ମଟନ୍‌, ଚିକେନ୍‌ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ

ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା ସହଜରେ ମିଳି ନ ଥାଏ। ଯଦି ବି ତାହା ମିଳେ ତେବେ ତା’ର ଦାମ୍‌ ବହୁତ ଅଧିକ ଥାଏ। ଜାଣିବା ସେମିତି କିଛି ପରିବା ବିଷୟରେ, ଯାହା ଚିକେଟ-ମଟନ ଠାରୁ ବି ସ୍ବାସ୍ଥ୍ୟକର।


ଚେରି ଟମାଟର: ଛୋଟ ଏବଂ ଗୋଲ ଟମାଟର, ଯାହାର ଆକାର ଚେରିପରି। ଏହାକୁ ସାଲାଡ୍‌ ରୂପେ ଖିଆଯାଇଥାଏ। ଏହା ଖୁବ୍‌ ମହଙ୍ଗା, କାରଣ ଚାହଦା ମୂତାବକ ଏହା ମିଳି ନ ଥାଏ। ଏହା ସାଧାରଣତଃ ପରିବା ବଜାରରେ ମିଳି ନ ଥାଏ। ସୁପରମାର୍କେଟରେ ଏହା ମିଳିଥାଏ। ଏହାର ମୂଲ୍ୟ କିଲୋପ୍ରତି ୧୬୦ ଟଙ୍କା।


ଜୁଚିନ: ଏହା କ୍ଷୁଦ୍ର ସବୁଜ ଲାଉ ପରି ଏକ ପରିବା। ପ୍ରୋଟିନରେ ଭରପୂର ଏହି ପରିବାକୁ ନ ରାନ୍ଧି କଞ୍ଚା ମଧ୍ୟ ଖିଆଯାଇଥାଏ। ଏହା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଥାଏ। ଏଥିରେ ଅଳ୍ପ କ୍ୟାଲୋରି ରହିଥାଏ। ଏହାକୁ ପ୍ରାୟତଃ ଫାଷ୍ଟଫୁଡ୍‌ କିମ୍ବା ସାଲାଡ୍‌ରେ ବ୍ୟବହାର କରାଯାଏ। ଏହାର ମୂଲ୍ୟ କିଲୋପ୍ରତି ୮୦ ଟଙ୍କା।


ବେବି କର୍ନ: ଏହାକୁ ପ୍ରାୟ ସମସ୍ତେ ଜାଣିଥିବେ। ବିଭିନ୍ନ ପ୍ରକାରର ଭାରତୀୟ ରୋଷେଇରେ ଏହା ବ୍ୟବହୃତ ହୋଇଥାଏ। ଏହାର ଚାହିଦା ମଧ୍ୟ ଅଧିକ। ଭାରତରେ ଏହା ସେତେଟା ଚାଷ ହୁଏ ନାହିଁ, ତେଣୁ ଏହା ମହଙ୍ଗା। ଏହାର କିଲେପ୍ରତି ମୂଲ୍ୟ ୬୦ ଟଙ୍କା।


ସେଲେରି: ଏହା ଏକ ସବୁଜ ରଙ୍ଗର ସାଲାଡ୍‌। ଦେଶରେ ଉତ୍ପାଦିତ ହେଉଥିବା ସେଲେରିର ପ୍ରାୟ ଦୁଇ ତୃତୀୟାଂଶ ବିଦେଶକୁ ଯାଇଥାଏ। ତେଣୁ ଦେଶରେ ଏହାର ଦାମ୍‌ ଅଧିକ ହୋଇଥାଏ। ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୧୦ ଟଙ୍କା।


ଲେଥୁସ୍‌: ସାଧାରଣତଃ ଫାଷ୍ଟଫୁଡ୍‌ରେ ଲେଥୁସ୍‌ ବ୍ୟବହାର କରାଯାଏ। ବର୍ଗର, ସାଲାଡ୍‌ ଆଦିରେ। ଏହା ବିଶେଷକରି ଶିତଦିନିଆ ପରିବା। ଦକ୍ଷିଣ ଭାରତରେ ଏହା ବିଶେଷକରି ଚାଷ ହୋଇଥାଏ। ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ପ୍ରାୟ ୧୨୦ ଟଙ୍କା।


ଲିକ୍‌: ଏହା ପିଆଜର ଏକ ପ୍ରଜାତି। ଏଥିରେ ଭିଟାମିନ ଏବଂ ମିନେରାଲ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଲୋକେ ଏହାକୁ ସାଲାଡ୍‌ରେ ଖାଇଥାନ୍ତି। ଭାରତରେ ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ୫୫ ଟଙ୍କା।


ଅସପରସ: ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗ ପରିବା ମଧ୍ୟରେ ଅସପରସ ଅନ୍ୟତମ। ଏହା ମିଳିବା କଷ୍ଟକର। ଏହା ଭାରତରେ ଉତ୍ପାଦିତ ହୁଏ କିନ୍ତୁ ବାଣିଜି୍ୟକ ସ୍ତରରେ ଖୁବ୍‌ କମ୍‌ ବ୍ୟବହାର ହୁଏ। ଭାରତରେ ଏହାର ଚିହିଦା ପୂରଣ କରିବା ପାଇଁ ଅନେକ ଥର ଏହା ବିଦେଶରୁ ଆମଦାନୀ ହୋଇଥାଏ। ଏହାର ମୂଲ୍ୟ କିଲୋପ୍ରତି ୨ଶହରୁ ୩୫୦ ଟଙ୍କା।


ବକ୍‌ ଚୋଇ: ଭାରତରେ ବକ୍‌ ଚୋଇ ବହୁତ ମହଙ୍ଗା। କାରଣ ଏହାର ଚାହିଦା ବହୁତ କମ୍‌। ଦୋକାନ ବଜାରରେ ଏହା ସେତେଟା ମିଳେ ନାହିଁ। ତେଣୁ ଏଥିପାଇଁ ପ୍ରି-ଅର୍ଡର କରିବାକୁ ପଡ଼ିଥାଏ। ଏହା ଅତ୍ୟନ୍ତ ପୃଷ୍ଟିକର। ଏହାର ମୂଲ୍ୟ କିଲୋପ୍ରତି ୯୦ ଟଙ୍କାରୁ ଆରମ୍ଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟ ବଦଳାଇବ ପୁରୁଣା ପର୍ସ,ନ ଫୋପାଡ଼ି…

ଏମିତି କେତେଜଣ ଅଛନ୍ତି; ଯେଉଁମାନେ ତାଙ୍କ ପର୍ସକୁ ଖୁବ୍‌ ଭଲ ପାଆନ୍ତି। ତାକୁ ଲକି ଚାର୍ମ ବୋଲି ଭାବନ୍ତି। ପର୍ସଟି ପୁରୁଣା ହୋଇ ଫାଟି ଯାଇଥିଲେ...

ଅଏଲି ସ୍କିନ୍‌ କେୟାର

ଅଏଲି ସ୍କିନ୍‌ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ… ସାଧାରଣତଃ...

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ...

ଉଚ୍ଚ ରକ୍ତଚାପ ଥିଲେ…

ଆଜିକାଲି ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର କାରଣ। ତେବେ ଏସବୁ ସମସ୍ୟାରୁ...

ଖାଦ୍ୟ ରୁଚି: ପୁରି

ଏମିତିରେ ଅଟା କିମ୍ବା ମଇଦାରେ ପ୍ରସ୍ତୁତ ପୁରି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଚାହିଁଲେ ଏଥିରେ କିଛି ନୂଆ ଟେଷ୍ଟ ଆଡ୍‌ କରି ପାରିବେ...

ରେନ୍‌ବୋ ଇୟରରିଂ

ଡ୍ରେସ ସାଙ୍ଗକୁ ମ୍ୟାଚିଂ ଇୟରରିଂ ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଏ। ଏବେ ଲାଟେଷ୍ଟ ଡିଜାଇନ୍‌ରେ ରେନ୍‌ବୋ ଇୟରରିଂ ପିନ୍ଧି ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ ହେଉଛନ୍ତି ମହିଳା…...

ଏହି କାରଣରୁ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ

ଲକ୍ଷ୍ମୀ ଓ ଧନ ବିଷୟରେ ନୀତିଗ୍ରନ୍ଥର ତୃତୀୟ ଅଧ୍ୟାୟର ଏକବିଂଶ ପଦରେ ଚାଣକ୍ୟ ଅନେକ କଥା କହିଛନ୍ତି। ସେ କହିଛନ୍ତି, ମୁର୍ଖମାନଙ୍କୁ ସମ୍ମାନ କରୁଥିବା ଲୋକଙ୍କ...

ପରୀକ୍ଷା ପ୍ରସ୍ତୁତି : ପିଲାଙ୍କୁ ରଖନ୍ତୁ ଷ୍ଟ୍ରେସ୍‌ ଫ୍ରି

ଏବେ ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ। ଏହି ସମୟରେ କେବଳ ପିଲା ନୁହନ୍ତି, ପରୀକ୍ଷାକୁ ନେଇ ଶଙ୍କା ଆଶଙ୍କା ମଧ୍ୟରେ ମା’ ବାପା ବି ରହିଥାଆନ୍ତି।...

Advertisement
Archives

Model This Week