ ଖିଆଯାଇଥାଏ। ଏହା ଖୁବ୍‌ ମହଙ୍ଗା, କାରଣ ଚାହଦା ମୂତାବକ ଏହା ମିଳି ନ ଥାଏ। ଏହା ସାଧାରଣତଃ ପରିବା ବଜାରରେ ମିଳି ନ ଥାଏ। ସୁପରମାର୍କେଟରେ ଏହା ମିଳିଥାଏ। ଏହାର ମୂଲ୍ୟ କିଲୋପ୍ରତି ୧୬୦ ଟଙ୍କା।


ଜୁଚିନ: ଏହା କ୍ଷୁଦ୍ର ସବୁଜ ଲାଉ ପରି ଏକ ପରିବା। ପ୍ରୋଟିନରେ ଭରପୂର ଏହି ପରିବାକୁ ନ ରାନ୍ଧି କଞ୍ଚା ମଧ୍ୟ ଖିଆଯାଇଥାଏ। ଏହା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଥାଏ। ଏଥିରେ ଅଳ୍ପ କ୍ୟାଲୋରି ରହିଥାଏ। ଏହାକୁ ପ୍ରାୟତଃ ଫାଷ୍ଟଫୁଡ୍‌ କିମ୍ବା ସାଲାଡ୍‌ରେ ବ୍ୟବହାର କରାଯାଏ। ଏହାର ମୂଲ୍ୟ କିଲୋପ୍ରତି ୮୦ ଟଙ୍କା।


ବେବି କର୍ନ: ଏହାକୁ ପ୍ରାୟ ସମସ୍ତେ ଜାଣିଥିବେ। ବିଭିନ୍ନ ପ୍ରକାରର ଭାରତୀୟ ରୋଷେଇରେ ଏହା ବ୍ୟବହୃତ ହୋଇଥାଏ। ଏହାର ଚାହିଦା ମଧ୍ୟ ଅଧିକ। ଭାରତରେ ଏହା ସେତେଟା ଚାଷ ହୁଏ ନାହିଁ, ତେଣୁ ଏହା ମହଙ୍ଗା। ଏହାର କିଲେପ୍ରତି ମୂଲ୍ୟ ୬୦ ଟଙ୍କା।


ସେଲେରି: ଏହା ଏକ ସବୁଜ ରଙ୍ଗର ସାଲାଡ୍‌। ଦେଶରେ ଉତ୍ପାଦିତ ହେଉଥିବା ସେଲେରିର ପ୍ରାୟ ଦୁଇ ତୃତୀୟାଂଶ ବିଦେଶକୁ ଯାଇଥାଏ। ତେଣୁ ଦେଶରେ ଏହାର ଦାମ୍‌ ଅଧିକ ହୋଇଥାଏ। ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୧୦ ଟଙ୍କା।


ଲେଥୁସ୍‌: ସାଧାରଣତଃ ଫାଷ୍ଟଫୁଡ୍‌ରେ ଲେଥୁସ୍‌ ବ୍ୟବହାର କରାଯାଏ। ବର୍ଗର, ସାଲାଡ୍‌ ଆଦିରେ। ଏହା ବିଶେଷକରି ଶିତଦିନିଆ ପରିବା। ଦକ୍ଷିଣ ଭାରତରେ ଏହା ବିଶେଷକରି ଚାଷ ହୋଇଥାଏ। ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ପ୍ରାୟ ୧୨୦ ଟଙ୍କା।


ଲିକ୍‌: ଏହା ପିଆଜର ଏକ ପ୍ରଜାତି। ଏଥିରେ ଭିଟାମିନ ଏବଂ ମିନେରାଲ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଲୋକେ ଏହାକୁ ସାଲାଡ୍‌ରେ ଖାଇଥାନ୍ତି। ଭାରତରେ ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ୫୫ ଟଙ୍କା।


ଅସପରସ: ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗ ପରିବା ମଧ୍ୟରେ ଅସପରସ ଅନ୍ୟତମ। ଏହା ମିଳିବା କଷ୍ଟକର। ଏହା ଭାରତରେ ଉତ୍ପାଦିତ ହୁଏ କିନ୍ତୁ ବାଣିଜି୍ୟକ ସ୍ତରରେ ଖୁବ୍‌ କମ୍‌ ବ୍ୟବହାର ହୁଏ। ଭାରତରେ ଏହାର ଚିହିଦା ପୂରଣ କରିବା ପାଇଁ ଅନେକ ଥର ଏହା ବିଦେଶରୁ ଆମଦାନୀ ହୋଇଥାଏ। ଏହାର ମୂଲ୍ୟ କିଲୋପ୍ରତି ୨ଶହରୁ ୩୫୦ ଟଙ୍କା।


ବକ୍‌ ଚୋଇ: ଭାରତରେ ବକ୍‌ ଚୋଇ ବହୁତ ମହଙ୍ଗା। କାରଣ ଏହାର ଚାହିଦା ବହୁତ କମ୍‌। ଦୋକାନ ବଜାରରେ ଏହା ସେତେଟା ମିଳେ ନାହିଁ। ତେଣୁ ଏଥିପାଇଁ ପ୍ରି-ଅର୍ଡର କରିବାକୁ ପଡ଼ିଥାଏ। ଏହା ଅତ୍ୟନ୍ତ ପୃଷ୍ଟିକର। ଏହାର ମୂଲ୍ୟ କିଲୋପ୍ରତି ୯୦ ଟଙ୍କାରୁ ଆରମ୍ଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?